ବଲିଉଡରେ ଡେବ୍ୟୁ କରିବେ ବାଂଲାଦେଶୀ ଅଭିନେତା ଶାକିବ ଖାଁ

ମୁମ୍ବାଇ: ବାଂଲାଦେଶର ଜଣାଶୁଣା ଅଭିନେତା ଶାକିବ ଖାଁଙ୍କ ଅଭିନୀତ ମୁଭି ‘ପ୍ରିୟୋତମା’କୁ ବାଂଲାଦେଶରେ ଭଲ ପ୍ରତିକ୍ରିୟା ମିଳିଛି। ଏବେ ଏହି ଅଭିନେତା ତାଙ୍କ ବଲିଉଡ ଡେବ୍ୟୁକୁ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି। ତେବେ ତାଙ୍କ ବିପକ୍ଷର ନାୟିକା କିଏ ହେବେ ତାକୁ ନେଇ ଏବେ ବିଚାର ଚାଲିଛି। କୁହାଯାଉଛି କି ଫିଲ୍ମ ପାଇଁ ପ୍ରାଚି ଦେଶାଇ, ନେହା ଶର୍ମା, ଜରିନ ଖାଁ ଓ ଶହନାଜ ଗିଲଙ୍କ ନାମ ଆଗରେ ରହିଛି।
ରିପୋଟର୍ସର ସୂଚନା ଅନୁଯାୟୀ, ଫିଲ୍ମର ଶୁଟିଂ ସେପ୍ଟେମ୍ବରରେ ବାରାଣସୀରେ ଆରମ୍ଭ ହେବ ଓ ୩୫ ଦିନ ମଧ୍ୟରେ ଏହାର ସିଡ୍ୟୁଲକୁ ପୂରଣ କରାଯିବ। ଏହା ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଜଏଣ୍ଟ ପ୍ରଡକଶନ ହେବ। ମୁଭିଟି ବେଙ୍ଗଲି ବ୍ୟତୀତ ହିନ୍ଦୀ, ତେଲଗୁ ଓ ତାମିଲ ସମେତ ଆଉ କିଛି ଭାଷାରେ ରିଲିଜ କରାଯିବ। ଫିଲ୍ମର ଟାଇଟଲକୁ ନେଇ ଚର୍ଚ୍ଚା ହେବାସହ ଅନୁମାନ ବି ଲଗାଯାଉଛି। ଶୁଣିବାକୁ ମିଳୁଛି କି ଫିଲ୍ମର ନାମ ‘ସାଇକୋପ୍ୟାଥ’ ରଖାଯାଇଛି। ହେଲେ ମେକର୍ସ ଏହାକୁ ଖାରଜ କରିଦେଇଛନ୍ତି ଓ ଆଶ୍ୱାସନା ଦେଇଛନ୍ତି କି ଫିଲ୍ମର ଅସଲ ଟାଇଟଲ ଖୁବଶୀଘ୍ର ଆସିବ।
ଖବର ଆସିଛି କି ଏହି ମୁଭିରେ ଶେହନାଜ ଗିଲ ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି। ସୂଚନାଯୋଗ୍ୟ, ଶହନାଜ ବଲିଉଡ ଭାଇଜନାନ ସଲମାନ ଖାଁଙ୍କ ମୁଭି ‘କିସି କା ଭାଇ କିସି କି ଜାନ’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

NEET ପରୀକ୍ଷା ପୂର୍ବରୁ ଭାରତରେ ଟେଲିଗ୍ରାମ୍ ବ୍ୟାନ୍: ସରକାରଙ୍କୁ ଘେରିଲେ ଟେଲିଗ୍ରାମ ସିଇଓ

ନୂଆଦିଲ୍ଲୀ,୧୭।୬: ଭାରତରେ ଟେଲିଗ୍ରାମ (Telegram) କୁ ସାମୟିକ ଭାବେ ବ୍ୟାନ କରାଯାଇଛି। NEET-UG ୨୦୨୬ ପୁନଃ-ପରୀକ୍ଷା ପୂର୍ୱରୁ କପି ଏବଂ ଗୁଜବ ବା ଭୁଲ ସୂଚନା ରୋକିବା…

ଗର୍ଜିଲା ଶୁଭମନଙ୍କ ବ୍ୟାଟ୍‌; ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କଲେ ଏମିତି କାରନାମା, ସବୁ ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୧୭।୬: ଲକ୍ଷ୍ନୌରେ ଖେଳାଯାଉଥିବା ଭାରତ ବନାମ ଆଫଗାନିସ୍ତାନ ଦ୍ୱିତୀୟ ଦିନିକିଆ (ODI) ମ୍ୟାଚରେ ଶୁଭମନ ଗିଲ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ସେ ୭୭ ବଲରେ…

‘I Am The Boss’… G-7 ମିଟିଂରେ ବଡ଼ ଘୋଷଣା କଲେ ଟ୍ରମ୍ପ! ସମସ୍ତେ କାବା

ନୂଆଦିଲ୍ଲୀ,୧୭।୬: ବୁଧବାର G-7 ନେତାମାନଙ୍କ ବୈଠକର ଶେଷ ଦିନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଏକ ବିବୃତ୍ତି ଭାଇରାଲ ହେଉଛି। କ୍ଲିପରେ, ସମସ୍ତେ ବସିଥିବାବେଳେ…

ଅଭିଯୋଗ ଦେବାକୁ ଯାଇଥିବା ନାବାଳିକାଙ୍କୁ ଥାନାରେ ଧମକ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ବାରିପଦା/ମୋରଡ଼ା,୧୭ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ବିବାଦୀୟ ମୋରଡ଼ା ଥାନା ଅଧିକାରୀ ସୁମିତ କୁମାର ସୋରେନ ଅଭିଯୋଗ ଦେବାକୁ ଯାଇଥିବା ଜଣେ ନାବାଳିକାଙ୍କୁ ଥାନାରେ ଧମକ ଦେବା ଘଟଣାକୁ…

ଇରାନକୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ: ‘ସର୍ତ୍ତ ନ ମାନିଲେ ସିଧା ମୁଣ୍ଡ ଉପରେ ପକାଇବୁ ବୋମା’

ନୂଆଦିଲ୍ଲୀ,୧୭।୬: ଇରାନ ସହିତ ଚାଲିଥିବା ଆଲୋଚନା ଏବଂ ଚୁକ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ବୟାନ ପୁଣି ଥରେ ଯୁଦ୍ଧ ଚିନ୍ତାକୁ ବଢ଼ାଇ ଦେଇଛି।…

କାଠରେ ରାମଦୋଳି ନିଜେ ପ୍ରସ୍ତୁତ କରନ୍ତି ଗାଁର ଯୁବତୀ-ଯୁବକ, ରଜ କୁଇନ୍‌ ପ୍ରତିଯୋଗିତାରେ ନେଲେ ଖୁବ୍‌ ମଜା

ଭଞ୍ଜନଗର,୧୭ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରଜ ମହୋତ୍ସବ ଧୂମ୍‌ଧାମରେ ପାଳିତ ହୋଇଯାଇଛି। ଭଞ୍ଜନଗର ପାତ୍ର କଲୋନୀରେ ୩ ଦିନ ବ୍ୟାପି ଚାଲିଥିବା ରଜ କୁଇନ୍‌…

‘ତୁମେମାନେ ପରଜୀବୀ, ଜେଲରେ ବନ୍ଦ…’; କକ୍ରୋଚ ପରେ ପୁଣି ବିବାଦୀୟ ବୟାନ ଦେଲେ CJI!

ନୂଆଦିଲ୍‌ଲୀ,୧୭।୬: ଭାରତର ମୁଖ୍ୟ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା କିଛି ସମୟ ପୂର୍ୱରୁ ଦିଆଯାଇଥିବା ‘ଅସରପା’ (କକ୍ରୋଚ) ବୟାନକୁ ନେଇ ସାରା ଦେଶରେ ପ୍ରବଳ ହଙ୍ଗାମା…

ଗଛରେ ପିଟିହେଲା ବାଇକ୍‌: ଜଣଙ୍କ ଜୀବନ ଗଲା, ୨ ଗୁରୁତର

ପରଜଙ୍ଗ,୧୭ା୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ମହାବିରୋଡ୍‌ ଥାନା କମର-ପଙ୍ଗାତିରା ପୂର୍ତ୍ତ ବିଭାଗ ରାସ୍ତାର କୁଟୁରିଆ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ଗଛରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri