Posted inଖେଳ

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ହତ୍ୟା ଧମକ

ଢାକା,୧୭।୧୧:ବାଂଲାଦେଶ କ୍ରିକେଟର ଶାକିବ ଅଲ ହାସନଙ୍କୁ ଫେସବୁକରେ ହତ୍ୟା ଧମକ ଦିଆଯିବା ପରେ ସେ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଶାକିବ କାଳୀ ପୂଜାରେ ସାମିଲ ହେବା ପାଇଁ କୋଲକାତା ଆସିଥିଲେ ଏବଂ ଏହି କାରଣରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡିଛି। ମୋହସିନ ତାଲୁକତାର ନାମକ ଜଣେ ବ୍ୟକ୍ତି ତାଙ୍କ ଫେସବୁକ ଆକାଉଣ୍ଟରେ ଲାଇଭ ଭିଡିଓ ସମୟରେ ଶାକିବଙ୍କୁ ହତ୍ୟା ଧମକ ଦେଇଥିଲେ। ବାଂଲାଦେଶର ସିଲହେଟ ସହରର ମୋହସିନ ତାଲୁକଦାର କହିଥିଲେ ଯେ ଶାକିବଙ୍କ କାର୍ଯ୍ୟକଳାପ ମୁସଲମାନମାନଙ୍କୁ ଅପମାନିତ କରିଛି। ମୋହସିନ କହିଛନ୍ତି ଯେ ଯଦି ଶାକିବଙ୍କୁ ହତ୍ୟା କରିବା ପାଇଁ ତାଙ୍କୁ ଢାକା ଆସିବାକୁ ପଡିବ ତେବେ ସେ ଆସିବେ। ଏହା ପରେ ଶାକିବ ଅଲ-ହାସନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କ୍ଷମା ମାଗିଛନ୍ତି।
ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଶାକିବ କହିଛନ୍ତି ଯେ ଯଦି ମୁଁ ତୁମର ଭାବନାକୁ ଆଘାତ ଦେଇଛି ତେବେ ଜଣେ ଗର୍ବିତ ମୁସଲମାନ ଭାବରେ ମୁଁ ତୁମ ସମସ୍ତଙ୍କୁ କ୍ଷମା ମାଗୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ପୂଜା କାର୍ଯ୍ୟକ୍ରମର ଉଦଘାଟନ କରି ନ ଥିଲେ, କେବଳ ସେହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଥିବାବେଳେ ଧର୍ମ ବିଷୟରେ କୌଣସି ଆଲୋଚନା କରାଯାଇ ନଥିଲା। ମୋର ବିଶ୍ୱାସ ଯେ ଇସଲାମ ଶାନ୍ତିର ଧର୍ମ ଅଟେ। ମୁଁ ସର୍ବଦା ଇସଲାମର ପ୍ରତ୍ୟେକ ପ୍ରଥା ଅନୁସରଣ କରିବାକୁ ଚେଷ୍ଟା କରେ। ହଁ, ଆମେ ଭୁଲ କରିଥାଉ, କିନ୍ତୁ ମୁଁ ଜଣେ ଭଲ ମୁସଲମାନ ହେବା ପାଇଁ ଶିଖିବାକୁ ଚେଷ୍ଟା କରେ। ମୁଁ କେବଳ କହିବାକୁ ଚାହେଁ ଯେପର୍ଯ୍ୟନ୍ତ ଆମେ ଏକଜୁଟ ରହିଲେ ହିଁ ଆମେ ଶକ୍ତିଶାଳୀ ହୋଇପାରିବା। ଆମେ ମୁସଲମାନମାନେ ସର୍ବଦା ଏକ ହୋଇ ରହିବୁ ବୋଲି ଶାକିବ କହିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୧୨ରେ କୋଲକାତାରେ ଏକ କାର୍ଯ୍ୟକ୍ରମ ସମୟରେ ଶାକିବ କହିଥିଲେ ଯେ, କୋଲକାତା ମୋ ଘର ପରି, ମୁଁ ଏଠାକୁ ଆସିବାର ସୁଯୋଗକୁ ହାତଛଡ଼ା କରିବାକୁ ଚାହେଁ ନାହିଁ। ଆମେ ସମସ୍ତେ ପ୍ରାର୍ଥନା କରିବା ଉଚିତ ଯେ ଉଭୟ ପକ୍ଷର ସମ୍ପର୍କ ସବୁଦିନ ପାଇଁ ମଜଭୁତ ରହୁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri