ମାଲାମାଲ ହେଲା ବାଂଲାଦେଶ, ଆମେରିକା ପରେ ଏବେ…

ଢାକା,୧୮।୯: ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଅତିରିକ୍ତ ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରିବ ବୋଲି ବଶ୍ୱବ୍ୟାଙ୍କ ମଙ୍ଗଳବାର ଘୋଷଣା କରିଛି। ଗୁରୁତ୍ୱପୂର୍ଣ୍ଣ ସୁଧାର, ବନ୍ୟା ପରିସ୍ଥିତିର ମୁକାବିଲା, ଉନ୍ନତ ବାୟୁ ଗୁଣବତ୍ତା ପାଇଁ ବାଂଲାଦେଶକୁ ଏହି ୨ ବିଲିୟନ ଆମେରିକୀୟ ଡଲାର ପ୍ରଦାନ କରାଯିବ। ଦୃଢ ବିକାଶ, ସ୍ବାସ୍ଥ୍ୟସେବା ଏବଂ ଭିତ୍ତିଭୂମି ପାଇଁ ମଧ୍ୟ ଏହି ରାଶି ଉପଯୋଗୀ ହେବ।

ମଙ୍ଗଳବାର ଢାକାରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ସହ ସାକ୍ଷାତ ସମୟରେ ବିଶ୍ୱ ବ୍ୟାଙ୍କ ଆଞ୍ଚଳିକ ନିର୍ଦ୍ଦେଶକ ଅବଦୁଲା ସେକ ନୂତନ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଅବଦୁଲା ସେକ କହିଛନ୍ତି ଯେ ମଧ୍ୟବର୍ତ୍ତୀ ସରକାରଙ୍କ ସଂସ୍କାର ଏଜେଣ୍ଡାକୁ ସମର୍ଥନ କରିବା ପାଇଁ ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶକୁ ଋଣ ପ୍ରଦାନ ବୃଦ୍ଧି କରିବାକୁ ବିଶ୍ୱ ବ୍ୟାଙ୍କ ପ୍ରତିବଦ୍ଧ।
ମୁଖ୍ୟ ପରାମର୍ଶଦାତା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ୟୁନୁସ ଟୁଇଟରରେ ଲେଖିଛନ୍ତି ଯେ SEC ଅନୁଯାୟୀ ବିଶ୍ୱବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨ବିଲିୟନ ଡଲାରର ଅତିରିକ୍ତ ସହାୟତା ପ୍ରଦାନ କରିବ।

ଏହାପୂର୍ବରୁ ଆମେରିକା ବାଂଲାଦେଶକୁ ୨୦୦ ମିଲିୟନ ଡଲାର ସହାୟତା ମଧ୍ୟ ଦେଇଥିଲା। ବାଂଲାଦେଶୀ ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଅର୍ଥ ଯୁବକମାନଙ୍କ କଲ୍ୟାଣ, ସ୍ବାସ୍ଥ୍ୟ ସେବାରେ ଉନ୍ନତି ତଥା ବ୍ୟବସାୟିକ ସୁଯୋଗ ବୃଦ୍ଧି ପାଇଁ ବ୍ୟବହାର କରିବ।
ବାଂଲାଦେଶରେ ହୋଇଥିବା ବ୍ୟାପକ ବିରୋଧ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦେଶ ଛାଡି ପଳାଇବାକୁ ପଡିଲା, ଏହା ପରେ ବାଂଲାଦେଶର ରାଜନୈତିକ ଅବସ୍ଥା ସମ୍ପୂର୍ଣ୍ଣ ଖରାପ ହୋଇଗଲା।
ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ସଂସଦ ସମେତ ଅନେକ ସ୍ଥାନକୁ ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ବିଗିଡିବା ସହିତ ହିନ୍ଦୁ ସମ୍ପ୍ରଦାୟରେ ଅତ୍ୟାଚାର ଆରମ୍ଭ ହୋଇଥିଲା। ଦେଶର ଅନେକ ପ୍ରମୁଖ ହିନ୍ଦୁ ମନ୍ଦିରକୁ ଭାଙ୍ଗି ନିଆଁ ଲଗାଇ ଦିଆଯାଇଥିଲା।
ରାଜନୈତିକ ଅସ୍ଥିରତା ପରେ ବାଂଲାଦେଶରେ ଏକ ନୂତନ ସରକାର ଗଠନ କରାଯାଇଥିଲା। ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ବାଂଲାଦେଶର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଇଣ୍ଡିଗୋ ବିମାନ ରଦ୍ଦ ପରେ ବି କେମିତି ଧଡାଧଡ ବିକ୍ରି ହେଉଛି ଟିକେଟ! ୩ ଗୁଣା ଅଧିକ ଦାମରେ ବି କିଣୁଛନ୍ତି ଲୋକେ

ନୂଆଦିଲ୍ଲୀ,୬।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଅନେକ ଦିନ ଧରି ସଂଘର୍ଷ କରୁଛି। ଡିସେମ୍ବର ୨ରୁ ବିମାନ ବାତିଲ ଚାଲିଛି। ଇଣ୍ଡିଗୋ ପ୍ରତିଦିନ ୫୦୦ରୁ ଅଧିକ ବିମାନ ବାତିଲ...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri