Categories: ଖେଳ

ବାଂଲାଦେଶ ଦେଶ ଜିତିଲା ଟସ, ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଶ୍ରୀଲଙ୍କା…

କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ସୁପର ଫୋରର ପ୍ରଥମ ମ୍ୟାଚରେ ବାଂଲାଦେଶ ଦଳ ପାକିସ୍ତାନକୁ ହରାଇଛି ଏବଂ ଫାଇନାଲ ଦୌଡ଼ରେ ଏହି ଦଳ ଜିତିବା ଜରୁରୀ ଅଟେ। ଏଥି ସହିତ ଡିଫେଣ୍ଡିଂ ଚାମ୍ପିଅନ ଶ୍ରୀଲଙ୍କା ମଧ୍ୟ ବିଜୟ ସହ ଫାଇନାଲ ପାଇଁ ନିଜର ଦାବିକୁ ସୁଦୃଢ଼ କରିବାକୁ ଚାହୁଁଛି। ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ବାଂଲାଦେଶ ପ୍ଲେଇଙ୍ଗ ୧୧ରେ ମହମ୍ମଦ ନାଏମ, ମେହେଦି ହାସନ ମିରାଜ, ଲିଟନ ଦାସ, ଶାକିବ ଅଲ ହାସନ (ଅଧିନାୟକ), ତାହିଦ ହ୍ରିଡୋ, ମୁଶଫିକୁର ରହୀମ (ଡବ୍ଲୁ), ଶାମିମ ହୁସେନ, ଟାସ୍କିନ ଅହମ୍ମଦ, ସେରିଫୁଲ ଇସଲାମ, ହାସନ ମହମୁଦ, ନାସୁମ ଅହମ୍ମଦ ପ୍ରମୁଖ ଅଛନ୍ତି।

ସେହିପରି ଶ୍ରୀଲଙ୍କା ପ୍ଲେଇଙ୍ଗ ୧୧ରେ ପୃଥମ ନିସଙ୍କା, ଡିମୁଥ କରୁଣାତ୍ନେ, କୁସାଲ ମେଣ୍ଡିସ (ଡବ୍ଲୁ), ସାଦିରା ସମରୱିକ୍ରାମା, ଚାରିଥ ଆସାଲଙ୍କା, ଧନଞ୍ଜୟ ଦେ ସିଲଭା, ଦାସୁନ ଶାନାକା (ଅଧିନାୟକ), ଡୁନିଥ ଭେଲାଲେଜ, ମହିଷ ଟିକସାନା କାସୁନ ରାଜିତା, ମାଥିଶା ପୃଥରିନା।

Share