ଭିଜିଲାନ୍ସ ଜାଲରେ ବଙ୍ଗାଳପୁର ପିଇଓ

କେନ୍ଦ୍ରାପଡ଼ା ଅଫିସ/ପାଟକୁରା (ଡି.ଏନ୍‌.ଏ.),୧୮।୮: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବଙ୍ଗାଳପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଧର୍ମାନନ୍ଦ ବେହେରାଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ଗିରଫ କରାଯାଇଛି। ଏକ ପୋଖରୀ ନିକଟ ଗୃହ ନିର୍ମାଣ ପାଇଁ ସେ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ବିଭାଗର ଡିଏସ୍‌ପି ସୁରେନ୍ଦ୍ରନାଥ ରାୟଗୁରୁ କହିଛନ୍ତି, ବଙ୍ଗାଳପୁର ପଞ୍ଚାୟତର ହୁରାସାହିଠାରେ ଏକ ପୋଖରୀ ଅଛି। ଏଠାରେ କପଡା ବଦଳ ଗୃହ ନିର୍ମାଣ ହେଉଛି। ୫୦ ହଜାର ଟଙ୍କାର ଏହି ପ୍ରକଳ୍ପର ବିଲ୍‌ ପାସ ପାଇଁ ପିଇଓ ବେହେରା ଠିକାଦାର ସୁରେନ୍ଦ୍ରନାଥ ରାଉତରାୟଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଅଭିଯୋଗ ପରେ ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଥିଲା। ପୂର୍ବାହ୍ନରେ ଟଙ୍କା ନେଉଥିବା ସମୟରେ ପିଇଓ ଧର୍ମାନନ୍ଦଙ୍କୁ ଗିରଫ କରାଯାଇଛି।