Posted inଖେଳ

ବ୍ୟାଟିଂ ବିପର୍ଯ୍ୟୟ ପରେ ୨୫୦ ରନ୍‌ର ପାର୍ଟନରଶିପ୍‌

ଢାକା,୨୩।୫: ସ୍ଥାନୀୟ ଶେରେ ବାଂଲା ଜାତୀୟ ଷ୍ଟାଡିୟମରେ ସୋମବାରଠାରୁ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ବାଂଲାଦେଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୨୪ରନ୍‌ ମଧ୍ୟରେ ଅଧାଦଳକୁ ହରାଇ ସାରିଥିଲା। ଏଭଳି ବିପରୀତ ପରିସ୍ଥିତିରେ ମୁଶ୍‌ଫିକର ରହିମ ଏବଂ ଲିଟନ ଦାସଙ୍କ ଅବିଭାଜିତ ୬ଷ୍ଠ ଉଇକେଟ ପାଇଁ ୭୭ ଓଭରରେ ୨୫୩ ରନ୍‌ର ଭାଗୀଦାରିତା କରିଛନ୍ତି। ଏହା ବାଂଲାଦେଶ ପାଇଁ ୬ଷ୍ଠ ଉଇକେଟ ଲାଗି ସର୍ବାଧିକ ଭାଗୀଦାରିତା। ଏଥିପୂର୍ବରୁ ଏହି ରେକର୍ଡ ରହିମ ଓ ପୂର୍ବତନ ଅଧିନାୟକ ମହମ୍ମଦ ଅଶ୍ରଫୁଲଙ୍କ ନାମରେ ଥିଲା। ଦୁହେଁ ୬ଷ୍ଠ ଉଇକେଟରେ ୨୦୧୩ରେ ସମାନ ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ୧୯୧ ରନ୍‌ କରିଥିଲେ। ପ୍ରଥମ ଦିନ ଶେଷସୁଦ୍ଧା ଘରୋଇ ଦଳ ୫ ଉଇକେଟ ହରାଇ ୨୭୭ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରହିମ ୧୧୫ (୧୩ ଚୌକା) ଓ ଲିଟନ ୧୩୫ (୧୬ ଚୌକା ଓ ୧ ଛକା) ରନ୍‌ କରି ଅପରାଜିତ ଅଛନ୍ତି। ଏହା ରହିମ୍‌ଙ୍କ ଲଗାତର ଦ୍ୱିତୀୟ ଏବଂ ଟେଷ୍ଟ କ୍ୟାରିୟରରେ ୯ମ ଶତକ ହୋଇଥିବା ବେଳେ ୨୭ ବର୍ଷୀୟ ଲିଟନଙ୍କ ପାଇଁ ଏହା ତୃତୀୟ ଟେଷ୍ଟ ଶତକ। ଶ୍ରୀଲଙ୍କା ପକ୍ଷରୁ କାସୁନ ରଜିଥା ୩ଟି ଓ ଅସିଥା ଫର୍ନାଣ୍ଡୋ ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri