Categories: ଖେଳ

ଏସିଆ କପ୍‌ ପୂର୍ବରୁ ବାଲାଂଦେଶକୁ ବଡ଼ ଝଟ୍‌କା

ଢ଼ାକା,୨୨।୮: ଏସିଆ କପ୍‌ ପୂର୍ବରୁ ବାଲାଂଦେଶକୁ ଲାଗିଛି ବଡ଼ ଝଟ୍‌କା। ଦଳର ଦ୍ରୁତ ବୋଲର ଇବାଦତ ହୁସେନ ଆଣ୍ଠୁରେ ଆଘାତ ଲାଗିବା କାରଣରୁ ଟୁର୍ନାମେଣ୍ଟରୁ ବାଦ ପଡ଼ିଛନ୍ତି। ଗତ ମାସରେ ଆଫଗାନିସ୍ତାନ ବିପକ୍ଷରେ ଖେଳା ଯାଇଥିବା ଦିନିକିଆ ସିରିଜ ସମୟରେ ତାଙ୍କୁ ଆଘାତ ଲାଗିଥିଲା। ୧୦ ଦିନ ପୂର୍ବେ ନିର୍ଦ୍ଧାରିତ ଦଳରେ ତାଙ୍କୁ ସାମିଲ କରାଯାଇଥିଲା। ହେଲେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସମ୍ଭବ ହେଉ ନ ଥିବାରୁ ଟୁର୍ନାମେଣ୍ଟରେ ଖେଳିବା ଅସମ୍ଭବ ହୋଇଛି। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ତାନ୍‌ଜିମ ହସନଙ୍କୁ ସାମିଲ କରାଯାଇଛି।

Share