‘ରାଜ୍ୟରେ ବଡ଼ ନିଯୁକ୍ତିଦାତା ପାଲଟିଛି ବ୍ୟାଙ୍କ’

ଭୁବନେଶ୍ୱର,୨୪।୮: ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଅନେକ ସୁବିଧା ସୁଯୋଗ ରହିଥିବା ଆଇସିଆଇସିଆଇ ବ୍ୟାଙ୍କର ଆଧୁନିକ ଫୋନ୍‌ ବ୍ୟାଙ୍କିଙ୍ଗ୍‌ କେନ୍ଦ୍ରକୁ ଉଦ୍‌ଘାଟନ କରି ସେ ଅତ୍ୟନ୍ତ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଏଥିରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓ ରୋବୋଟିକ୍ସ ଭଳି ସଦ୍ୟତମ ପ୍ରଯୁକ୍ତି ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି ବୋଲି ମଙ୍ଗଳବାର ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ମୈତ୍ରୀବିହାରଠାରେ ଏକ ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ଫୋନ୍‌ ବ୍ୟାଙ୍କିଙ୍ଗ୍‌ କେନ୍ଦ୍ରର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ବ୍ୟାଙ୍କର ଶାଖା ଓ ଏଟିଏମ୍‌ର ବ୍ୟାପକ ନେଟ୍‌ୱର୍କ୍‌, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ ମୋବାଇଲ୍‌ ଆପ୍‌ ଜରିଆରେ ରାଜ୍ୟର ଲୋକମାନଙ୍କୁ ଆଇସିଆଇସିଆଇ ବ୍ୟାଙ୍କ୍‌ ସେବା ପ୍ରଦାନ କରୁଛି। ରାଜ୍ୟରେ ଏହି ବ୍ୟାଙ୍କ ମଧ୍ୟ ଏକ ବଡ଼ ନିଯୁକ୍ତିଦାତା ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ସେହିଭଳି ବ୍ୟାଙ୍କ ସେବା ପ୍ରଦାନ କରିବା ବ୍ୟତୀତ ତା’ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ ଜରିଆରେ ମଧ୍ୟ ବିଭିନ୍ନ ସାମାଜିକ ନିରନ୍ତରତା ଓ ଅନ୍ତର୍ଭୁକ୍ତୀକରଣ ସମ୍ପର୍କିତ କାର୍ଯ୍ୟରେ ନିୟୋଜିତ ରହିଛି। ବିଶେଷକରି ଏହି କେନ୍ଦ୍ରରେ ୧,୨୦୦ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶାର ଲୋକ ଏବଂ ସେମାନଙ୍କ ମଧ୍ୟରୁ ୬୦% ମହିଳା। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ) ଓ ରୋବୋଟିକ୍ସର ଶକ୍ତି ଥିବା ଏହି କେନ୍ଦ୍ର ସାରା ଦେଶରେ ବ୍ୟାଙ୍କର ରିଟେଲ ବ୍ୟବସାୟ ଓ କର୍ପୋରେଟ୍‌ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଲାଗି ସବୁ ପ୍ରକାର ସୁବିଧା ସୁଯୋଗ ସହ ପ୍ରସ୍ତୁତ ରହିଛି। ଏହା ଭିଡିଓ କେୱାଇସି ଜରିଆରେ ଖାତା ଖୋଲିବା ଲାଗି ମଧ୍ୟ ସୁବିଧା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ବାତ୍ରା କହିଛନ୍ତି, ଓଡ଼ିଶାର ରୂପାନ୍ତରଣରେ ଡିଜିଟାଲକରଣ ପ୍ରମୁଖ ଭୂମିକା ନିର୍ବାହ କରୁଛି। ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯାହା ଶିକ୍ଷା, ଟେଲିକମ୍‌, ଜମି ରେକର୍ଡ ଓ ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ଅନେକ ପ୍ରକାର ଡିଜିଟାଲ ସେବା ପ୍ରଦାନ କରୁଛି। ଏହି ରାଜ୍ୟ ଶହ ଶହ ସେବାକୁ ଅନ୍‌ଲାଇନ୍‌ରେ ଉପଲବ୍ଧ କରାଇବା ସହ ନାଗରିକମାନଙ୍କୁ ଅତୁଳନୀୟ ସୁବିଧା ପ୍ରଦାନକରି ସେମାନଙ୍କ ପ୍ରଗତି ଓ ଅଭିବୃଦ୍ଧିରେ ସହାୟକ ହୋଇଛି। ପ୍ରଯୁକ୍ତି ଜ୍ଞାନକୌଶଳକୁ ବ୍ୟବହାର କରି ରାଜ୍ୟ ତା’ର ନାଗରିକମାନଙ୍କୁ ଉନ୍ନତ ସୁବିଧା ସୁଯୋଗ ପ୍ରଦାନ କରିବା ଭଳି ସମାନ ଦର୍ଶନ ଆଇସିଆଇସିଆଇ ବ୍ୟାଙ୍କରେ ରହିଛି। ସେଥିପାଇଁ ବ୍ୟାଙ୍କ ରାଜ୍ୟରେ ଏକ ବିଶ୍ୱାସଯୋଗ୍ୟ ବ୍ରାଣ୍ଡ୍‌ରେ ପରିଣତ ହୋଇଛି, ଯେଉଁଥିପାଇଁ ଆମର ମୋଟ ସମ୍ପତ୍ତି ଓ ଜମାରେ ଦୃଢ଼ ଅଭିବୃଦ୍ଧି ହୋଇପାରିଛି। ଆମ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଅପରପକ୍ଷରେ ବ୍ୟାଙ୍କ ଓଡ଼ିଶାରେ ୧୬୮ ଶାଖା ଏବଂ ୨୭୧ ଏଟିଏମ୍‌ର ନେଟ୍‌ୱର୍କ ସହ କଲ୍‌ ସେଣ୍ଟର, ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଓ ମୋବାଇଲ ଆପ୍ଲିକେଶନ ଆଦି ଜରିଆରେ ଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଛି। ବ୍ୟାଙ୍କ ପକ୍ଷରୁ ସଞ୍ଚୟ ଓ ଚଳନ୍ତି ଖାତା ଭଳି ବ୍ୟାପକ ବର୍ଗର ଖାତା, ମିଆଦୀ ଜମା ଓ ରିକରିଂ ଡିପୋଜିଟ୍‌ ପରିି ଜମା ଏବଂ ଗୃହଋଣ, ବ୍ୟକ୍ତିଗତ ଋଣ, ଗାଡ଼ି ଋଣ, ସୁନାଋଣ, ବ୍ୟବସାୟ ଋଣ ଭଳି ଋଣ ଏବଂ ଓଭର୍‌ଡ୍ରାଫ୍ଟ ଓ କ୍ରେଡିଟ୍‌ କାର୍ଡ ଆଦି ପ୍ରଦାନ କରୁଛି। ବିଗତ ବର୍ଷଗୁଡ଼ିରେ ବ୍ୟାଙ୍କ୍‌ ରାଜ୍ୟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି ଏବଂ ବର୍ଷକୁ ବର୍ଷ ଭାବେ ୨୦୨୧-୨୨ ଆର୍ଥିକ ବର୍ଷରେ ରିଟେଲ୍‌ ଋଣ ଆବଣ୍ଟନ ୨୫% ବୃଦ୍ଧି ପାଇ ୫,୨୦୦ କୋଟି ଟଙ୍କା ହୋଇଛି। ଏପରିକି ରାଜ୍ୟର ଗ୍ରାମୀଣ ଲୋକଙ୍କୁ ସଶକ୍ତ କରିବା ଲାଗି ଅଇସିଆଇସିଆଇ ବ୍ୟାଙ୍କ୍‌ ପକ୍ଷରୁ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାର ଭାବକୁ ସମର୍ଥନ କରାଯାଉଛି। ବ୍ୟାଙ୍କ୍‌ ପକ୍ଷରୁ ୪୫୦୦ରୁ ଅଧିକ ଏସ୍‌ଏଚ୍‌ଜିଙ୍କୁ ଋଣ ପ୍ରଦାନ କରାଯାଇଛି, ଯଦ୍ୱାରା ୫୦,୦୦୦ରୁ ଅଧିକ ମହିଳା ଉପକୃତ ହୋଇଛନ୍ତି। ବ୍ୟବସାୟ ବାହାରେ ଆଇସିଆଇସିଆଇ ଗ୍ରୁପ୍‌ର ସିଏସ୍‌ଆର୍‌ ଶାଖା ଆଇସିଆଇସିଆଇ ଫାଉଣ୍ଡେଶନ ଫର ଇନକ୍ଲୁସିଭ୍‌ ଗ୍ରୋଥ୍‌ ପକ୍ଷରୁ ଗ୍ରାମୀଣ ଗୋଷ୍ଠୀଙ୍କୁ ସହାୟତା ଲାଗି ଗ୍ରହଣ କରାଯାଉଥିବା ଅଭିଯାନଗୁଡ଼ିକରେ ବ୍ୟାଙ୍କ୍‌ ପ୍ରତ୍ୟକ୍ଷ ଭାବେ ଯୋଡ଼ି ହେଉଛି। ଆଇସିଆଇସିଆଇ ଫାଉଣ୍ଡେସନ୍‌ ଗ୍ରାମାଂଚଳରେ ବଂଚିତ ବର୍ଗର ୬୦୦୦ରୁ ଅଧିକ ଲୋକଙ୍କୁ ନିରନ୍ତର ଜୀବନଜୀବିକା ପ୍ରଦାନ କରୁଛି। ଓଡ଼ିଶାର ୩୦୦୦ରୁ ଅଧିକ ବଂଚିତ ବର୍ଗର ଯୁବକଯୁବତୀଙ୍କୁ ଏହାବିନା ମୂଲ୍ୟରେ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ଏବଂ ନିଯୁକ୍ତ ପାଇବା କିମ୍ବା ନିଜର ସଂସ୍ଥା ସ୍ଥାପନ କରିବାରେ ସହଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri