Posted inଖେଳ

ମହଙ୍ଗା ପଡ଼ିଲା ଷ୍ଟମ୍ପକୁ ଗୋଇଠା ମାରିବା

ଢାକା,୧୩।୬: ବାଂଲାଦେଶର ଶାକିବ ଅଲ ହାସନ ଘରୋଇ ଟି୨୦ ମ୍ୟାଚ୍‌ବେଳେ ଅମ୍ପାୟରଙ୍କୁ ଗାଳି ଗୁଲଜ କରିବା ସହ ଉଇକେଟକୁ ଗୋଇଠା ମାରିବା ମହଙ୍ଗା ପଡ଼ିଛି। ଏହି କାରଣରୁ ଆସନ୍ତା ୩ ମ୍ୟାଚରୁ ବାସନ୍ଦ ହୋଇଛନ୍ତି ଆଇସିସି ଦିନିକିଆ କ୍ରିକେଟର ଶୀର୍ଷ ର଼୍ୟାଙ୍କଧାରୀ ଅଲରାଉଣ୍ଡର। ଏଥି ସହ ତାଙ୍କ ଉପରେ ୫ ଲକ୍ଷ ଟାକାର ଜରିମାନା ଲଗାଯାଇଛି। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୪.୩୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ।

ଚଳିତ ବଙ୍ଗବନ୍ଧୁ ଢାକା ପ୍ରିମିୟର ଡିଭିଜନ ଟି୨୦ ଟୁର୍ନାମେଣ୍ଟରେ ଶୁକ୍ରବାର ଖେଳାଯାଇଥିବା ଆବାହାନୀ ଲିମିଟେଡ୍‌ ବିପକ୍ଷ ମ୍ୟାଚ୍‌ରେ ମହମ୍ମେଦାନ ସ୍ପୋର୍ଟିଂ କ୍ଲବର ନେତୃତ୍ୱ ନେଇଥିଲେ ୩୪ ବର୍ଷୀୟ ଶାକିବ। ସେ ବୋଲିଂ କରୁଥିବାବେଳେ ବ୍ୟାଟ୍ସମ୍ୟାନଙ୍କ ବିରୋଧରେ ଏଲବିଡବ୍ଲ୍ୟୁ ଅପିଲ କରିଥିଲେ, ଯାହାକୁ ନାକଚ କରି ଦେଇଥିଲେ ଅମ୍ପାୟର। ଉତ୍ତ୍ୟକ୍ତ ହୋଇ ଉଇକେଟକୁ ଗୋଇଠା ମାରିବା ସହ ଅମ୍ପାୟରଙ୍କ ଗାଳି ଗୁଲଜ କରିଥିଲେ। ଏହାପରେ ବର୍ଷା କାରଣରୁ ମ୍ୟାଚ୍‌କୁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଅମ୍ପାୟର। ଏଥିରେ ଆପତ୍ତି ଉଠାଇ ଉଇକେଟ ଓପାଡ଼ି ଫଲ୍ଡରେ କଚାଡ଼ି ଦେଇଥିଲେ ଶାକିବ। ଅବଶ୍ୟ ପରେ ସୋସିଆଲ ମିଡିଆ ଜରିଆରେ କ୍ଷମାପ୍ରାର୍ଥନା କରିଥିଲେ ବାଂଲାଦେଶର ପୂର୍ବତନ ଅଧିନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri