Categories: ଖେଳ

ଏସିଆ କପ୍‌ ଲାଗି ଦଳ ଘୋଷଣା କଲା ବାଲାଂଦେଶ, ଟିମ୍‌କୁ ଫେରିଲେ…

ନୂଆଦିଲ୍ଲୀ,୧୨।୮: ବାଲାଂଦେଶ କ୍ରିକେଟ ବୋର୍ଡ(ବିସିବି) ଶନିବାର ଏସିଆ କପ୍‌ ଲାଗି ୧୭ ସଦସ୍ୟ ବିଶିଷ୍ଟ ଟିମ୍‌ ଘୋଷଣା କରିଛି। ଏଥିରେ ଓପନିଂ ବ୍ୟାଟ୍ସମ୍ୟାନ୍‌ ତାନ୍‌ଜିଦ ହାସନ ତମିମଙ୍କୁ ପ୍ରଥମ ଥର ଲାଗି ଜାତୀୟ ଦଳରେ ସାମିଲ କରାଯାଇଛି। ତମିମ ଇକବାଲ ପିଠିରେ ଆଘାତ ସମସ୍ୟା କାରଣରୁ ଏସିଆ କପ୍‌ରୁ ବାଦ ପଡ଼ିଛନ୍ତି। ଫଳରେ ଓପନର୍‌ ଲାଗି ଗୋଟିଏ ସ୍ଥାନ ଖାଲି ହୋଇଥିଲା।
ତେବେ ଏସିଆ କପ୍‌ ଅଗଷ୍ଟ ୩୦ରୁ ଆରମ୍ଭ ହେବ। ଏଥିରେ ବାଲାଂଦେଶକୁ ଗ୍ରୁପ ବିରେ ରଖାଯାଇଛି। ଦଳ ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୩୧ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ।
ବାଲାଂଦେଶ ସ୍କ୍ବାର୍ଡ: ଶାକିବ ଅଲ ହାସନ (ଅଧିନାୟକ), ଲିଟନ ଦାସ, ତାନଜିଦ ତମିମ, ନଜମୁଲ ହୁସେନ ଶାଣ୍ଟୋ, ତୋହିଦ ହ୍ରିଡୋଇ, ମୁଶଫିକୁର ରହୀମ, ମେହିଡି ହାସନ ମିରାଜ, ଟାସ୍କିନ ଅହମ୍ମଦ, ମୁସ୍ତାଫିଜୁର ରହମାନ, ହାସନ ମହମୁଦ, ଶେଖ ମହେଦି, ନାସୁମ ଅହମ୍ମଦ, ଶାମିମ ହୁସେନ, ଆଫିଫ ହୁସେନ , ଶୋରିଫୁଲ ଇସ୍‌ଲାମ, ଇବାଦତ୍‌ ହୁସେନ, ନଇମ ଶେଖ
ଷ୍ଟାଣ୍ଡବାଇ: ତାଇଜୁଲ ଇସଲାମ, ସୈଫ ହାସନ, ତାନଜିମ ହାସନ ଶାକିବ
Share