Odisha Elections 2024

ମାତ୍ର ୩୭ ବର୍ଷ ବୟସରେ ଏହି ଅଭିନେତ୍ରୀଙ୍କ ପରଲୋକ

ଢାକା: ବାଂଲାଦେଶ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ବାଂଲାଦେଶୀ ଅଭିନେତ୍ରୀ ହୁମାଇରା ହିମୁଙ୍କର ମାତ୍ର ୩୭ବର୍ଷ ବୟସରେ ଦେହାନ୍ତ ହୋଇଛି। ଖବର ଅନୁଯାୟୀ, ଅଭିନେତ୍ରୀ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଖବର ଅନୁଯାୟୀ, ହୁମାଇରା ହିମୁଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଗଲା, ପରେ ତାଙ୍କୁ ତୁରନ୍ତ ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଉତରା ଆଧୁନିକ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଯଦିଓ ଅଭିନେତ୍ରୀଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅଭିନେତ୍ରୀଙ୍କ ବେକରେ ଏକ ଚିହ୍ନ ଦେଖିଥିଲେ, ଏହା ପରେ ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ସେହି ସମୟରେ ଡାକ୍ତରଖାନାରେ ତାଙ୍କ ସହ ଉପସ୍ଥିତ ଥିବା ହୁମୁରାଙ୍କ ବନ୍ଧୁ ପୋଲିସ ପହଞ୍ଚିବା ପୂର୍ବରୁ ପଳାଇ ଯାଇଥିଲେ। ବର୍ତ୍ତମାନ ପୋଲିସ ତାଙ୍କୁ ଖୋଜୁଛି। ଅଭିନେତ୍ରୀଙ୍କ ହଠାତ ପରଲୋକ ହେତୁ ତାଙ୍କ ପରିବାର ଏବଂ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି।
ସୂଚନାଯୋଗ୍ୟ,ଅଭିନେତ୍ରୀଙ୍କ ଜଣେ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ଥିବା ପୋଲିସ ଦାବି କରିଛି। ଦୁହିଁଙ୍କ ମଧ୍ୟରେ କିଛି ବିବାଦ ପରେ ହୁମାଇରା ଆତ୍ମହତ୍ୟା କରିଥାଇପାରନ୍ତି ବୋଲଇ ଅନୁମାନ କରାଯାଉଛି। ତେବେ ଏହାର କୌଣସି ଦୃଢ ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଅଭିନେତ୍ରୀଙ୍କ ମତ୍ୟୁର ପ୍ରକୃତ କାରଣ ଜଣାପଡିବ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

ଡ୍ରାମା କୁଇନ ରାଖୀ ସାଓ୍ବନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ: ପୂର୍ବତନ ସ୍ବାମୀ ରିତେଶ

ମୁମ୍ବାଇ,୧୮।୫: ଡ୍ରାମା କୁଇନ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସବୁଥର ପରି, ଯେତେବେଳେ ତାଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଆସିଲା, କେହି ଏହାକୁ...

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟାଙ୍କ ଜଲଓ୍ବା

ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଜଲଓ୍ବା ଦେଖାଇଛନ୍ତି। ୨୦ ବର୍ଷ ହେଲା ଐଶ୍ୱର୍ଯ୍ୟା ଏହି...

ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବେ ଜେନିଫର ଲୋପେଜ୍‌, ଦୁଇ ବର୍ଷ ପୂର୍ବେ କରିଥିଲେ ବିବାହ

ବମ୍ବେ: ଚତୁର୍ଥ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ଯାଉଛନ୍ତି ହଲିଉଡ୍‌ ଅଭିନେତ୍ରୀ ଜେନିଫର ଲୋପେଜ୍‌। ବେନ୍‌ ଆଫ୍‌ଲେକ୍‌ଙ୍କୁ ଦୁଇ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri