ବ୍ୟାଙ୍କ୍‌ ମ୍ୟାନେଜର, କେ.ପି. ସଲ୍ୟୁଶନ୍ସ ମୁଖ୍ୟ ଗିରଫ

ଭୁବନେଶ୍ୱର,୧୬।୯ (ବ୍ୟୁରୋ):ଜୟଦେବ ବିହାରସ୍ଥିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୨.୫ କୋଟି ଋଣ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବାପୁଜୀ ନଗର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ ମ୍ୟାନେଜର ତଥା ଆସେସ୍‌ମେଣ୍ଟ ଅଫିସର ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି ଏବଂ କେ.ପି. ସଲ୍ୟୁଶନ୍ସ ମୁଖ୍ୟ ନାଗେଶ୍ୱର ଟାଙ୍ଗୀରେ ରହୁଥିବା କାଳି ପ୍ରସାଦ ମିଶ୍ର। ଉଭୟଙ୍କ ନାମରେ ଇଓଡବ୍ଲ୍ୟୁ କେସ୍‌ ନଂ.୭/୨୦ ଦଫା ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦(ବି) ଲଗାଇ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନା ଅନୂଯାୟୀ, ଅଭିଯୁକ୍ତ କାଳୀ ପ୍ରସାଦ ମିଶ୍ର ସାନିଟାଇଜର ଓ ଇଲେକ୍ଟ୍ରିକାଲ ବ୍ୟବସାୟ କରିବା ପାଇଁ ଜୟଦେବ ବିହାରସ୍ଥିତ ବ୍ୟାଙ୍କ୍‌ରୁ ୨୦୧୭ରେ ୨.୫ କୋଟି ଋଣ ନେଇଥିଲେ। ଏଥିପାଇଁ ସେ କଟକ ମଧୁପାଟଣାରେ ଥିବା କେତେକ ଜମିକୁ ବନ୍ଧକ ଦେଇଥିଲେ। ଆବେଦନ ସମୟରେ ସେ ୩ଜଣଙ୍କୁ ଗ୍ୟାରେଣ୍ଟର ରଖିବା ସହ ବ୍ୟାଙ୍କ୍‌କୁ ଇଲେକ୍ଟ୍ରି ବିଲ୍‌, ଭୋଟର କାର୍ଡ ଓ ଜମିର କାଗଜପତ୍ର ଦେଇଥିଲେ। ତେବେ କାଳୀପ୍ରସାଦ ବନ୍ଧକ ରଖିଥିବା ଜମିର କାଗଜପତ୍ର ଜାଲ୍‌ ରହିଥିଲା। ଅନ୍ୟ ନାମରେ ଥିବା ଉକ୍ତ ଜମିକୁ ନିଜ ନାମରେ ଜାଲିଆତି କରି ବ୍ୟାଙ୍କ୍‌ରେ ବନ୍ଧକ ରଖିଥିଲେ। ସବୁଠୁ ବଡ଼ କଥା ହେଲା ୩ଜଣ ଗ୍ୟାରେଣ୍ଟରଙ୍କ ମଧ୍ୟରୁ ଜଣେ ୨୦୧୪ରୁ ମୃତ୍ୟୁବରଣ କରିଥିଲେ। କିନ୍ତୁ କାଳୀପ୍ରସାଦ ତାଙ୍କୁ ଜୀବିତ ଦର୍ଶାଇ ଜାଲ ଦସ୍ତଖତ କରି ଋଣ ନେଇଥିଲେ। ସେତେବେଳେ ଉକ୍ତ ବ୍ୟାଙ୍କ୍‌ର ସିନିୟର ମ୍ୟାନେଜର ଥିଲେ ଶ୍ରୀକାନ୍ତ ପ୍ରସାଦ ପୃଷ୍ଟି। ପରବର୍ତ୍ତୀ ସମୟରେ ସେ ସେଠାରୁ ବଦଳି ହୋଇ ଏବେ ବାପୁଜୀନଗର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ୍‌ରେ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କ ବଦଳି ପରେ ଜୟଦେବବିହାର ବ୍ୟାଙ୍କ୍‌କୁ ଅନ୍ୟଜଣେ ମ୍ୟାନେଜର ଆସିଥିଲେ। ସେ ପଡ଼ି ରହିଥିବା ଋଣ ସମ୍ପର୍କରେ ଯାଞ୍ଚ କରିବାବେଳେ ଏହି ଠକେଇ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବ୍ୟାଙ୍କ୍‌ର ସର୍କଲ ହେଡ୍‌ ପରେଶ କୁମାର ଦାଶ ଏନେଇ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ତତ୍କାଳୀନ ସିନିୟର ମ୍ୟାନେଜର ଶ୍ରୀକାନ୍ତ ଗ୍ୟାରେଣ୍ଟର ଓ ଅନ୍ୟ କାଗଜପତ୍ର ଠିକ୍‌ ଭାବେ ଯାଞ୍ଚ ନ କରି ଋଣ ଦେଇଥିବାରୁ ସେ ଏହି ଠକେଇରେ ସାମିଲ ଥିବା ଇଓଡବ୍ଲ୍ୟ ତଦନ୍ତରୁ ଜାଣିବାକୁ ପାଇଥିଲା। ଏହାପରେ ପଦକ୍ଷେପ ଗ୍ରହଣ କରିଥିଲା ଇଓଡବ୍ଲ୍ୟୁ। ତେବେ ବର୍ତ୍ତମାନ ଉକ୍ତ ଋଣ ଟଙ୍କା ସୁଧମୂଳ ମିଶି ୨ କୋଟି ୬୭ଲକ୍ଷ ୩୩ ହଜାରରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri