Categories: ଖେଳ

ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଏହି କ୍ରିକେଟର, ଆଇସିୟୁରେ ଚାଲିଛି ଚିକିତ୍ସା

ଢାକା,୧୫।୧୦: ମୃତ୍ୟୁ ସହ ଲଢ଼ୁଛନ୍ତି ବାଂଲାଦେଶ କ୍ରିକେଟର ମୋଶାରଫ୍‌ ହୁସେନ ରୁବେଲ। ସେ ଦୀର୍ଘ ଦିନ ଧରି ବ୍ରେନ୍‌ ଟ୍ୟୁମର୍‌ରେ ପୀଡ଼ିତ ଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି।

ମୋଶାରଫ୍‌ ଜଣେ ବାମହାତୀ ସ୍ପିନର। ସେ ୨୦୦୮ରେ ବାଂଲାଦେଶ ପକ୍ଷରୁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ୨୦୧୬ରେ ସେ ଶେଷଥର ପାଇଁ ଦେଶ ପକ୍ଷରୁ ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୫ ଦିନିକିଆ ଖେଳିଥିଲେ। ତେବେ ୨୦୧୯ରେ ତାଙ୍କର ବ୍ରେନ୍‌ ଟ୍ୟୁମର ହୋଇଥିବା ନେଇ ଜଣାପଡ଼ିଥିଲା। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। ମାତ୍ର ପୁଣିଥରେ ଗତ ଜାନୁୟାରୀରେ ଟ୍ୟୁମର ବାହାରିଥିଲା। ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯିବାରୁ ବୁଧବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ଡାକ୍ତରମାନେ ତାଙ୍କ ଜୀବନ ବଞ୍ଚାଇବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଉଛି।

Share