ବ୍ୟାଙ୍କ ମ୍ୟାନେଜରଙ୍କ ଚାକିରି ଗଲା

ତେହରାନ,୨୮ା୧୧: ଇରାନରେ ୧୯୭୯ ବିପ୍ଳବ ପରେ ଆମେରିକା ସମର୍ଥତ୍ତ ରାଜତନ୍ତ୍ରର ଅବସାନ ଘଟିଥିଲା। ଏହାର ୪ ବର୍ଷ ପରେ ପ୍ରତିଷ୍ଠିତ ଇସ୍‌ଲାମୀୟ ଗଣତନ୍ତ୍ରରେ ହିଜାବ ପରିଧାନକୁ ଦେଶରେ ବାଧ୍ୟତାମୂଳକ କରାଯାଇଥିଲା। ବେଶଭୂଷାକୁ ନେଇ ରୁଚିରେ ପରିବର୍ତ୍ତନ ଆସିବାରୁ ମହିଳାମାନେ ମଧ୍ୟ ଟାଇଟ୍‌ ଜିନ୍ସ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଗତ ଜୁଲାଇରେ ଅତିରକ୍ଷଣଶୀଳ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ସବୁ ସରକାରୀ ସଂସ୍ଥାରେ ହିଜାବ ଆଇନକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିୟମକୁ ଅନେକ ମହିଳା ମାନି ନ ଥିଲେ। ଅବଜ୍ଞାକାରୀମାନଙ୍କ ମଧ୍ୟରେ ଥିଲେ ୨୨ ବର୍ଷୀୟା ମହଶା ଅମିନି। ସେପ୍ଟେମ୍ବର ୧୬ରେ ମୋରାଲିଟି ପୋଲିସ ମାଡ଼ରେ ମହଶାଙ୍କ ମୃତ୍ୟୁ ଘଟିଥିଲା।

ଏହି ହାଜତ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଅଦ୍ୟାବଧି ୪୫୦ ବିକ୍ଷୋଭକାରୀଙ୍କ ଜୀବନ ଯାଇଥିବାବେଳେ ୧୮,୧୭୩ ଆହତ ହେଲେଣି। ମୃତକଙ୍କ ମଧ୍ୟରେ ୬୩ ପିଲା ଓ ୬୦ ସୁରକ୍ଷା କର୍ମୀ ଅଛନ୍ତି। ଅନ୍ୟପକ୍ଷେ ‘ପାଶ୍ଚାତ୍ୟ ଶତ୍ରୁ’ ଦଙ୍ଗା ଉସୁକାଉଥିବାରୁ ଏପରି ସ୍ଥିତି ଉପୁଜିଥିବା ତେହରାନ କହିଛି। ଏଭଳି ସମୟରେ କୋମ୍‌ ପ୍ରଦେଶର ବ୍ୟାଙ୍କ ମ୍ୟାନେଜର ହିଜାବ ପିନ୍ଧି ନ ଥିବା ଜଣେ ମହିଳାଙ୍କୁ ବ୍ୟାଙ୍କିଙ୍ଗ୍‌ ସର୍ଭିସ୍‌ ଦେବାରୁ ଗଭର୍ନରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି। ଇରାନର ଅଧିକାଂଶ ବ୍ୟାଙ୍କ ସରକାରୀ ନିୟନ୍ତ୍ରଣରେ ରହିଛି। ତେଣୁ ହିଜାବ ନିୟମର ଅନୁପାଳନକୁ ସୁନିଶ୍ଚିତ କରିବା ଏପରି ସଂସ୍ଥାଗୁଡ଼ିକର ମ୍ୟାନେଜରଙ୍କ ଦାୟିତ୍ୱ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୁପ୍ରିମ ଲିଡରଙ୍କ ଭାଣିଜୀ ଗିରଫ

ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନେଇଙ୍କ ଭାଣିଜୀ ତଥା ଜଣାଣୁଣା ସିଭିଲ୍‌ ରାଇଟ୍ସ ଆକ୍ଟିଭିଷ୍ଟ ଫରିଦେ ମୋରାଦଖାନି ତେହରାନ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିବା ପାଇଁ ବିଦେଶୀ ସରକାରଙ୍କୁ ଅନୁରୋଧ କରିଛନ୍ତି। ପେସାରେ ଇଞ୍ଜିନିୟର ଫରିଦେଙ୍କ ସ୍ବର୍ଗତ ପିତା ଅଲୀ ମୋରାଦଖାନି ଅରଙ୍ଗେ ବିରୋଧୀ ଦଳର ଜଣେ ବରିଷ୍ଠ ନେତା ଥିଲେ। ସେ ଖାମେନେଇଙ୍କ ଭଉଣୀଙ୍କୁ ବିବାହ କରିଥିଲେ। ଇସ୍‌ଲାମିକ୍‌ ରିପବ୍ଲିକ୍‌ ବିରୋଧୀ ଆଭିମୁଖ୍ୟ ପାଇଁ ତାଙ୍କୁ ଏକ ଜେଲରେ ରଖାଯାଇଥିବାବେଳେ ନିକଟରେ ତାଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଫରିଦେ ଅନ୍‌ଲାଇନ୍‌ରେ ଏକ ଭିଡିଓ ଶେୟାର କରିଥିଲେ। ଏଥିରେ ସେ ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, ହେ ମୁକ୍ତ ଜନ ସାଧାରଣ, ଆମ ସହ ରୁହ।

ଏହି ହତ୍ୟାକାରୀ ଓ ଶିଶୁହନ୍ତା ସରକାରକୁ ସମର୍ଥନ ବନ୍ଦ କର। ଏହି ଶାସନ ନିଜର କୌଣସି ଧର୍ମୀୟ ସିଦ୍ଧାନ୍ତ ପ୍ରତି ବିଶ୍ୱସ୍ତ ନୁହେଁ। କ୍ଷମତାରେ ରହିବା ଓ ବଳ ପ୍ରୟୋଗ କରିବା ଛଡ଼ା ଏହାକୁ କିଛି ଜଣାନାହିଁ। ତେଣୁ ସମସ୍ତ ସ୍ବାଧୀନ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଇରାନରୁ ନିଜ ନିଜ ପ୍ରତିନିଧିଙ୍କୁ ଫେରାଇ ନେଇ ଏହି ବର୍ବର ଶାସନକୁ ଉଚିତ ଜବାବ ଦିଅନ୍ତୁ ବୋଲି ସେ କହିଥିଲେ। ଏହା ପରେ ନଭେମ୍ବର ୨୩ରେ ଫରିଦେଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କ ଦୋଷ ହେଉଛି ଇରାନର ପୂର୍ବତନ ରାଜକୀୟ ଶାସକଙ୍କୁ ପ୍ରଶଂସା କରିବା। ଇରାନର ଉଚ୍ଚ ପଦାଧିକାରୀଙ୍କ ସମ୍ପର୍କୀୟମାନେ ସରକାରକୁ ସମାଲୋଚନା କରିବା ନୂଆ ନୁହେଁ। ୨୦୧୨ରେ ପୂର୍ବତନ ରାଷ୍ଟ୍ରପତି ଆକବର ହାଶେମି ରଫସାଞ୍ଜାନିଙ୍କ ଝିଅ ଫାଜେ ହାଶେମିଙ୍କୁ ଦେଶ ବିରୋଧୀ ଅଭିଯାନ ପାଇଁ ଜେଲ ଯିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri