ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଜଳିଗଲା ଏକ ବ୍ୟାନର୍ ଦୋକାନ । ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ କର୍ମଚାରୀ ।
ବିଦ୍ୟୁତ ସଟ ସର୍କିଟରୁ ନିଆଁ ଲାଗି ସେକ ଇମ୍ରାନଙ୍କ ବ୍ୟାନର ଦୋକାନ ହୁତ ହୁତ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଦୋକାନ ମାଲିକ ଓ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିକାଣ୍ଡରେ କାର, ବାଇକ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ, ଆସବାବପତ୍ର ଜଳି ଯାଇଥିଲା ।