ସୁନା ଅଳଙ୍କାର ଫେରାଉନି ବ୍ୟାଙ୍କ

ବୈପାରିଗୁଡ଼ା,୧୯ା୫ (ଡି.ଏନ୍‌.ଏ.): ବ୍ୟାଙ୍କରୁ କମ୍‌ ସୁଧରେ ସ୍ବର୍ଣ୍ଣ ବନ୍ଧକ ଋଣ ନେଇ କୃଷି କାର୍ଯ୍ୟରେ ଲଗାଇଥାନ୍ତି ଚାଷୀ। ମାତ୍ର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଋଣ ନେଇ ବୈପାରିଗୁଡ଼ା ବ୍ଲକର ଜଣେ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି ା ସେ ଋଣ ପରିଶୋଧ କରି ସାରିଥିଲେ ମଧ୍ୟ ୫ବର୍ଷ ହେଲା ସମ୍ପୃକ୍ତ ବ୍ୟାଙ୍କ ତାଙ୍କ ସୁନା ଅଳଙ୍କାର ଫେରାଉନାହିଁ।
ଖବରରୁ ଜଣାପଡ଼ିଛି, ବୈପାରିଗୁଡ଼ା ବ୍ଲକ ମହୁଲି ପଞ୍ଚାୟତ ତୋଲା ଗ୍ରାମର ସ୍ବର୍ଗତ ଜଗବନ୍ଧୁ ମାଳି ଚାଷକାମ ପାଇଁ ୨୦୧୬ରେ ବୈପାରିଗୁଡ଼ା ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ(ଆଇଓବି)ରୁ ୧୧ା୫ା୧୬ରେ ୧୨ ଗ୍ରାମର ସୁନା ଅଳଙ୍କାର ବନ୍ଧକ ରଖି ୧୩ ହଜାର ଟଙ୍କା ଋଣ ନେଇଥିଲେ। ତାଙ୍କର ଲୋନ୍‌ ଆକାଉଣ୍ଟ ନମ୍ବର ୦୪୬୮୦୩୪୬୨୦୦୦୦୫୩ ଥିଲା। ୩୦ା୧୨ା୧୭ରେ ଜଗନ୍ଧୁଙ୍କ ମୃତ୍ୟୁ ହୋଇଥିଲା। ୯ା୧ା୨୦୧୮ରେ ଜଗବନ୍ଧୁଙ୍କ ଜ୍ୱାଇଁ ଲକ୍ଷ୍ମୀପୁର ମାଳିଗୁଡ଼ା ଗ୍ରାମର ଦୀନବନ୍ଧୁ ମାଳି ଆଇଓବି ବ୍ୟାଙ୍କକୁ ଯାଇ ସୁନା ମୁକୁଳାଇବା ପାଇଁ ମୂଳ ଟଙ୍କା ସହ ସୁଧ ମିଶାଇ ମୋଟ ୧୪ ହଜାର ୧ ଶହ ଟଙ୍କା ପୈଠ କରିଥିଲେ। ବ୍ୟାଙ୍କ ମଧ୍ୟ ଲୋନ୍‌ ଆକାଉଣ୍ଟ କ୍ଲୋଜ୍‌ କରିଥିଲା। ମାତ୍ର ବନ୍ଧକ ସୁନା ଅଳଙ୍କାର ଫେରାଇବା ପାଇଁ ବ୍ୟାଙ୍କ କିଛିଦିନ ସମୟ ନେଇଥିଲା। ବ୍ୟାଙ୍କ ପରାମର୍ଶକ୍ରମେ ଦୀନବନ୍ଧୁ ସ୍ବର୍ଗତ ଜଗବନ୍ଧୁ ମାଳିଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ କରିଥିଲେ। ସେତେବେଳେ ଜଗବନ୍ଧୁଙ୍କ ଉତ୍ତରାଧିକାରୀମାନେ ବ୍ୟାଙ୍କକୁ ଯାଇ ଉପସ୍ଥିତ ହୋଇଥିଲେ। ବ୍ୟାଙ୍କ ପକ୍ଷରୁ ସେମାନଙ୍କ ଫଟୋ ଉଠାଯାଇଥିଲା। ଏହା ସତ୍ତ୍ବେ ବ୍ୟାଙ୍କ ବନ୍ଧକ ରଖିଥିବା ସୁନା ଦେବାକୁ ଦିନ ପରେ ଦିନ ଗଡ଼େଇ ଚାଲିଥିଲା ା ସେ ମାସକୁ ପ୍ରାୟ୨୪/୨୫ ଥର ବ୍ୟାଙ୍କକୁ ଯାଇ ନିରାଶ ହୋଇ ଫେରଥିବା ଦୀନବନ୍ଧୁ କହିଛନ୍ତି। ପ୍ରତିଥର ବ୍ୟାଙ୍କ କର୍ତ୍ତୃପକ୍ଷ କିଛି ନା କିଛି ଆଳକରି ଦିନ ଗଡ଼େଇ ଚାଲନ୍ତି। ଇତିମଧ୍ୟରେ ୩ ଜଣ ବ୍ୟାଙ୍କ ମ୍ୟାନେଜରଙ୍କ ବଦଳି ହୋଇଗଲାଣି ା ମାତ୍ର ତାଙ୍କ ଶ୍ୱଶୁର ବନ୍ଧକ ରଖିଥିବା ସୁନା ଅଳଙ୍କାର ମିଳିପାରୁନାହିଁ। ବନ୍ଧକ ଥିବା ସୁନାର ଦାମ୍‌ ୭୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏବେ ଏହି ସୁନା ଅଳଙ୍କାର ବ୍ୟାଙ୍କରେ ଅଛି କି ନାହିଁ ସେ ଆଶଙ୍କା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ବ୍ୟାଙ୍କ ଶାଖାରୁ ଜମାକାରୀଙ୍କ ଖାତାରୁ ପ୍ରାୟ ୮୦ ଲକ୍ଷ ଟଙ୍କା ହଡ଼ପ କରିବା ଘଟଣାରେ ଜଣେ କର୍ମଚାରୀଙ୍କୁ ଗତବର୍ଷ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri