ଅନ୍ୟକୁ ରୋଜଗାର ଦେଇଛନ୍ତି ବନିତା

ଏମ୍‌ଭି୭୯,୬ା୧୨(ଡି.ଏନ.ଏ.): ଇଚ୍ଛା ଓ ଆଗ୍ରହ ଥିଲେ ଜଣେ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରେ। ତା’ର ସଫଳତାକୁ କୌଣସି ପ୍ରତିବନ୍ଧକ ରୋକିପାରେ ନାହିଁ। ମାଲକାନଗିରି ଜିଲା ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜଣେ ଝିଅ ନିଜ ଆଗ୍ରହ ଓ ନିଷ୍ଠା ବଳରେ ନିଜ ବାପାଙ୍କ ଶେଷ ଇଚ୍ଛା ପୂରଣ କରିପାରିଛନ୍ତି। ବାପାଙ୍କ ଇଚ୍ଛା ଥିଲା ଝିଅ ସିଲେଇ କେନ୍ଦ୍ର ଖୋଲୁ। ସେଥିରେ ତା’ ପରି ଆଉ କେତେଜଣ ଝିଅ କାମ କରନ୍ତୁ। ବାପା ଉତ୍ତମ ମଣ୍ତଳଙ୍କ ଏହି ଇଚ୍ଛାକୁ ବାପାଙ୍କ ମୃତ୍ୟୁ ପରେ ହେଲେ ମଧ୍ୟ ସାକାର କରିପାରିଛନ୍ତି ବନିତା। କାଲିମେଳା ବ୍ଲକ ନାଲାଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଏମ୍‌ଭି – ୭୨ ଗ୍ରାମର ଉତ୍ତମଙ୍କ ଝିଅ ବନିତା ମଣ୍ଡଳ (୨୩)। ବାପାଙ୍କ ଇଚ୍ଛା ଥିଲା ଝିଅ ସ୍ବାବଲମ୍ବୀ ହେଉ। ସେଥିପାଇଁ ସିଲେଇ ଶିକ୍ଷା ଅନୁଷ୍ଠାନଟିଏ ଖୋଲିବାକୁ ସେ ବନିତାଙ୍କୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିକୂଳ ପରିବେଶ ଯୋଗୁ ସେ ବାପାଙ୍କ ଜୀବିତାବସ୍ଥାରେ ସିଲେଇ ଶିକ୍ଷାକେନ୍ଦ୍ରଟିଏ ଖୋଲିପାରି ନ ଥିଲେ। ତେବେ ବାପାଙ୍କ ମୃତ୍ୟୁର ୨ବର୍ଷ ପରେ ବନିତା ତାଙ୍କ ସ୍ମୃତିରେ ନିଜ ଉଦ୍ୟମରେ ଆରମ୍ଭ କରିଛନ୍ତି ଉତ୍ତମ ସିଲେଇ କେନ୍ଦ୍ର। ଏଥିପାଇଁ ସେ ୨୫ହଜାର ଟଙ୍କା ଋଣ ଆଣି ଗୋଟିଏ ସିଲେଇ ମେଶିନରୁ ଏହି କେନ୍ଦ୍ର ଆରମ୍ଭ କରିଥିଲେ । ବର୍ତ୍ତମାନ ୩ଟି ସିଲେଇ ମେଶିନ ରଖି ନିଜ ଅନୁଷ୍ଠାନକୁ ବଢ଼ାଇବା ସହ ଗ୍ରାମର ୩ଜଣ ଯୁବତୀ ଉନ୍ନତି ସରଦାର, ଶତାବ୍ଦୀ ରାୟ ଓ ମଧୁ ବିଶ୍ୱାସଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ କରୁଛନ୍ତି। ସେମାନେ ପ୍ରତ୍ୟହ ସିଲେଇ କେନ୍ଦ୍ରକୁ ଆସି ଶିକ୍ଷା ଗ୍ରହଣ କରୁଥିବା କହନ୍ତି ବନିତା। ବାପାଙ୍କ ମୃତ୍ୟୁ ପରେ ମାଆ ଗୌରୀ ଦୁଇ ଝିଅ ଓ ଗୋଟିଏ ପୁଅକୁ କିପରି ଚଳାଇ ମଣିଷ କରିବେ ଏଇ ଚିନ୍ତାରେ ଭାଙ୍ଗିପଡ଼ିଥିଲେ। ଏହି ସମୟରେ ବାପାଙ୍କ କଥା ମନେପକାଇ ପରିବାର ପାଇଁ ଅଣ୍ଟା ଭିଡ଼ିଥିଲେ ବନିତା। ମାଲକାନଗିରି ଯାଇ ସିଲେଇ ଶିକ୍ଷା ଗ୍ରହଣ କରି ଷ୍ଟେଟବ୍ୟାଙ୍କରୁ ଋଣ ଆଣି ଆରମ୍ଭ କରିଥିଲେ ଏହି ଅନୁଷ୍ଠାନ। ଏବେ ସେ ସିଲେଇରୁ ୧୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରି ପରିବାର ଚଳାଇବା ସହ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri