Posted inଖେଳ

ରୋମାଞ୍ଚକର ମ୍ୟାଚ୍‌ରେ ବାଂଲାଦେଶ ୩ ରନ୍‌ରେ ଜିତିଲା…

ବ୍ରିସବେନ ,୩୦।୧୦ : ଟି-୨୦ ବିଶ୍ୱକପରେ ବାଂଲାଦେଶ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ୨୮ ତମ ମ୍ୟାଚ୍‌ରେ ରୋମାଞ୍ଚକର ଭାବେ ବାଂଲାଦେଶ ୩ ରନ୍‌ରେ ଜିତିଛି। ଧାର୍ଯ୍ୟ ୨୦ ଓଭରରେ ୭ ଓ୍ବିକେଟ ହରାଇ ବାଂଲାଦେଶ ୧୫୦ ରନ୍‌ ସ୍କୋର କରିଥିଲା। ଫଳରେ ଜିମ୍ବାୱେ ଜିତିବା ପାଇଁ ୧୫୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଜିମ୍ବାଓ୍ବେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୭ ରନ୍‌ ସଂଗ୍ରହ କରିଥିଲା।

ନୁରୁଲ ହାସନ ମୁଜରବାନୀଙ୍କୁ ଷ୍ଟମ୍ପ କରିଥିଲେ ଏବଂ ବାଂଲାଦେଶ ଏହି ମ୍ୟାଚ ଜିତିଥିବା ଭାବିଥିଲା। ଜିମ୍ବାୱେର ବ୍ୟାଟସ ମ୍ୟାନ୍‌ ମଧ୍ୟ ନିଜକୁ ଆଉଟ୍‌ ବୋଲି ଭାବିଥିଲେ। କିନ୍ତୁ ରିଭ୍ୟୁରେ ଓଲଟପାଲଟ ହୋଇଥିଲା। ୱିକେଟ ଆଗରେ ନରୁଲ ହାସନ ବଲ ଧରିଥିଲେ। ଏହି କାରଣରୁ ଏହାକୁ ନୋ-ବଲ ଘୋଷିତ କରାଯାଇଥିଲା। ଅମ୍ପାୟାର ପୁନର୍ବାର ବ୍ୟାଟସ ମ୍ୟାନ୍‌ଙ୍କୁ ପଡ଼ିଆକୁ ଡାକିଥିଲେ। ମୋସାଦେକ ହୋସେନଙ୍କ ଡେଲିଭରି ମୁଜରବାନୀଙ୍କ ପାଇଁ ଏକ ଫ୍ରି-ହିଟ ଥିଲା। କିନ୍ତୁ ସେ ବଲକୁ ବ୍ୟାଟିଂ କରି ପାରି ନଥିଲେ।

ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ରବିବାର ବ୍ରିସବେନ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓ୍ବେ ଅଧିନାୟକ କ୍ରାଇଗ୍‌ ଇରଭାଇନଙ୍କ ନେତୃତ୍ୱରେ ଦଳ ବୋଲିଂ କରିଥିଲା। ୍‌ଦଳ ପାଇଁ ନଜମୁଲ ହୁସେନ ଶାଣ୍ଟୋ ସର୍ବାଧିକ ୭୧ ରନ ସଂଗ୍ରହ କରିଥିଲେ। ଆଫିଫ ହୋସେନ ୧୯ ଟି ବଲରୁ ୨୯ ରନ୍‌ ଏବଂ ଅଧିନାୟକ ଶାକିବ ଅଲ ହାସନ ୨୦ ଟି ବଲରୁ ୨୩ ରନ ସ୍କୋର କରିଥିଲେ। ଲିଟନ ଦାସ ୧୪ ରନ୍‌ର ଯୋଗଦାନ କରିଥିଲେ। ମୋସାଦେକ ହୋସେନଙ୍କୁ ୭ ଏବଂ ନୁରୁଲ ହାସନ ଏକ ରନ୍‌ ସ୍କୋର କରି ଆଉଟ ହୋଇଥିଲେ। ସୋମ୍ୟା ସରକାର ଖାତା ଖୋଲିପାରି ନଥିଲେ। ୟାସିର ଅଲି ଏକ ରନ୍‌ କରି ଅପରାଜିତ ରହିଥିଲେ। ବ୍ଲୋସିଙ୍ଗ ମୁଜାରବାନୀ ଏବଂ ରିଚାର୍ଡ ନାଗାର୍ବା ଜିମ୍ବାୱେ ପାଇଁ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ସିକନ୍ଦର ରଜା ଏବଂ ସିନ ୱିଲିୟମ୍ସ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri