Posted inଖେଳ

ଆଜିର ଦିନରେ ଭୟଙ୍କର ଦୁର୍ଘଟଣାରେ ଆଖି ବୁଜିଥିଲେ ଏହି ୨୨ ବର୍ଷୀୟ କ୍ରିକେଟର, ପରଦିନ ଭାରତକୁ ହରାଇ…

ନୂଆଦିଲ୍ଲୀ,୧୬।୩: ଆଜିର ଦିନରେ କ୍ରିକେଟ ଇତିହାସରେ ଅନେକ ବଡ଼ ଘଟଣା ଘଟିଥିଲେ ହେଁ ଏହି ତାରିଖକୁ ଦୁଃଖର ସହକାରେ ମନେ ପକାଯାଇଥାଏ। କାରଣ ବାଂଲାଦେଶ କ୍ରିକେଟ ଟିମ୍‌ର ପୂର୍ବ କ୍ରିକେଟର ମଜରୁଲ ଇସଲାମ ଏହି ଦିନ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ସବୁଠାରୁ କମ୍‌ ବୟସରେ ପ୍ରାଣ ହରାଇଥିବା ଟେଷ୍ଟ କ୍ରିକେଟର ଥିଲେ ସେ। ମଜରୁଲଙ୍କ ମୃତ୍ୟୁର ପରଦିନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ବାଲାଂଦେଶ ଦଳ ବିଜୟ ହାସଲ କରି ତାଙ୍କୁ ସମର୍ପିତ କରିଥିଲା।

ମଜରୁଲଙ୍କୁ ରାଣା ବୋଲି ମଧ୍ୟ କୁହାଯାଉଥିଲା। ସେ ୧୯୮୪ ମେ ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। କଠିନ ପରିସ୍ଥିତିରେ ତାଙ୍କ ପିଲାଦିନ ବିତିଥିଲେ ହେଁ ପରିଶ୍ରମ ବଳରେ ମାତ୍ର ୧୮ ବର୍ଷ ବୟସରେ ସେ ୨୦୦୩ରେ ଦେଶପାଇଁ ପ୍ରଥମ ଦିନିକିଆ ଖେଳିବାର ଗୌରବ ହାସଲ କରିଥିଲେ। ପରେ ୨୦୦୪ରେ ଟେଷ୍ଟ ଟିମ୍‌ ପାଇଁ ତାଙ୍କର ଚୟନ କରାଯାଇଥିଲା।

ବାମହାତୀ ମଜରୁଲ ବାଂଲାଦେଶ ପାଇଁ ୬ ଟେଷ୍ଟ ମ୍ୟାଚ୍‌ ଏବଂ ୨୫ ଦିନିକିଆ ଖେଳିଥିଲେ। ଦିନିକିଆରେ ସେ ୩୩୧ରନ୍‌ କରିବା ସହ ୨୩ ଉଇକେଟ ନେଇଥିଲେ। ସେହିଭଳି ଟେଷ୍ଟ ଟିମ୍‌ରେ ୨୫୭ରନ୍‌ କରିଥିଲେ। ହେଲେ ୨୦୦୭ ମାର୍ଚ୍ଚ ୧୬ରେ ସେ ବନ୍ଧୁଙ୍କ ସହ ବାଇକ୍‌ ଯୋଗେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର ଗାଡ଼ି ଛୋଟ ବସ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ତାଙ୍କୁ ମାତ୍ର ୨୨ ବର୍ଷ ୩୧୬ଦିନ ହୋଇଥିଲା।

ମଜରୁଲଙ୍କ ମୃତ୍ୟୁର ପରଦିନ ଓ୍ବେଷ୍ଟଇଣ୍ଡିଜରେ ୨୦୦୭ କ୍ରିକେଟ ବିଶ୍ୱକପ୍‌ ମ୍ୟାଚ୍‌ରେ ବାଲାଂଦେଶ ଟିମ୍‌ ବେଶ ଆକ୍ରାମକ ନଜର ଆସିଥିଲା। ବାଲାଂଦେଶ ଟିମ୍‌ ଭାରତକୁ ହରାଇଥିଲା। ମ୍ୟାଚ୍‌ ପରେ ଦଳର ସମସ୍ତ ଖେଳାଳି ସାଥି ଖେଳାଳିଙ୍କୁ ମନେ ପକାଇ କାନ୍ଦିଥିଲେ। ପରେ ଏହି ବିଜୟକୁ ସେମାନେ ତାଙ୍କୁ ସମର୍ପିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ

ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ

ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...

୧୩ ସରକାରୀ ଯୋଜନା ବିଷୟରେ ଜାଣିବେ ଯୋଗ୍ୟ ହିତାଧିକାରୀ, ଓ୍ବାର୍ଡକୁ ଓ୍ବାର୍ଡ ବୁଲି…

କୋରାପୁଟ,୧ା୧(ଅମିତାଭ ବେହେରା): ଗୁରୁବାର କୋରାପୁଟ ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସହଯୋଗ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ବା ସଚେତନତା ରଥ ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ବିଧାୟକ...

ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା, ଅଶୋକ ପଣ୍ଡା କହିଲେ ଯେବେ ଯାଏ ନବୀନ ଅଛନ୍ତି…

ଭୁବନେଶ୍ବର,୧।୧: ନୂଆବର୍ଷର ପ୍ରଥମ ଦିନରେ ପୁଣି ଥରେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି ।ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ମୁହଁ ଖୋଲିଛନ୍ତି ଅଶୋକ...

ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ

ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri