Categories: ଖେଳ

ନାବାଳିକା ବଳାତ୍କାର ମାମଲାରେ ଫସିଲେ ଭାରତୀୟ ହକି ଟିମ୍‌ର ଏହି ଖେଳାଳି, ବିବାହର ପ୍ରତିଶ୍ରୁତି ଦେଇ…

ନୂଆଦିଲ୍ଲୀ,୬।୨: ଭାରତୀୟ ହକି ଦଳର ଡିଫେଣ୍ଡର ବରୁଣ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ ବାଙ୍ଗାଲୋରର ଜ୍ଞାନଭାରତୀ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ୍‌ ବଳାତ୍କାର ଏବଂ ପୋକ୍‌ସୋ ଧାରାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ପୀଡ଼ିତା କହିଛନ୍ତି, ଏହି ଘଟଣା ୨୦୧୬-୧୭ ବର୍ଷର। ସେତେବେଳେ ସେ ନ୍ୟାସନାଲ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଦ୍ୱାରା ଭଲିବଲ ଖେଳିବା ଲାଗି ମନୋନୀତ ହୋଇଥିଲା। ଏଣୁ ସେ ଭାରତର କ୍ରୀଡ଼ା ପ୍ରାଧିକରଣର ଦକ୍ଷିଣ ଡିଭିଜନରେ ତାଲିମ ନେଉଥିଲେ, ଯେଉଁଥିଲାଗି ସେ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହଷ୍ଟେଲରେ ରହୁଥିଲେ। ସେତେବେଳେ ସେ ବରୁଣଙ୍କ ସହ ପରିଚିତ ହୋଇଥିଲେ। ଧିରେ ଧିରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ପ୍ରେମରେ ପରିଣତ ହୋଇଥିଲା। ସେତେବେଳେ ତାଙ୍କୁ ବରୁଣ ବିବାହର ପ୍ରତିଶ୍ରୁତି ଦେଇଥିଲେ। ୧୭ ବର୍ଷ ହୋଇଥିବା ସତ୍ତ୍ୱେ ବରୁଣ ତାଙ୍କୁ ବଳାତ୍କାର କରିଥିଲେ। ୨୦୧୯ରେ ଖାଦ୍ୟ ଖାଇବା ବାହାନାରେ ତାଙ୍କୁ ବଳାତ୍କାର କରିଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ପରେ ଘରକୁ ଆସି ସାନ୍ତ୍ୱନା ଦେଇ ଶୀଘ୍ର ବିବାହ କରିବେ ବୋଲି କହିଥିଲେ। ହେଲେ ଏବେ ସେ ପ୍ରତିଶ୍ରୁତିକୁ ପାଳନ କରିବେ ନାହିଁ ବୋଲି କହିଛନ୍ତି। ଏକାଧିକ ଥର ତାଙ୍କ ସହ ସମ୍ପର୍କକୁ ଠିକ୍‌ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସେ ପୋଲିସରେ ଅଭିଯୋଗ କରିଛନ୍ତି।

କହିରଖୁଛୁ, ଡିଫେଣ୍ଡର ବରୁଣ କୁମାର ହିମାଚଳ ପ୍ରଦେଶ ବାସିନ୍ଦା। ହେଲେ ସେ ପଞ୍ଜାବରୁ ହକିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୭ରୁ ସେ ଭାରତୀୟ ଟିମ୍‌ ପକ୍ଷରୁ ଖେଳୁଛନ୍ତି। ୨୦୨୨ରେ ତାଙ୍କୁ ରୌପ୍ୟ ପଦକ ମିଳିଥିଲା। ୨୦୨୦ ଅଲିମ୍ପିକରେ ବ୍ରୋଞ୍ଚ ପଦକ ପାଇବା ପରେ ତାଙ୍କୁ ୨୦୨୧ରେ ଅର୍ଜୁନ ପୁରସ୍କାର ମଧ୍ୟ ମିଳିଥିଲା।

Share