୬ମାସ ହେବ ଘରକୁ ଫେରିପାରୁନାହାନ୍ତି ବାଂଲାଦେଶୀ ଧୀବର

ପାରାଦୀପ, ୧୭।୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପର ଅଠରବାଙ୍କୀ ଆଶ୍ରୟ କେନ୍ଦ୍ରରେ ଅଛନ୍ତି ୩ ଜଣ ବାଂଲାଦେଶୀ ଧୀବର। ୨୦୨୨ ଅକ୍ଟୋବର ୨୮ରୁ ସେମାନେ ଏଠାରେ ରହୁଛନ୍ତି। ପୋଲିସ ସେମାନଙ୍କୁ ଜଗୁଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଖାଦ୍ୟ,ପୋଷାକ, ଔଷଧ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରାଯାଉଛି। କିନ୍ତୁ ସେମାନଙ୍କ ଫେରିବା ବିଳମ୍ବ ହେବାରେ ଲାଗିଛି। କେବେ ଯିବେ ତା’ମଧ୍ୟ ଠିକଭାବେ କୁହାଯାଇପାରୁନାହିଁ। ସମାନ ସମୟରେ ଧାମରାରେ ଥିବା ୧୬ ଜଣ ବାଂଲାଦେଶୀ ଧୀବର ଗତ ସପ୍ତାହରେ ସ୍ବଦେଶ ଫେରିଗଲେଣି। କିନ୍ତୁ ପାରାଦୀପରେ ଥିବା ୩ ଜଣ ୬ ମାସରୁ ଊର୍ଦ୍ଧ୍ୱ ହେବ ଘରକୁ ଫେରିପାରୁନାହାନ୍ତି। ଫେରିବା ପାଇଁ ସେମାନଙ୍କ ବ୍ୟାକୁଳ ଭରା ଅନୁରୋଧ ସରକାରୀ କ୍ଲିୟରାନ୍ସ ଅଭାବରୁ ପୂରଣ ହୋଇପାରୁନାହିଁ। ସେମାନଙ୍କ ମଧ୍ୟରେ ମହମ୍ମଦ ମିରାଜ ନାମକ ଧୀବରଙ୍କ ମା’ ଇତିମଧ୍ୟରେ ଆରପାରିକୁ ଚାଲିଯାଇଛନ୍ତି। ମାତ୍ର ମହମ୍ମଦ ତାଙ୍କର ଶେଷଦର୍ଶନ କରିପାରି ନ ଥିବା କହି କାନ୍ଦୁଛନ୍ତି।
୨୦୨୨ ଅକ୍ଟୋବର ୨୬ରେ ବାତ୍ୟା ସିତରଙ୍ଗ ହୋଇଥିଲା। ଏହି ବାତ୍ୟାରେ ବାଂଲାଦେଶର ୩ ମାଛଧରା ଡଙ୍ଗା ସମୁଦ୍ର ଗର୍ଭରେ ଭାଙ୍ଗି ଯାଇଥିଲା। ଫଳରେ ଅନେକ ଧୀବର ପାଣିରେ ଭାସିଥିଲେ। ସାଗରଦ୍ୱୀପ ଠାରୁ ୯୦ ନଟିକାଲ ମାଇଲ (୧୬୨କିମି)ସମୁଦ୍ର ପାଣିରେ ଭାସୁଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀ ୧୮ ଜଣଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ସମ୍ପର୍କରେ ଯାଞ୍ଚ କରିବା ପରେ ବାଂଲାଦେଶ କୋଷ୍ଟଗାର୍ଡକୁ ହସ୍ତାନ୍ତର କରାଯାଇଥିଲା। ସେହିପରି ୧୬ ଜଣଙ୍କୁ ଧାମରା ଅଞ୍ଚଳର ମାଛଧରା ବୋଟ ଉଦ୍ଧାର କରି ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲା। ୩ ଜଣଙ୍କୁ ବାଲେଶ୍ୱରର ରଘୁନାଥ ନାମକ ବୋଟ ଉଦ୍ଧାର କରି ପାରାଦୀପ ମେରାଇନ ପୋଲିସକୁ ହସ୍ତାନ୍ତର କରିଥିଲା। ମାତ୍ର ଏହି ୩ ଜଣଙ୍କ ପାଖରେ କିଛି ପ୍ରମାଣପତ୍ର ନ ଥିଲା। ମୁମୂର୍ଷୁ ଅବସ୍ଥାରେ ପୋଲିସ ପ୍ରାଥମିକ ଚିକିତ୍ସା କରି ଆଶ୍ରୟକେନ୍ଦ୍ରରେ ଥଇଥାନ କରିଛି। ପରେ ସମସ୍ତ ସୁରକ୍ଷା ଏଜେନ୍ସି ଯାଞ୍ଚ କରି ସାରିଛନ୍ତି। ମାତ୍ର ସେମାନେ ଘରକୁ ଫେରିପାରୁନାହାନ୍ତି। ସେମାନଙ୍କ ଫେରିବା ସମ୍ପର୍କରେ ସ୍ଥାନୀୟ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର କୁହନ୍ତି ପ୍ରଶାସନ ପକ୍ଷରୁ ଏହା ମଧ୍ୟରେ ଏକାଧିକ ବାର ଚିଠି ଲେଖାଯାଇଛି। ସରକାର ମଧ୍ୟ ଏ ବିଷୟରେ ଅବଗତ ଅଛନ୍ତି। ବୈଦଶିକସ୍ତରରେ କ୍ଲିୟରାନ୍ସ ଆସି ନ ଥିବାରୁ ସେମାନଙ୍କୁ ସସମ୍ମାନେ ରଖାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ଖାଦ୍ୟ ପୋଷାକ ଆଦି ଯୋଗାଇ ଦିଆଯାଇଛି। ସବୁଠାରୁ କୌତୂହଳ ହେଲା ଯେତେବେଳେ ସେମାନେ ଉଦ୍ଧାର ହୋଇଥିଲେ ସେମାନଙ୍କ ଭାଷା ବୁଝି ହେଉ ନ ଥିଲା। ଏବେ ସେମାନେ ଓଡ଼ିଆ ଭାଷା ବୁଝିବା ସହ ଆଂଶିକ ଭାବେ କହିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଖରାଦିନେ ଆବଶ୍ୟକତାଠୁ ଅଧିକ ପାଣି ପିଉଛନ୍ତି କି? ହୋଇପାରେ ଗୁରୁତର ସମସ୍ୟା

ନୂଆଦିଲ୍ଲୀ,୨।୪: ପ୍ରଚୁର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ଏହା ଶରୀରକୁ ହାଇଡ୍ରେଟ୍ ରଖେ, ଚର୍ମର ରଙ୍ଗକୁ ଉନ୍ନତ କରେ ଏବଂ ବିଷାକ୍ତ ପଦାର୍ଥ…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri