Categories: ଜାତୀୟ

ବ୍ୟାଙ୍କ ଠକେଇ: ୪ ବର୍ଷରେ ୩୮ ଅଭିଯୁକ୍ତ ଛାଡ଼ିଛନ୍ତି ଦେଶ

ନୂଆଦିଲ୍ଲୀ, ୧୫।୯: ବ୍ୟାଙ୍କ ଠକେଇ ଅଭିଯୋଗରେ ଗତ ୪ ବର୍ଷ ମଧ୍ୟରେ ୩୮ ଅଭିଯୁକ୍ତ ଦେଶ ଛାଡ଼ିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସଂସଦରେ ଏନେଇ ସୂଚନା ଦେଇଛନ୍ତି। ୨୦୧୫ ଜାନୁୟାରୀ ୧ରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ଅଭିଯୁକ୍ତମାନେ ଦେଶ ଛାଡ଼ିଛନ୍ତି। ୨୦୧୯ ଜାନୁୟାରୀ ୪ ସୁଦ୍ଧା ୨୭ ଜଣ ଅଭିଯୁକ୍ତ ଦେଶ ଛାଡ଼ିଥିଲେ। ପରବର୍ତ୍ତୀ ସମୟରେ ଅନ୍ୟ ୧୧ ଜଣ ଅଭିଯୁକ୍ତ ଦେଶ ବାହାରକୁ ପଳାଇଥିବା ଅନୁରାଗ ଠାକୁର ସୂଚନା ଦେଇଛନ୍ତି। ଫେରାର ହୋଇଥିବା ୨୦ ଅଭିଯୁକ୍ତଙ୍କ ବିରୋଧରେ ଭାରତ ସରକାରଙ୍କ ପକ୍ଷରୁ ରେଡ୍‌ କର୍ନର ନୋଟିସ୍‌ ଜାରି କରାଯାଇଛି। ଏନେଇ ଇଣ୍ଟରପୋଲର ସହାୟତା ନିଆ ଯାଉଥିବା ମନ୍ତ୍ରୀ କହିଛନ୍ତି। ଏସବୁ ମାମଲାର ଯାଞ୍ଚ୍‌ ସିବିଆଇ ମାଧ୍ୟମରେ କରାଯାଉଥିବା ସେ କହିଛନ୍ତି। ଦେଶ ଛାଡ଼ିଥିବା ଅଭିଯୁକ୍ତଙ୍କ ମଧ୍ୟରେ ୯୦୦୦ କୋଟି ଠକେଇ ଅଭିଯୁକ୍ତ ବିଜୟ ମାଲ୍ୟାଙ୍କ ନାମ ରହିଛି। ସେହିପରି ୧୨,୦୦୦ କୋଟି ଠକେଇ ମାମଲାରେ ମେହୁଲ ଚୋକ୍‌ସୀ ଏବଂ ନୀରବ ମୋଦିଙ୍କ ନାମ ମଧ୍ୟ ରହିଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।

Share