Posted inଜାତୀୟ

ଭାଜପା ହାରିବାର ୫ ବଡ଼ କାରଣ, ଜାଣନ୍ତୁ…

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିସାରିଛି ଏବଂ ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଯାଇଛି। ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା ପ୍ରାର୍ଥୀ ପ୍ରଶାନ୍ତ କିଶୋର ପ୍ରାୟ ୧୯ ହଜାର ଭୋଟ ବ୍ୟବଧାନରେ ନିର୍ବାଚନ ଜିତିସାରିଛନ୍ତି। ଭାଜପାର ଗଡ଼ ଭାବରେ ବିବେଚନା କରାଯାଉଥିବା ବାଙ୍କିପୁର ବିଧାନସଭା ଆସନରେ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

ଏହି ପରାଜୟ ଏଭଳି ଏକ ସମୟରେ ଆସିଛି ଯେତେବେଳେ ୨୦୦୬ରୁ କ୍ରମାଗତ ଭାବରେ ନିତିନ ନବୀନ ଏହି ଆସନରୁ ବିଧାୟକ ଥିଲେ ଏବଂ ତାଙ୍କ ପୂର୍ବରୁ ୧୯୯୫ରୁ ତାଙ୍କ ପିତା ନବୀନ କିଶୋର ସିହ୍ନା ବିଧାୟକ ଥିଲେ।

ଆସନ୍ତୁ ଜାଣିବା ୫ କାରଣ ବାଙ୍କିପୁର ଆସନକୁ କାହିଁକି ବଞ୍ଚାଇ ପାରିଲା ନାହିଁ ଭାଜପା…

ବାଙ୍କିପୁର ଉପନିର୍ବାଚନରେ ନିଟ (NEET-UG) ଛାତ୍ର ଆନ୍ଦୋଳନର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଥିଲା। ନିଟ ୟୁଜି ପ୍ରଶ୍ନପତ୍ର ଲିକକୁ ନେଇ ଛାତ୍ରୀଛାତ୍ରମାନେ ଦିଲ୍ଲୀର ଜନ୍ତର-ମନ୍ତରରେ ଧାରଣା ଓ ବିକ୍ଷୋଭ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ଅନ୍ୟ ରାଜ୍ୟ ସହ ବିହାରରେ ମଧ୍ୟ ବ୍ୟାପିଥିଲା।

ଦିଲ୍ଲୀ ସମେତ ବିହାରରେ ମଧ୍ୟ ପୋଲିସ ଛାତ୍ରୀଛାତ୍ରଙ୍କ ଉପରେ ଲାଠିଚାର୍ଜ କରିଥିଲା। ତେବେ ଶେଷରେ ସରକାର ଛାତ୍ରମାନଙ୍କ କିଛି ଦାବିକୁ ମାନିବାକୁ ବାଧ୍ୟ ହୋଇଥିଲେ। ଏହା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଏହି ନିର୍ବାଚନରେ ବିହାରରେ ସମ୍ପ୍ରତି ଘଟିଥିବା ଭରତ ତିୱାରୀ ଏନକାଉଣ୍ଟର ଘଟଣା ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲା। ୧୭ ଜୁନ ୨୦୨୬ରେ ବିହାରର ଭୋଜପୁର ଜିଲାରେ ଭରତ ଭୂଷଣ ତିୱାରୀଙ୍କୁ କଥିତ ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାକୁ ନେଇ ବିହାରର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଥିଲା। ପରେ କିଛି ପୋଲିସ କର୍ମଚାରୀଙ୍କ ବିରୋଧରେ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଥିଲା। ଉପର୍ନିବାଚନ ସମୟରେ ମଧ୍ୟ ଏହି ଏନକାଉଣ୍ଟରକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଓ କ୍ଷୋଭ ଦେଖିବାକୁ ମିଳିଥିଲା।

ବାଙ୍କିପୁର ଆସନକୁ ନେଇ ଭାଜପା ଅତ୍ୟଧିକ ଆତ୍ମବିଶ୍ୱାସରେ ଥିଲା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନେକ ବିଶ୍ଳେଷକଙ୍କ ମତରେ, ଏହି ଅତ୍ୟଧିକ ଆତ୍ମବିଶ୍ୱାସ ହିଁ ଦଳ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି ଏବଂ ବାଙ୍କିପୁର ପରି ଦୀର୍ଘଦିନର ଗଡ଼ ଦଳ ହାତରୁ ଖସିଯାଇଛି।

ଉପନିର୍ବାଚନ ସମୟରେ ଭାଜପାର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ, ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଅନେକ କେନ୍ଦ୍ରୀୟ ମନ୍ତ୍ରୀ ଏବଂ ବିହାର ମନ୍ତ୍ରିମଣ୍ଡଳର ସଦସ୍ୟମାନେ ବାଙ୍କିପୁରରେ ବ୍ୟାପକ ପ୍ରଚାର କରିଥିଲେ। ଏତେ ବଡ଼ ପ୍ରଚାର ଅଭିଯାନ ସତ୍ତ୍ୱେ ମଧ୍ୟ ଭାଜପା ନିଜର ଏହି ପାରମ୍ପରିକ ଆସନକୁ ବଞ୍ଚାଇ ପାରିଲା ନାହିଁ ଏବଂ ନିତିନ ନବୀନ ନିଜର ରାଜନୈତିକ ଗଡ଼କୁ ସୁରକ୍ଷିତ ରଖିବାରେ ବିଫଳ ହେଲେ।

ଏହି ଉପନିର୍ବାଚନରେ କଂଗ୍ରେସ ପ୍ରତିଯୋଗିତାରେ ନଥିଲା। ସେହିପରି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମଧ୍ୟ ଏହି ନିର୍ବାଚନକୁ ଗୁରୁତ୍ୱର ସହ ଲଢ଼ିନଥିଲା ବୋଲି ରାଜନୈତିକ ବିଶ୍ଳେଷକମାନଙ୍କ ମତ। ନିର୍ବାଚନ ପ୍ରଚାରର ଶେଷ ଦୁଇ ଦିନରେ ହିଁ ଆରଜେଡିର ନେତାମାନେ ପ୍ରଚାର ପାଇଁ ପହଞ୍ଚିଥିଲେ। ଏହାର ପ୍ରଭାବରେ ବିରୋଧୀ ଦଳର ଅନେକ ଭୋଟ ପ୍ରଶାନ୍ତ କିଶୋରଙ୍କ ସପକ୍ଷରେ ଯାଇଥିବା ଚର୍ଚ୍ଚା ହେଉଛି।

ରାଜନୈତିକ ବିଶ୍ଳେଷଣ ଅନୁଯାୟୀ, ବିହାରରେ ପ୍ରଥମ ଥର ପାଇଁ କୌଣସି ବଡ଼ ନିର୍ବାଚନରେ ଜାତି ସମୀକରଣର ପ୍ରଭାବ ଅପେକ୍ଷାକୃତ କମ ଦେଖିବାକୁ ମିଳିଛି। ଜାତି-ପାତିରୁ ଊର୍ଦ୍ଧ୍ୱକୁ ଉଠି ଅନେକ ଭୋଟର ପ୍ରଶାନ୍ତ କିଶୋରଙ୍କୁ ସମର୍ଥନ କରିଥିବା କୁହାଯାଉଛି। ଅନ୍ୟପକ୍ଷରେ, ଭାଜପା ଏବଂ ନିତିନ ନବୀନ ଅତ୍ୟଧିକ ଆତ୍ମବିଶ୍ୱାସରେ ଥିବାରୁ ଦଳ କ୍ଷତିର ସମ୍ମୁଖୀନ ହୋଇଥିବା ମତ ମଧ୍ୟ ପ୍ରକାଶ ପାଉଛି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଶିଶୁ ଫର୍ମୁଲା ଫୁଡ୍ ମାମଲାରେ ନେସଲେ ଇଣ୍ଡିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ, FSSAI ଉଠାଇଲା କଠୋର ପଦକ୍ଷେପ

ନୂଆଦିଲ୍ଲୀ,୧୮।୯: ଶିଶୁମାନଙ୍କ ପାଇଁ ବ୍ୟବହୃତ ହେଉଥିବା ଫର୍ମୁଲା ଫୁଡ୍ (Infant Formula Food) ର ବିଜ୍ଞାପନ ଓ ପୋଷକ ତତ୍ତ୍ୱର ଗୁଣବତ୍ତାକୁ ନେଇ ଖାଦ୍ୟ ସୁରକ୍ଷା ଓ…

ନନ୍ଦୀଗ୍ରାମ ଉପନିର୍ବାଚନରେ ହାଇଡ୍ରାମା: ମମତାଙ୍କ ସମର୍ଥନ ମିଳିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଗିରଫ

କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା,…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ଉପନିର୍ବାଚନ ପୂର୍ବରୁ ମମତାଙ୍କୁ ମିଳିଲା ଧୋକା! ସଙ୍ଗେ ସଙ୍ଗେ ବାଜି ପଲଟାଇଦେଲେ ଦିଦି

କୋଲକାତା,୧୮।୯: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (TMC)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ନିଷ୍ପତ୍ତି ଉପରେ ତୀବ୍ର…

ନାମାଙ୍କନ ପ୍ରତ୍ୟାହାର କଲେ ମମତାଙ୍କ ପ୍ରାର୍ଥୀ: ଦିଦି କଲେ ବଡ଼ ଘୋଷଣା, କହିଲେ ଏବେ ମୁଁ…

କୋଲକାତା,୧୮।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଉପନିର୍ବାଚନକୁ ନେଇ ବଡ଼ ରାଜନୈତିକ ମୋଡ଼ ଆସିଛି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀର ପ୍ରାର୍ଥୀ ସଞ୍ଚିତା ପ୍ରଧାନ (ଦେ) ନନ୍ଦୀଗ୍ରାମ ଆସନରୁ ନିଜ…

ନିର୍ବାଚନ ଚିହ୍ନ ହରାଇବା ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ…

କୋଲକାତା,୧୮।୯: ନିର୍ବାଚନ ଆୟୋଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଋତୁବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ପାଇଁ ନୂତନ ନାମ ଘୋଷଣା କରିଛନ୍ତି। ଏହା ସହିତ, ଉଭୟ…

ପାକିସ୍ତାନରେ ନମାଜ ସମୟରେ ଆତ୍ମଘାତୀ ଆକ୍ରମଣ; ୧୬ ମୃତ, ଅନେକ ଆହତ

ଇସଲାମାବାଦ,୧୮।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୋହାଟ ଜିଲାର ‘ପୋଲିସ ଲାଇନ୍ସ’ ଅଞ୍ଚଳରେ ଶୁକ୍ରବାର (୧୮ ସେପ୍ଟେମ୍ବର, ୨୦୨୬) ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?