Posted inଜାତୀୟ

ହନିଟ୍ରାପ୍‌ରେ ଫସିଥିଲେ ବାଂଲାଦେଶୀ ଏମ୍‌ପି

କୋଲକାତା,୨୫ା୫: ବାଂଲାଦେଶ ଏମ୍‌ପି ଅନଓ୍ବରୁଲ ଅଜିମ୍‌ ଅନଓ୍ବରଙ୍କୁ କୋଲକାତାରେ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ ପାଇଁ ହତ୍ୟାକାରୀ ତାଙ୍କ ମୃତଦେହରୁ ଚର୍ମ ଓ ମାଂସ ଉତ୍ତାରିବା ପରେ ହାଡ଼କୁ ଖଣ୍ଡ ଖଣ୍ଡ କରି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ। ପଶ୍ଚିମବଙ୍ଗ ଅପରାଧ ତଦନ୍ତ ବିଭାଗ (ସିଆଇଡି) ହତ୍ୟାରେ ସମ୍ପୃକ୍ତ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିବା ପରେ ଉପରୋକ୍ତ ଘଟଣା ସାମ୍‌ନାକୁ ଆସିଛି। ସନ୍ଦିଗ୍ଧ ଜିହାଦ ହାଲଦର ଜଣେ ପେସାଦାର କଂସେଇ। ତାଙ୍କ ଘର ବାଂଲାଦେଶର ଖୁଲ୍‌ନା ଜିଲାରେ ହୋଇଥିବାବେଳେ ସେ ବେଆଇନ ଭାବେ ଆସି ମୁମ୍ବାଇରେ ରହୁଥିଲେ। ଏମ୍‌ପି ଅନଓ୍ବରଙ୍କୁ ହତ୍ୟା କରିବା ପାଇଁ ତାଙ୍କ ବନ୍ଧୁ ତଥା ଆମେରିକା ନାଗରିକ ଅଖତରୁଜମାନ ୫ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଅଭିଯୁକ୍ତ ହାଲଦରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ। ତାଙ୍କୁ ଅଖତରୁଜମାନ କୋଲକାତା ଆଣି ଏକ ହୋଟେଲରେ ରଖିଥିଲେ। ହାଲଦର ଆଉ ୪ ଜଣଙ୍କ ସହ ମିଶି ଏମ୍‌ପିଙ୍କୁ ହତ୍ୟା କରିଥିବା ସିଆଇଡି ନିକଟରେ ସ୍ବୀକାର କରିଛନ୍ତି। ଖଣ୍ଡିତ ମୃତଦେହକୁ ବ୍ୟାଗରେ ନେଇ ବିଭିନ୍ନ ସ୍ଥାନରେ ଫିଙ୍ଗିବା ପରେ ହତ୍ୟାକାରୀମାନେ ସହରର ଭିନ୍ନ ଭିନ୍ନ ସ୍ଥାନକୁ ପଳାଇଥିଲେ।
ହତ୍ୟାକାଣ୍ଡ ପୂର୍ବରୁ ବାଂଲାଦେଶୀ ଏମ୍‌ପିଙ୍କୁ ହନିଟ୍ରାପ୍‌ରେ ଫସାଯାଇଥିଲା। ମିଛ ପ୍ରେମଜାଲରେ ଫସାଇଥିବା ମହିଳା ଶିଲାନ୍ତି ରହମାନଙ୍କୁ ଢାକା ପୋଲିସ ଅଟକ ରଖିଛି। ସେ ମୁଖ୍ୟ ଅଭିଯୁକ୍ତ ଅଖତରୁଜମାନଙ୍କ ବାନ୍ଧବୀ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡ ଦିନ ଅଖତରୁଜମାନ କୋଲକାତାରେ ଥିଲେ। ପରେ ସେ ମୁଖ୍ୟ ହତ୍ୟାକାରୀ ଅମନୁଲ୍ଲା ଅମନଙ୍କୁ ନେଇ ଢାକା ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri