ସରକାର ବିରୋଧୀ ଆନ୍ଦୋଳନ: ବାଂଲାଦେଶ ବିରୋଧୀ ଦଳ ମୁଖ୍ୟ ଗିରଫ

ଢାକା,୨୯ା୧୦: ସରକାର ବିରୋଧୀ ଆନ୍ଦୋଳନର ଦିନକ ପରେ ରବିବାର ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି (ବିଏନ୍‌ପି)ର ମହାସଚିବ ମିର୍ଜା ଫଖ୍‌ରୁଲ୍‌ ଇସ୍‌ଲାମ ଆଲମଗିର୍‌ଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଛି।

ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଇସ୍ତଫା ଦାବିରେ ଶନିବାର ଢାକାରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କର୍ମୀଙ୍କ ଆକ୍ରମଣରେ ଜଣେ କନ୍‌ଷ୍ଟେବଲଙ୍କ ମୃତ୍ୟୁ ଘଟିବା ସହ ୨୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ଆଲମ୍‌ଗିର୍‌ଙ୍କୁ ପୋଲିସ୍‌ ଗୋଇନ୍ଦା ବିଭାଗ ଅଟକ ରଖିଥିବା ବିଏନ୍‌ପି ପକ୍ଷରୁ ସୂଚନା ଦିଆଯାଇଛି।

Share