‘ଗ୍ରାହକ କୈନ୍ଦ୍ରିକ ସେବା ଯୋଗାଇବ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ର’

ନୂଆଦିଲ୍ଲୀ,୨୦।୧୦: ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଦେଶର ବ୍ୟାଙ୍କ ସେବାକୁ ଠିକ୍‌ ଭାବେ ପହଞ୍ଚତ୍ାଇବା ସରକାର ଓ ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କର ଦାୟିତ୍ୱ ବୋଲି କୁହାଯାଇଛି। ହେଲେ ଦୀର୍ଘ ବର୍ଷ ହେବ ଭାରତର ଶେଷ ଭାଗରେ ରହୁଥିବା ଲୋକ ନିକଟରେ ପହଞ୍ଚତ୍ବା ତ ଦୂରର କଥା, ଦେଶର ପ୍ରତି ପଞ୍ଚାୟତରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ସେବା ପହଞ୍ଚତ୍ପାରିନାହିଁ। ଏପରିକି ଦେଶର ଯେଉଁ ସ୍ଥାନରେ ବି ବ୍ୟାଙ୍କ ରହିଛି, ସେଠାକାର ଗ୍ରାହକଙ୍କୁ ମଧ୍ୟ ଉପଯୁକ୍ତ ବ୍ୟାଙ୍କିଙ୍ଗ୍‌ ସେବା ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କ ଠିକ୍‌ ଭାବେ ଦେଉ ନାହାନ୍ତି। କାରଣ ଆଜି ବି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାର ସରଳତା ହୋଇପାରିନାହିଁ। ଫଳରେ ବ୍ୟାଙ୍କିଙ୍ଗ୍‌ ସେବା ସାଙ୍ଗକୁ କାରବାର ମଧ୍ୟ ସେହି ଅନୁଯାୟୀ ବା ଧାର୍ଯ୍ୟ ପୂରଣ ହୋଇପାରୁନାହିଁ ବୋଲି ବିଭିନ୍ନ ସ୍ତରରେ ଚର୍ଚ୍ଚା ଓ ଆଲୋଚନା ହେଉଛି। ବିଶେଷକରି ସବୁ ବର୍ଗର ଗ୍ରାହକଙ୍କୁ ବ୍ୟାଙ୍କ ଠିକ୍‌ ଭାବେ ଋଣ ପ୍ରଦାନ କରୁନାହାନ୍ତି କିମ୍ବା ଋଣ ଦେବାକୁ ବ୍ୟାଙ୍କଗୁଡିକ ଆଗ୍ରହ ଦେଖାଉ ନାହାନ୍ତି।

ଫଳରେ ଉଭୟ ଗ୍ରାହକ ଓ ବ୍ୟାଙ୍କିଙ୍ଗ୍‌ କାରବାର ମଧ୍ୟରେ ଏକ ସମାନତା ରହୁନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମତପ୍ରକାଶ କରିଛନ୍ତି। ସେହିଭଳି ମନ୍ତ୍ରୀ ଦେଶର ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମଧ୍ୟ ବ୍ୟାଙ୍କିଙ୍ଗ୍‌ ସେବା ପ୍ରଦାନ କରୁଥିବା ଉଭୟ ସରକାରୀ ଓ ଘରୋଇ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଗ୍ରାହକ କୈନ୍ଦ୍ରିକ ସେବା ଯୋଗାଇବା ସହ ଗ୍ରାହକଙ୍କ ଆବଶ୍ୟକତା ଓ ଋଣ ମଞ୍ଜୁରକୁ ଗୁରୁତ୍ୱ ଦେବାକୁ ବ୍ୟାଙ୍କିଙ୍ଗ୍‌ ସଂସ୍ଥାଗୁଡିକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଅର୍ଥମନ୍ତ୍ରୀ ଗ୍ରାହକଙ୍କ ସୁବିଧା ପାଇଁ ବ୍ୟାଙ୍କଗୁଡ଼ିକୁ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସୁଧାର ଓ ସରଳତା ଆଣିବାକୁ ମଧ୍ୟ ଅର୍ଥମନ୍ତ୍ରୀ ଆଦେଶ ଦେଇଛନ୍ତି। ଏପରିକି ଅର୍ଥମନ୍ତ୍ରୀ କହିଛନ୍ତି, ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରଗୁଡିକ ଏମିତି ବ୍ୟବସ୍ଥା ଏବଂ ପ୍ରକ୍ରିୟା କରନ୍ତୁ ଯଦ୍ଦ୍ବାରା ଗ୍ରାହକ ବ୍ୟାଙ୍କ ସହ ଅଧିକରୁ ଅଧିକ ଯୋଡ଼ିହେବେ। ବିଶେଷକରି ବ୍ୟାଙ୍କ ଗ୍ରାହକଙ୍କ ସୁବିଧା ଉପରେ ଅଧିକ ଧ୍ୟାନଦେବାର ଆବଶ୍ୟକତା ରହିଛି। ଯେପରି ଗ୍ରାହକଙ୍କୁ ସହଜରେ ବ୍ୟାଙ୍କିଙ୍ଗ୍‌ ସେବା ଓ ମୁଖ୍ୟତଃ ସହଜରେ ଋଣ ମିଳିପାରିବ। ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଏଭଳି କିଛି ପରାମର୍ଶ ଦେଇ କହିଛନ୍ତି, ଗ୍ରାହକଙ୍କୁ ଋଣ ଦେବାର ମାନକୁ ଉତ୍କୃଷ୍ଟ ରଖିବା ଦରକାର। ଏହାଦ୍ବାରା ଉଭୟ ବ୍ୟାଙ୍କ ଓ ଗ୍ରାହକ ଉପକୃତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri