Categories: ବାଣିଜ୍ୟ

ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ବଢ଼ିବ

ନୂଆଦିଲ୍ଲୀ,୨୬।୮:  ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ପ୍ରସଙ୍ଗରେ ସରକାର ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବର୍ତ୍ତମାନ ବ୍ୟାଙ୍କ କର୍ମଚାରୀଙ୍କୁ ୩୦ରୁ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନ୍‌ସନ ମିଳିପାରେ। ପୂର୍ବରୁ ଏହା ୯୨୪୮ କୋଟି ଟଙ୍କା ରହିଥିଲା। ଆର୍ଥତ୍କ ସେବା ବିଭାଗ ସଚିବ ଦେବାଶିଷ ପଣ୍ଡା ଏହି ସୂଚନା ଦେଇଛନ୍ତି। ଖବରଦାତା କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀଙ୍କ ସହ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ। ସେ କହିଛନ୍ତି, ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ ପେଆଉଟକୁ ବଢ଼ାଇବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନରେ ଏନ୍‌ପିଏସ୍‌ ନିୟମ ଅନୁସାରେ ଯେଉଁ ଯୋଗଦାନ ରହିଛି ସେ କ୍ଷେତ୍ରରେ ୧୪% ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ୧୦% ରହିଥିଲା। ଏହାବାଦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଯେଉଁ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିବାରକୁ ମିଳୁଥିବା ପେନ୍‌ସନ ୩୦% ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଶେଷ ବେତନ ଆଧାରରେ ହୋଇଥିବା ଜଣାପଡ଼ିଛି।

Share