ସୁନା ଅଳଙ୍କାର ଫେରାଉନି ବ୍ୟାଙ୍କ

ବୈପାରିଗୁଡ଼ା,୧୯ା୫ (ଡି.ଏନ୍‌.ଏ.): ବ୍ୟାଙ୍କରୁ କମ୍‌ ସୁଧରେ ସ୍ବର୍ଣ୍ଣ ବନ୍ଧକ ଋଣ ନେଇ କୃଷି କାର୍ଯ୍ୟରେ ଲଗାଇଥାନ୍ତି ଚାଷୀ। ମାତ୍ର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇ ବୈପାରିଗୁଡ଼ା ବ୍ଲକର ଜଣେ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି ା ସେ ଋଣ ପରିଶୋଧ କରି ସାରିଥିଲେ ମଧ୍ୟ ୫ବର୍ଷ ହେଲା ସମ୍ପୃକ୍ତ ବ୍ୟାଙ୍କ ତାଙ୍କ ସୁନା ଅଳଙ୍କାର ଫେରାଉନାହିଁ।
ଖବରରୁ ଜଣାପଡ଼ିଛି, ବୈପାରିଗୁଡ଼ା ବ୍ଲକ ମହୁଲି ପଞ୍ଚାୟତ ତୋଲା ଗ୍ରାମର ସ୍ବର୍ଗତ ଜଗବନ୍ଧୁ ମାଳି ଚାଷକାମ ପାଇଁ ୨୦୧୬ରେ ବୈପାରିଗୁଡ଼ା ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ(ଆଇଓବି)ରୁ ୧୧ା୫ା୧୬ରେ ୧୨ ଗ୍ରାମର ସୁନା ଅଳଙ୍କାର ବନ୍ଧକ ରଖି ୧୩ ହଜାର ଟଙ୍କା ଋଣ ନେଇଥିଲେ। ତାଙ୍କର ଲୋନ୍‌ ଆକାଉଣ୍ଟ ନମ୍ବର ୦୪୬୮୦୩୪୬୨୦୦୦୦୫୩ ଥିଲା। ୩୦ା୧୨ା୧୭ରେ ଜଗନ୍ଧୁଙ୍କ ମୃତ୍ୟୁ ହୋଇଥିଲା। ୯ା୧ା୨୦୧୮ରେ ଜଗବନ୍ଧୁଙ୍କ ଜ୍ୱାଇଁ ଲକ୍ଷ୍ମୀପୁର ମାଳିଗୁଡ଼ା ଗ୍ରାମର ଦୀନବନ୍ଧୁ ମାଳି ଆଇଓବି ବ୍ୟାଙ୍କକୁ ଯାଇ ସୁନା ମୁକୁଳାଇବା ପାଇଁ ମୂଳ ଟଙ୍କା ସହ ସୁଧ ମିଶାଇ ମୋଟ ୧୪ ହଜାର ୧ ଶହ ଟଙ୍କା ପୈଠ କରିଥିଲେ। ବ୍ୟାଙ୍କ ମଧ୍ୟ ଲୋନ୍‌ ଆକାଉଣ୍ଟ କ୍ଲୋଜ୍‌ କରିଥିଲା। ମାତ୍ର ବନ୍ଧକ ସୁନା ଅଳଙ୍କାର ଫେରାଇବା ପାଇଁ ବ୍ୟାଙ୍କ କିଛିଦିନ ସମୟ ନେଇଥିଲା। ବ୍ୟାଙ୍କ ପରାମର୍ଶକ୍ରମେ ଦୀନବନ୍ଧୁ ସ୍ବର୍ଗତ ଜଗବନ୍ଧୁ ମାଳିଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ କରିଥିଲେ। ସେତେବେଳେ ଜଗବନ୍ଧୁଙ୍କ ଉତ୍ତରାଧିକାରୀମାନେ ବ୍ୟାଙ୍କକୁ ଯାଇ ଉପସ୍ଥିତ ହୋଇଥିଲେ। ବ୍ୟାଙ୍କ ପକ୍ଷରୁ ସେମାନଙ୍କ ଫଟୋ ଉଠାଯାଇଥିଲା। ଏହା ସତ୍ତ୍ବେ ବ୍ୟାଙ୍କ ବନ୍ଧକ ରଖିଥିବା ସୁନା ଦେବାକୁ ଦିନ ପରେ ଦିନ ଗଡ଼େଇ ଚାଲିଥିଲା ା ସେ ମାସକୁ ପ୍ରାୟ୨୪/୨୫ ଥର ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରଥିବା ଦୀନବନ୍ଧୁ କହିଛନ୍ତି। ପ୍ରତିଥର ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ନା କିଛି ଆଳକରି ଦିନ ଗଡ଼େଇ ଚାଲନ୍ତି। ଇତିମଧ୍ୟରେ ୩ ଜଣ ବ୍ୟାଙ୍କ ମ୍ୟାନେଜରଙ୍କ ବଦଳି ହୋଇଗଲାଣି ା ମାତ୍ର ତାଙ୍କ ଶ୍ୱଶୁର ବନ୍ଧକ ରଖିଥିବା ସୁନା ଅଳଙ୍କାର ମିଳିପାରୁନାହିଁ। ବନ୍ଧକ ଥିବା ସୁନାର ଦାମ୍‌ ୭୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏବେ ଏହି ସୁନା ଅଳଙ୍କାର ବ୍ୟାଙ୍କରେ ଅଛି କି ନାହିଁ ସେ ଆଶଙ୍କା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ବ୍ୟାଙ୍କ ଶାଖାରୁ ଜମାକାରୀଙ୍କ ଖାତାରୁ ପ୍ରାୟ ୮୦ ଲକ୍ଷ ଟଙ୍କା ହଡ଼ପ କରିବା ଘଟଣାରେ ଜଣେ କର୍ମଚାରୀଙ୍କୁ ଗତବର୍ଷ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri