Categories: ଜାତୀୟ

ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି ଶ୍ରୀବାଙ୍କେବିହାରିଙ୍କ ସମ୍ପତ୍ତି, ହେଲେ ହୋଇପାରୁନି ଉଚିତ ସଂରକ୍ଷଣ

ମଥୁରା,୨ ।୯: ଆରାଧ୍ୟ ଠାକୁର ଶ୍ରୀ ବାଙ୍କେବିହାରିଜି ମହାରାଜଙ୍କର କେବଳ ବୃନ୍ଦାବନ ନୁହେଁ ତାଙ୍କର ମନ୍ଦିର ଓ ଏକର ଏକର ସମ୍ପତ୍ତି ଦେଶର ବିଭିନ୍ନ ସ୍ଥାନରେ ରହିଛି । କେବଳ ସେତିକି ନୁହେଁ ପାକିସ୍ତାନ ପର୍ଯ୍ୟନ୍ତ ରହିଛି ଶ୍ରୀବାଙ୍କେବିହାରିଜିଙ୍କ ସମ୍ପତ୍ତି । ହେଲେ ଏହାର ସଠିକ ରକ୍ଷଣା ବେକ୍ଷଣ ହୋଇପାରୁ ନାହିଁ ।
ବାଙ୍କେବିହାରି ମନ୍ଦିରର ସେବାୟତ ଏବଂ ଇତିହାସକାର ଆଚାର୍ଯ୍ୟ ପ୍ରହଲ୍ଲାଦ ବଲ୍ଲଭ ଗୋସ୍ୱାମୀଙ୍କ ଅନୁସାରେ ମନ୍ଦିର ପ୍ରବନ୍ଧ କମିଟି ଦ୍ୱାରା ୧୯୫୭ରେ ପ୍ରକାଶିତ ଶ୍ରୀସ୍ୱାମୀ ହରିଦାସ ଅଭିନନ୍ଦନ ଗ୍ରନ୍ଥରେ ବର୍ଣ୍ଣିତ କରାଯାଇଛି କି ହରିଦାସଜୀଙ୍କ ପିତା ଶ୍ରୀଗଜାଧରଜୀ ମହାରାଜ ୧୪୮୫ରେ ମୁଲ୍‌ତାନ(ଏବେ ପାକିସ୍ତାନ)ର ତତ୍କାଳିନ ଶାସକଙ୍କ ଦ୍ୱାରା ମାରି ଦିଆଯାଇଥିବା ବାଘକୁ ଜୀବିତ କରାଇ ଦେଇଥିଲେ ।
ଏହି ଚମତ୍କାରିତା ଘଟଣାରେ ପ୍ରଭାବିତ ହୋଇ ମୁଲ୍‌ତାନ ରାଜା ଗଜାଧରଜୀଙ୍କୁ ଗୁରୁଭାବେ ମାନି ୫ଟି ଗାଁର ମାଫି ପଟ୍ଟା ତାଙ୍କ ସେବାରେ ଅର୍ପଣ କରିଥିଲେ ଓ ଶ୍ରୀରାଧାମାଧବ ମନ୍ଦିର ସ୍ଥାପନା କରିଥିଲେ । ୧୫୦୭ରେ ଶ୍ରୀଗଦାଧରଜୀ ତାଙ୍କ ସୁପୁତ୍ର ଶ୍ରୀଆଶୁଧିରଜି ସପରିବାର ବ୍ରଜ ସୀମାରେ ସ୍ଥିତ ହରିଗଡ(ଅଲିଗଡ) ଆସି ସେଠାରେ ରହିଯାଇଥିଲେ ।

Share