ନୂଆ ରୂପରେ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୨୧।୮(ଅଭିଜିତ ଦାସ):ନୂଆ ରୂପରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏଥିରେ ରଙ୍ଗ ସହ ୨୫ ପ୍ରକାର ପରିବର୍ତ୍ତନ କରାଯାଇ ଶନିବାର ଟ୍ରାଏଲ ଟ୍ରାକ୍‌ରେ ପରୀକ୍ଷଣ କରାଯାଇଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି(ଆଇସିଏଫ୍‌)ରୁ ଏକ ନାରଙ୍ଗୀ ଓ ଧଳା ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରସ୍‌ର ସଫଳ ପରୀକ୍ଷଣ ହୋଇଛି। ଆଗାମୀ ଦିନରେ ନୂଆ ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ରବିବାର ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ଅତ୍ୟାଧୁନିକ ସେବା ଯୋଗାଇ ଦେବା ପାଇଁ ୨୦୧୯ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିଥିଲା। ରେଳ ଯାତ୍ରୀଙ୍କ ଚାହିଦା ଅନୁଯାୟୀ, ବର୍ତ୍ତମାନ ଦେଶର ୨୫ଟି ରୁଟ୍‌ରେ ୫୦ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲୁଛି। ତେବେ ପୂର୍ବରୁ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ରଙ୍ଗ ଧଳା ହୋଇଥିବାବେଳେ କିଛି ଅଂଶ ନୀଳ ରହିଥିଲା। ତେବେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇଛି। ଟ୍ରେନ୍‌ର ବାହାର ପାର୍ଶ୍ୱ ନାରଙ୍ଗୀ ଓ ଧଳା ରଙ୍ଗ ହୋଇଥିବାବେଳେ ଟ୍ରେନ୍‌ ଭିତର ଧଳା ଓ ସିଟ୍‌ଗୁଡିକ ନୀଳ ରଙ୍ଗ କରାଯାଇଛି। ଏଥିସହ ଏଥିରେ ୨୫ ପ୍ରକାରର ପରିବର୍ତ୍ତନ ଅଣାଯାଇଛି। ୮ଟି କୋଚ୍‌ ବିଶିଷ୍ଟ ଏସି ଚେୟାର କାର୍‌ ଥିବା ଏହି ଟ୍ରେନ୍‌ର ଭିତର ପାର୍ଶ୍ୱରେ ଭିତ୍ତିଭୂମିରେ କେତେକ ପରିବର୍ତ୍ତନ କରାଯାଇଛି। ଅତ୍ୟାଧୁନିକ ଫାୟାର ସେଫ୍ଟି ବ୍ୟବସ୍ଥା, ସିଟ୍‌ଗୁଡିକର ଓସାର ବୃଦ୍ଧି ସହ ଆରାମଦାୟକ କରାଯାଇଛି। ସେହିପରି ଦିବ୍ୟାଙ୍ଗ ଯାତ୍ରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବାବେଳେ ପ୍ରତ୍ୟେକ ସିଟ୍‌ ତଳେ ଚାର୍ଜିଂ ପଏଣ୍ଟ, ଇ-ଶୌଚାଳୟରେ ଅତ୍ୟାଧୁନିକ ବ୍ୟବସ୍ଥା, ଜଳବାୟୁ ଓ ସ୍ବାସ୍ଥ୍ୟକୁ ଖାପଖୁଆଇବା ଭଳି ଶୀତତାପ ନିୟନ୍ତ୍ରଣ, ୱାଇ-ଫାଇ, କୋଚ୍‌ ଭିତରେ ମାଗାଜିନ କର୍ଣ୍ଣର ଭଳି ବିଭିନ୍ନ ସୁବିଧା କରାଯାଇଛି।
ସପ୍ତାହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି(ଆଇସିଏଫ୍‌)ରେ ବନ୍ଦେ ଭାରତର ମରାମତି କାର୍ଯ୍ୟର ତଦାରଖ କରିଥିଲେ। ଏହି ସମୟରେ ସେ କହିଥିଲେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୮ଟି କୋଚ୍‌ ବିଶିଷ୍ଟ ନୂଆ ଥିମ୍‌ର ବନ୍ଦେ ଭାରତ ଏକ୍ସପ୍ରେସ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି। ଭାରତୀୟ ରେଳ ନେଟୱର୍କରେ ବନ୍ଦେ ଭାରତ ଏକ୍ସପ୍ରେସ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସେହିପରି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଯାତ୍ରୀଙ୍କ ଲାଗି ସ୍ଲିପର କୋଚ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି। ଏନେଇ ରୁଷିଆର ଟିଏମ୍‌ଏଚ୍‌ ଓ ଭାରତରେ ଆର୍‌ଏନ୍‌ଭିଏଲ୍‌ କମ୍ପାନୀ ମଧ୍ୟରେ ଚୁକ୍ତିନାମା କରାଯାଇଛି। ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ୧୨୦ଟି ସ୍ଲିପର ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରସ୍‌ ଚଳାଚଳ କରିବ। ସେହିପରି ଆଇସିଏପ୍‌ର ମହାପ୍ରବନ୍ଧକ ବି.ଜି. ମାଲ୍ୟା କହିଛନ୍ତି, ଜାତୀୟ ପତାକାର ନାରଙ୍ଗୀ ରଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ନୂଆ ଲୁକ୍‌ ଦିଆଯାଇଛି। ଖୁବ୍‌ଶୀଘ୍ର ଟ୍ରାକ୍‌ରେ ଚଳାଚଳ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri