Categories: ଜାତୀୟ

ବନ୍ଦେ ଭାରତ ଏକ୍ସପ୍ରେସର ଚକା ଜାମ, ଶତାବ୍ଦୀ ଟ୍ରେନକୁ ଯାତ୍ରୀ ହେଲେ ସ୍ଥାନାନ୍ତରଣ…

ନୂଆଦିଲ୍ଲୀ,୮।୧୦ : ଦିଲ୍ଲୀରୁ ବାରାଣସୀ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସର ଚକା ଜାମ ହୋଇଛି। ଶନିବାର ଯାନ୍ତ୍ରିକ ତ୍ରୁଟି ଯୋଗୁ ଚକା ଜାମ ହେବାରୁ ଏକ୍ସପ୍ରେସ୍‌କୁ ରୋକାଯାଇଥିଲା। ଯାତ୍ରୀଙ୍କୁ ଶତାବ୍ଦୀ ଟ୍ରେନକୁ ସ୍ଥାନାନ୍ତରଣ କରାଯାଇଛି। ଶତାବ୍ଦୀ ଟ୍ରେନ୍‌ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି।

ଅଧିକାରୀମାନେ କହିଛନ୍ତି ଯେ, ସି-୮ ବଗିର ଟ୍ରାକଶନ ମୋଟରେ କେତେକ ବୈଷୟିକ ତ୍ରୁଟି ଯୋଗୁ ଚକା ଜାମ ହୋଇଯାଇଥିଲା। ସକାଳ ୬ଟାରେ ଦିଲ୍ଲୀ ଷ୍ଟେଶନରୁ ବାହାରିଥିବା ବନ୍ଦେ ଭାରତ ଏକ୍ସପ୍ରେସ ୬୭ କିଲୋମିଟର ଅତିକ୍ରମ କରିବା ପରେ ବୁଳନ୍ଦସହର ଷ୍ଟେଶନରେ ରହି ଯାଇଥିଲା। ତେବେ ଏହାକୁ ୨୦ କିଲୋମିଟର ଦୂରରେ ଥିବା ଉତ୍ତରପ୍ରଦେଶର ଖୁର୍ଜା ଷ୍ଟେଶନ ପର୍ଯ୍ୟନ୍ତ ଅଣାଯାଇଥିଲା।

ବନ୍ଦେ ଭାରତ ଏକ୍ସପ୍ରେସର ସମସ୍ତ ୧୦୬୮ ଯାତ୍ରୀଙ୍କୁ ଶତାବ୍ଦୀ ଟ୍ରେନ୍‌କୁ ସ୍ଥାନାନ୍ତରଣ କରାଯାଇଥିଲା। ଶତାବ୍ଦୀ ଟ୍ରେନ ମଧ୍ୟାହ୍ନ ୧୨ଟା ୪୦ରେ ଯାତ୍ରା ଆରମ୍ଭ କରିଥିଲା।

Share