ବ୍ୟାଙ୍କ ମ୍ୟାନେଜରଙ୍କ ଚାକିରି ଗଲା

ତେହରାନ,୨୮ା୧୧: ଇରାନରେ ୧୯୭୯ ବିପ୍ଳବ ପରେ ଆମେରିକା ସମର୍ଥତ୍ତ ରାଜତନ୍ତ୍ରର ଅବସାନ ଘଟିଥିଲା। ଏହାର ୪ ବର୍ଷ ପରେ ପ୍ରତିଷ୍ଠିତ ଇସ୍‌ଲାମୀୟ ଗଣତନ୍ତ୍ରରେ ହିଜାବ ପରିଧାନକୁ ଦେଶରେ ବାଧ୍ୟତାମୂଳକ କରାଯାଇଥିଲା। ବେଶଭୂଷାକୁ ନେଇ ରୁଚିରେ ପରିବର୍ତ୍ତନ ଆସିବାରୁ ମହିଳାମାନେ ମଧ୍ୟ ଟାଇଟ୍‌ ଜିନ୍ସ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଗତ ଜୁଲାଇରେ ଅତିରକ୍ଷଣଶୀଳ ରାଷ୍ଟ୍ରପତି ଇବ୍ରାହିମ୍‌ ରଇସି ସବୁ ସରକାରୀ ସଂସ୍ଥାରେ ହିଜାବ ଆଇନକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ନିୟମକୁ ଅନେକ ମହିଳା ମାନି ନ ଥିଲେ। ଅବଜ୍ଞାକାରୀମାନଙ୍କ ମଧ୍ୟରେ ଥିଲେ ୨୨ ବର୍ଷୀୟା ମହଶା ଅମିନି। ସେପ୍ଟେମ୍ବର ୧୬ରେ ମୋରାଲିଟି ପୋଲିସ ମାଡ଼ରେ ମହଶାଙ୍କ ମୃତ୍ୟୁ ଘଟିଥିଲା।

ଏହି ହାଜତ ମୃତ୍ୟୁକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି। ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ଅଦ୍ୟାବଧି ୪୫୦ ବିକ୍ଷୋଭକାରୀଙ୍କ ଜୀବନ ଯାଇଥିବାବେଳେ ୧୮,୧୭୩ ଆହତ ହେଲେଣି। ମୃତକଙ୍କ ମଧ୍ୟରେ ୬୩ ପିଲା ଓ ୬୦ ସୁରକ୍ଷା କର୍ମୀ ଅଛନ୍ତି। ଅନ୍ୟପକ୍ଷେ ‘ପାଶ୍ଚାତ୍ୟ ଶତ୍ରୁ’ ଦଙ୍ଗା ଉସୁକାଉଥିବାରୁ ଏପରି ସ୍ଥିତି ଉପୁଜିଥିବା ତେହରାନ କହିଛି। ଏଭଳି ସମୟରେ କୋମ୍‌ ପ୍ରଦେଶର ବ୍ୟାଙ୍କ ମ୍ୟାନେଜର ହିଜାବ ପିନ୍ଧି ନ ଥିବା ଜଣେ ମହିଳାଙ୍କୁ ବ୍ୟାଙ୍କିଙ୍ଗ୍‌ ସର୍ଭିସ୍‌ ଦେବାରୁ ଗଭର୍ନରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଜ ଚାକିରି ହରାଇବାକୁ ପଡ଼ିଛି। ଇରାନର ଅଧିକାଂଶ ବ୍ୟାଙ୍କ ସରକାରୀ ନିୟନ୍ତ୍ରଣରେ ରହିଛି। ତେଣୁ ହିଜାବ ନିୟମର ଅନୁପାଳନକୁ ସୁନିଶ୍ଚିତ କରିବା ଏପରି ସଂସ୍ଥାଗୁଡ଼ିକର ମ୍ୟାନେଜରଙ୍କ ଦାୟିତ୍ୱ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୁପ୍ରିମ ଲିଡରଙ୍କ ଭାଣିଜୀ ଗିରଫ

ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନେଇଙ୍କ ଭାଣିଜୀ ତଥା ଜଣାଣୁଣା ସିଭିଲ୍‌ ରାଇଟ୍ସ ଆକ୍ଟିଭିଷ୍ଟ ଫରିଦେ ମୋରାଦଖାନି ତେହରାନ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିବା ପାଇଁ ବିଦେଶୀ ସରକାରଙ୍କୁ ଅନୁରୋଧ କରିଛନ୍ତି। ପେସାରେ ଇଞ୍ଜିନିୟର ଫରିଦେଙ୍କ ସ୍ବର୍ଗତ ପିତା ଅଲୀ ମୋରାଦଖାନି ଅରଙ୍ଗେ ବିରୋଧୀ ଦଳର ଜଣେ ବରିଷ୍ଠ ନେତା ଥିଲେ। ସେ ଖାମେନେଇଙ୍କ ଭଉଣୀଙ୍କୁ ବିବାହ କରିଥିଲେ। ଇସ୍‌ଲାମିକ୍‌ ରିପବ୍ଲିକ୍‌ ବିରୋଧୀ ଆଭିମୁଖ୍ୟ ପାଇଁ ତାଙ୍କୁ ଏକ ଜେଲରେ ରଖାଯାଇଥିବାବେଳେ ନିକଟରେ ତାଙ୍କ ମୃତ୍ୟୁ ଘଟିଛି। ଇତିମଧ୍ୟରେ ଫରିଦେ ଅନ୍‌ଲାଇନ୍‌ରେ ଏକ ଭିଡିଓ ଶେୟାର କରିଥିଲେ। ଏଥିରେ ସେ ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ, ହେ ମୁକ୍ତ ଜନ ସାଧାରଣ, ଆମ ସହ ରୁହ।

ଏହି ହତ୍ୟାକାରୀ ଓ ଶିଶୁହନ୍ତା ସରକାରକୁ ସମର୍ଥନ ବନ୍ଦ କର। ଏହି ଶାସନ ନିଜର କୌଣସି ଧର୍ମୀୟ ସିଦ୍ଧାନ୍ତ ପ୍ରତି ବିଶ୍ୱସ୍ତ ନୁହେଁ। କ୍ଷମତାରେ ରହିବା ଓ ବଳ ପ୍ରୟୋଗ କରିବା ଛଡ଼ା ଏହାକୁ କିଛି ଜଣାନାହିଁ। ତେଣୁ ସମସ୍ତ ସ୍ବାଧୀନ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଇରାନରୁ ନିଜ ନିଜ ପ୍ରତିନିଧିଙ୍କୁ ଫେରାଇ ନେଇ ଏହି ବର୍ବର ଶାସନକୁ ଉଚିତ ଜବାବ ଦିଅନ୍ତୁ ବୋଲି ସେ କହିଥିଲେ। ଏହା ପରେ ନଭେମ୍ବର ୨୩ରେ ଫରିଦେଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କ ଦୋଷ ହେଉଛି ଇରାନର ପୂର୍ବତନ ରାଜକୀୟ ଶାସକଙ୍କୁ ପ୍ରଶଂସା କରିବା। ଇରାନର ଉଚ୍ଚ ପଦାଧିକାରୀଙ୍କ ସମ୍ପର୍କୀୟମାନେ ସରକାରକୁ ସମାଲୋଚନା କରିବା ନୂଆ ନୁହେଁ। ୨୦୧୨ରେ ପୂର୍ବତନ ରାଷ୍ଟ୍ରପତି ଆକବର ହାଶେମି ରଫସାଞ୍ଜାନିଙ୍କ ଝିଅ ଫାଜେ ହାଶେମିଙ୍କୁ ଦେଶ ବିରୋଧୀ ଅଭିଯାନ ପାଇଁ ଜେଲ ଯିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri