Categories: ଖେଳ

ଭାରତର ଲଜ୍ଜାଜନକ ପରାଜୟ

ଢାକା,୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳ ଚମକପ୍ରଦ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ଗୋଟିଏ ଉଇକେଟ୍‌ରେ ଭାରତକୁ ପରାସ୍ତ କରିଛି। ଭାରତର ୧୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୬ ଓଭରରେ ୯ ଉଇକେଟ୍‌ ହରାଇ ବିଜୟ ହାସଲ କରିଥିଲା। ଦଳ ପକ୍ଷରୁ ଲିଟନ ଦାସ ସର୍ବାଧିକ ୪୧, ମେହିଦି ହାସନ ୩୮ ଏବଂ ସାକିବ ଉଲ ହାସନ ୨୯ ରନ୍‌ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସିରାଜ ୩, ଓ୍ବାଶିଂଟନ ସୁନ୍ଦର ୨ ଏବଂ କୂଳଦୀପ ସେନ୍‌ ୨ଟି ଉଇକେଟ ନେଇଥିଲେ।
ଟସ ହାରି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୪୧.୨ ଓଭରରେ ୧୮୬ ରନରେ ଅଲଆଉଟ୍‌ ହୋଇଥିଲା। କେଏଲ ରାହୁଲ ସର୍ବାଧିକ ୭୩ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ଏକ ସମୟରେ ଟିମ ଇଣ୍ଡିଆ ଏକ ଶକ୍ତିଶାଳୀ ସ୍ଥିତିରେ ଥିଲା। ବାଂଲାଦେଶ ନଅ ଉଇକେଟ ହରାଇ ୧୩୬ ରନ୍‌ କରିଥିଲା। ଏହି ସମୟରେ ଲାଗୁଥିବଲା ଭାରତ ସହଜରେ ମ୍ୟାଚ୍‌ ଜିତିଯିବ। କିନ୍ତୁ ଭାରତୀୟ ଦଳ ପଡ଼ିଆରେ ବଡ ଭୁଲ କରି ମ୍ୟାଚକୁ ହାତରୁ ଖସିଯିବାକୁ ଦେଇଥିଲା। କେ.ଏଲ ରାହୁଲ ବାଂଲାଦେଶର ବିଜୟର ହିରୋ ମେହିଦି ହାସନ ମିରାଜଙ୍କ ଏକ ସରଳ କ୍ୟାଚ ଛାଡିଥିଲେ। ଏହାର ଫାଇଦା ଉଠାଇ ମିରାଜ ଏବଂ ମୁସ୍ତାଫିଜୁର ରହମାନ ଶେଷ ଉଇକେଟ ପାଇଁ ଅପରାଜିତ ୫୧ ରନ ଭାଗିଦାରୀ ବାଣ୍ଟିଥିଲେ। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଡିସେମ୍ବର ୭ରେ ଢାକାରେ ଖେଳାଯିବ। ମିରାଜ ନିଜ ଦଳକୁ ଏକୁଟିଆ ଜିତାଇଥିଲେ। ସେ ୩୯ ବଲରୁ ୨୮ ରନରେ ଅପରାଜିତ ରହିଥିଲେ। ଏଥି ସହିତ ମୁସ୍ତାଫିଜୁର ନଅ ରନ ସ୍କୋର କରି ଅପରାଜିତ ରହିଥିଲେ। ଏହି ବିଜୟ ସହିତ ବାଂଲାଦେଶ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି। ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଡିସେମ୍ବର ୭ରେ ଢାକାରେ ଖେଳାଯିବ।

Share