Categories: ଖେଳ

ବାଂଲାଦେଶ ୧୫୦ରେ ଅଲଆଉଟ୍‌: ଭାରତ ୨୫୧ ରନ୍‌ରେ ଅଗ୍ରଣୀ

ଚଟ୍ଟଗ୍ରାମ,୧୬।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ବାଂଲାଦେଶ ୧୫୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୨୫୧ ରନ୍‌ରେ ଅଗ୍ରଣୀ ହାସଲ କରିଛି।
ଭାରତର ୪୦୪ର ଜବାବରେ ବାଂଲାଦେଶର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ପାଇଁ ସର୍ବାଧିକ ରନ ସ୍କୋରର ଥିଲେ ମୁଶଫିକୁର ରହିମ। ସେ ୨୮ ରନର ଇନିଂସ ଖେଳିଥିଲେ। ମେହିଦି ହାସନ ୨୫, ଲିଟନ ଦାସ ୨୪ ଏବଂ ଜାକିର ହାସନ ୨୦ ରନ ସ୍କୋର କରିଥିଲେ। ୧୬ ରନ ସ୍କୋର କରିବା ପରେ ନୁରୁଲ ହାସନ ଆଉଟ ହୋଇଥିଲେ। ଭାରତକୁ ଫଲୋଅନ୍‌ କରିବାର ସୁଯୋଗ ମିଳିଥିଲା, କିନ୍ତୁ ଟିମ ଇଣ୍ଡିଆ ତୃତୀୟ ଇନିଂସରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Share