ବନ୍ଦାଉଁ ବାଲ୍‌ରୂପ ସୋଇ ରାମୁ

ଯୋଗୀ ଆଦିତ୍ୟନାଥ

 

ଜାସୁ ବିରହ ସୋଚାହୁ ଦିନ୍‌ ରାତି। ରହାହୁ ନିରନ୍ତର ଗୁନ୍‌ ଗାନ୍‌ ପତି….
ରଘୁକୁଳ ତିଲକ ସୁଜନ ସୁଖଦାତା। ଆୟାଉ କୁଶଲ ଦେବ ମୁନି ତ୍ରାତା
ଅର୍ଥାତ୍‌ ଯିଏ ଦିନରାତି ମୋ ଭାବନାରେ ବାସ କରୁଛନ୍ତି, ଯାହାଙ୍କ ପ୍ରଶଂସା ମୁଁ ନିରନ୍ତର ଗାନ କରିଚାଲୁଛି, ସେ ହେଉଛନ୍ତି ରଘୁକୁଳ ତିଳକ -ଭଗବାନ ଶ୍ରୀରାମ। ସେ ହିଁ ଉତ୍ତମ ଓ ଧାର୍ମିକ ବ୍ୟକ୍ତିଙ୍କୁ ସୁଖ ବାଣ୍ଟିଥାଆନ୍ତି।
ଅଯୋଧ୍ୟାର ନିଜ ଜନ୍ମସ୍ଥାନ ଅଓ୍ବଧ ପୁରୀରେ ନିର୍ମିତ ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ଆଜି ପ୍ରାଣ ପ୍ରତିଷ୍ଠା କରାଯାଉଛି। ଏଭଳି ଐତିହାସିକ ତଥା ପବିତ୍ର ଉତ୍ସବକୁ ଭାରତବାସୀ ସ୍ବର୍ଗୀୟ ଆବେଗର ସହ ଅପେକ୍ଷା କରି ରହିଥିଲେ, ଯାହା ଦୀର୍ଘ ୫୦୦ ବର୍ଷ ପରେ ଫଳବତୀ ହୋଇଛି। ସାରା ବିଶ୍ୱର ଆଖି ଆଜି ଅଯୋଧ୍ୟା ଉପରେ ନିବଦ୍ଧ, ଯେଉଁଠାରୁ ମଣିଷ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇ ମୋକ୍ଷ ଲଭିବାର ବାଟ ପାଇପାରିବେ। ଆଜି ସବୁ ପଥ ରାମ ଜନ୍ମଭୂମିଆଡ଼କୁ ମୁହାଁଇଛି। ସନ୍ତୁଷ୍ଟି ଓ ପୂର୍ଣ୍ଣତା ଲାଗି ସମସ୍ତଙ୍କ ଆଖି ଏବେ ଆନନ୍ଦାଶ୍ରୁରେ ଭିଜିଯାଇଛି। ପ୍ରତ୍ୟେକଙ୍କ ଜିହ୍ବାଗ୍ରେ ‘ରାମନାମ’। ସତେଯେମିତି ରାମନାମରେ ସମଗ୍ର ଦେଶ ପ୍ରକମ୍ପିତ।
ଏହି ଦିନକୁ ଭାରତ ଅପେକ୍ଷା କରିଥିଲା। ଆଜି କେବଳ ଶିଶୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିନ ନୁହେଁ, ନିଜ ଦେବତାଙ୍କ ପ୍ରତି ଲୋକଙ୍କ ରହିଥିବା ପ୍ରଗାଢ଼ ବିଶ୍ୱାସର ମୁହୂର୍ତ୍ତ ଆଣିଦେଇଛି। ଆଜି ଅଯୋଧ୍ୟା ନୂତନ ବୈଭବରେ ଝଲସୁଛି। ଏଠାରେ ନ୍ୟାୟ ଓ ସତ୍ୟର ବିଜୟବାନା ଫରଫର ଉଡ଼ି ଇତିହାସ ରଚିଛି। ଏହି ପବିତ୍ର ମୁହୂର୍ତ୍ତ ସାମାଜିକ ସଦ୍‌ଭାବ ସୃଷ୍ଟି କରିଛି।
ଶ୍ରରାମ ଜନ୍ମଭୂମି ମହାଯଜ୍ଞ କେବଳ ଆମ ସନାତନ ଧର୍ମ ଓ ବିଶ୍ୱାସ ପାଇଁ ପରୀକ୍ଷାର ମୁହୂର୍ତ୍ତ ହୋଇଛି ତାହା ନୁହେଁ, ଜାତିର ସାମଗ୍ରିକ ବିବେକକୁ ଜାଗ୍ରତ କରିଛି। ଯେତେବେଳେ ପୃଥିବୀର ଅନେକ ରାଷ୍ଟ୍ର ବିଭିନ୍ନ ସ୍ତରରେ ନିଜ ଦେବତାଙ୍କ ଜନ୍ମସ୍ଥାନ ପାଇବା ପାଇଁ ଲଢ଼େଇ କରୁଛନ୍ତି, ସେତେବେଳେ ଶ୍ରରାମଜନ୍ମଭୂମି ବିଶ୍ୱରେ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛି। ଜାତି, ବର୍ଣ୍ଣ, ଭାବନା ଓ ପୂଜା ଆଦି ନିର୍ବିଶେଷରେ ସବୁ ସାଧୁ, ସନ୍ନ୍ୟାସୀ, ନାଗା, ଶିଖ୍‌, ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତି, ବନବାସୀ ସମସ୍ତେ ଭଗବାନ ରାମଙ୍କ ପାଇଁ ସମର୍ପିତ ହୋଇଯାଇଛନ୍ତି। ସାଧୁ ସନ୍ଥଙ୍କ ଆଶୀର୍ବାଦ ପାଇ ଆର୍‌ଏସ୍‌ଏସ୍‌ ଓ ଭିଏଚ୍‌ପି ଭଳି ସାମାଜିକ, ସାଂସ୍କୃତିକ ସଙ୍ଗଠନ ଏକ ଲକ୍ଷ୍ୟ ରଖି ସମସ୍ତଙ୍କୁ ଯୋଡ଼ିପାରିଛନ୍ତି।
ପୃଥିବୀପୃଷ୍ଠର ସ୍ବର୍ଗ ବୋଲି ଯେଉଁ ଅଯୋଧ୍ୟାକୁ କୁହାଯାଇଥାଏ, ତାହା ଶତାବ୍ଦୀବ୍ୟାପୀ ବହୁ ନିନ୍ଦା ଓ କୁତ୍ସାରଟନାର ଶିକାର ହୋଇଆସିଛି। ଯେଉଁ ଭୂଖଣ୍ଡରୁ ଆଦର୍ଶ ଶାସନ ଓ ସାମାଜିକ ସଦ୍‌ଭାବନାର ରାମରାଜ୍ୟ ଭଳି ଚିନ୍ତାଧାରାର ସୃଷ୍ଟି ହୋଇଥିଲା, ସେହିଠାରେ ରାମଙ୍କୁ ଆଜି ତାଙ୍କର ନିଜର ସ୍ଥିତି ଲାଗି ପ୍ରମାଣ ଦେବାକୁ ପଡ଼ିଛି। ରାମଙ୍କ ଜୀବନ ଆମକୁ ମାନବୀୟ ଚରିତ୍ର ଓ ଉଦାରତାର ଶିକ୍ଷା ଦେଇଥାଏ। ଦିନ, ମାସ, ବର୍ଷ ଏବଂ ଶତାବ୍ଦୀ ବିତିଚାଲିଛି, କିନ୍ତୁ ପ୍ରତିଟି ସକାଳ ଆସିଲେ ରାମଙ୍କ ଭକ୍ତମାନଙ୍କଠାରେ ନୂତନ ଶକ୍ତି ସଞ୍ଚାର ହୋଇଥାଏ। ଆଜି ଯେତେବେଳେ ଅଯୋଧ୍ୟାରେ ରାମମନ୍ଦିର ନିର୍ମିତ ହେବା ସହ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେଉଛି, ସେତେବେଳେ ସମସ୍ତେ ଖୁସିରେ ଆତ୍ମହରା। ଶ୍ରୀରାମଙ୍କ ଉତ୍ସବ ଦେଖିବାର ସୁଯୋଗ ପାଇଥିବା ଆଜିର ପିଢ଼ି ବିଶେଷ ଆଶୀର୍ବାଦ ପାଇଥିବା ବେଳେ ଯେଉଁମାନେ ପ୍ରଭୁ ରାମଙ୍କ ପାଇଁ ଜୀବନ ଉତ୍ସର୍ଗ କରିଛନ୍ତି, ସେମାନେ ଅଧିକ ସୌଭାଗ୍ୟବନ୍ତ। ଏହି ଐତିହାସିକ କାର୍ଯ୍ୟ ସମାପନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ମାର୍ଗଦର୍ଶନ ପାଇଁ ଆମେ ସମସ୍ତେ ତାଙ୍କୁ ହୃଦୟଭରା କୃତଜ୍ଞତା ଜଣାଉଛୁ।
୨୨ ଜାନୁଆରୀ ୨୦୨୪ ହେଉଛି ମୋ ବ୍ୟକ୍ତିଗତ ଜୀବନର ଏକ ଐତିହାସିକ ଆନନ୍ଦର ଦିବସ। ଏହି ଅବସରରେ ମୋ ମନକୁ ଅନେକ ସ୍ମୃତି ଆଲୋଡ଼ନ କରୁଛି। ସମ୍ଭବତଃ ଏହିଭଳି ମୁହୂର୍ତ୍ତ ଭାଗ୍ୟ ମୋ ପାଇଁ ଲେଖିଥିଲା, ଯେଉଁଥିରେ ମୋର ଆଧ୍ୟାତ୍ମିକ ତଥା ସ୍ବର୍ଗୀୟ ଗୁରୁ ମହନ୍ତ ଅଦ୍‌ବୈଦ୍ୟନାଥ ମହାରାଜାଙ୍କର ଆଶୀର୍ବାଦ ରହିଛି। ଆଜିର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରତିମୂର୍ତ୍ତିକୁ ମୋର ଆଦ୍ୟ ଗୁରୁ ସ୍ବର୍ଗତ (ବ୍ରହ୍ମଲୀନ) ମହନ୍ତ ଶ୍ରୀ ଦିଗ୍‌ବିଜୟନାଥ ଜୀ ମହାରାଜ ଓ ମହନ୍ତ ଶ୍ରୀ ଅଦ୍‌ବୈଦ୍ୟନାଥଙ୍କ ସମେତ ଅନ୍ୟ ସମ୍ମାନୀୟ ସାଧୁ ସନ୍ଥ ଯଦିଓ ସଶରୀରରେ ଏହାକୁ ଦେଖିପାରିନାହାନ୍ତି; କିନ୍ତୁ ସେମାନଙ୍କ ଆତ୍ମା ନିଶ୍ଚିତ ଭାବେ ଅଫୁରନ୍ତ ଆନନ୍ଦରେ ଭରିଯାଉଥିବ। ମୋ ଗୁରୁମାନେ ସେମାନଙ୍କ ଜୀବନବ୍ୟାପୀ ଯେଉଁ ଉତ୍ସବକୁ ଅପେକ୍ଷା କରି ରହିଥିଲେ, ସେହି ପୂର୍ଣ୍ଣତାକୁ ଦେଖିବାର ସୌଭାଗ୍ୟ ମୋତେ ଜୁଟିଛି।
ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀରେ ହେବ ବୋଲି ସାଧାରଣରେ ଘୋଷଣା ହେବା ପରେ ତାହାକୁ ପ୍ରତ୍ୟେକ ସନାତନୀ ଆକାଂକ୍ଷାର ସହ ଅପେକ୍ଷା କରି ରହିଥିଲେ। ଏଭଳି ଭବ୍ୟ ଉତ୍ସବ ଦେଖିବାର ଆନନ୍ଦ ଭାରତୀୟଙ୍କ ମଧ୍ୟରେ ଯେଭଳି ଦେଖିବାକୁ ମିଳିଛି, ତାହା ବିଗତ କେତେକ ଶତାବ୍ଦୀରେ ଦେଖାଯାଇ ନ ଥିବ।
ଶୈବ, ବୈଷ୍ଣବ, ଗାଣପତ୍ୟ, ଶିଖ୍‌, ବୌଦ୍ଧ, ଜୈନ, ଦଶମୀ ଶଙ୍କର, ରାମାନନ୍ଦୀ, ରାମାନୁଜ, ନିମ୍ବାର୍କ, ମାଧବ, ବିଷ୍ଣୁନାମୀ, ରାମସାନେହୀ, ଘିସାପନ୍ଥୀ, ଘାର୍ବାଦାସୀ, ଅକାଳୀ, ନିରହକାଂରୀ, ଗୌଡ଼ୀୟ, କବୀରପନ୍ଥୀ, ଆଧ୍ୟାତ୍ମିକତା, ଧର୍ମୀୟ ଏବଂ ବିଭିନ୍ନ ପୂଜାବିଧିରେ ବିଶ୍ୱାସ କରୁଥିବା ଆଚାର୍ଯ୍ୟଗଣ, ୧୫୦ ପରମ୍ପରାର ପ୍ରତିନିଧି, ବିଶିଷ୍ଟ ବନବାସୀ, ଗିରିବାସୀ, ଦ୍ୱୀପବାସୀ, ପ୍ରଜ୍ଞା ପୁରୁଷ, ରାଜନୀତି, ବିଜ୍ଞାନ, ଶିଳ୍ପ, କ୍ରୀଡ଼ା, କଳା, ସଂସ୍କୃତି, ସାହିତ୍ୟ କ୍ଷେତ୍ରରୁ ଆସିଥିବା ବିବିଧତାରେ ପୂର୍ଣ୍ଣ ମହାନୁଭବ ଶ୍ରଦ୍ଧାଳୁ ଏଭଳି ଏକ ଉତ୍ସବରେ ଗୋଟିଏ ଛାତ ତଳେ ଏକତ୍ରିତ ହେବା ଅଭୂତପୂର୍ବ। ଆଜି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୪୦ କୋଟି ଭାରତୀୟଙ୍କ ଭାବନାକୁ ପ୍ରତିନିଧିତ୍ୱ କରି ଏଭଳି ବିରାଟ ଆଧ୍ୟାତ୍ମିକ ମହୋତ୍ସବ ଆୟୋଜନ କରିବାରେ ସଫଳ ହୋଇଛନ୍ତି।
ଭାରତୀୟ ଇତିହାସରେ ଏହା ପ୍ରଥମ ଘଟଣା ଯେ, ପାହାଡ଼, ପର୍ବତ, ଉପକୂଳ ଅଞ୍ଚଳ, ଦ୍ୱୀପ ଆଦି ବିଭିନ୍ନ ଆଡ଼ୁ ଶ୍ରଦ୍ଧାଳୁ ଆସି ଗୋଟିଏ ଜାଗାରେ ଏକତ୍ରିତ ହୋଇଛନ୍ତି। ଏହା ଅତୁଳନୀୟ। ଅଯୋଧ୍ୟା ଧାମ ଏବେ ମିନି ଭାରତରେ ପରିଣତ ହୋଇଯାଇଛି। ଉତ୍ତରପ୍ରଦେଶର ୨୫ କୋଟି ଲୋକଙ୍କ ତରଫରୁ ଏଠାକାର ପବିତ୍ର ମାଟିରେ ମୁଁ ସମସ୍ତଙ୍କୁ ସ୍ବାଗତ ଜଣାଉଛି।
ଅଯୋଧ୍ୟା ଧାମ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଏବେ ରାମ ପର୍ଯ୍ୟଟକ ଏବଂ ସମଗ୍ର ବିଶ୍ୱର ବିଭିନ୍ନ କୋଣରୁ ଆସୁଥିବା ଗବେଷକମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା କରାଯାଇଛି। ଏଠାରେ ଅନ୍ତର୍ଜାତୀୟ ବିମାନନ୍ଦର, ବିସ୍ତୀର୍ଣ୍ଣ ରେଳ ଷ୍ଟେଶନ, ଚାରିରୁ ଛ’ ଲେନ୍‌ ବିଶିଷ୍ଟ ସଡ଼କ ସଂଯୋଗ, ହେଲିପ୍ୟାଡ୍‌, ସୁବିଧାଜନକ ହୋଟେଲ ଓ ଗେଷ୍ଟହାଉସ୍‌ ଉପଲବ୍‌ଧ ଅଛି। ଅଯୋଧ୍ୟାରେ ସମସ୍ତ ପ୍ରକାର ସହରୀ ବ୍ୟବସ୍ଥା ମିଳିପାରିବ। ପଞ୍ଚକୋଶୀ, ଚୌଦାହକୋଶୀ ଓ ଚୌରାଶୀକୋଶୀ ପରିକ୍ରମାର ଆଖପାଖରେ ଥିବା ସମସ୍ତ ଧର୍ମ, ପ୍ରାଚୀନ ଓ ଐତିହାସିକ ସ୍ଥାନଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇଚାଲିଛି। ଫଳରେ ସଂସ୍କୃତିର ସଂରକ୍ଷଣ, ପର୍ଯ୍ୟଟନର ପ୍ରସାର, ପ୍ରଚାର ଏବଂ ନିଯୁକ୍ତି ସୃଷ୍ଟି ଦିଗରେ ଏହା ବିଶେଷ ସହାୟକ ହୋଇପାରିବ।
ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଭାରତର ସାଂସ୍କୃତିକ ଜାଗ୍ରତର ଆଧ୍ୟାତ୍ମିକ ଘଟଣା ହୋଇଯାଇଛି। ନିଃସନ୍ଦେହରେ କୁହାଯାଇପାରେ ଯେ, ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଜାତୀୟ ଗର୍ବର ଏକ ଐତିହାସିକ ମୁହୂର୍ତ୍ତ ଆଣିଦେଇଛି। କେହି ପାରମ୍ପରିକ ପରିକ୍ରମା ବଳୟକୁ ଆଘାତ ଦେଇପାରିବେ ନାହିଁ। ଅଯୋଧ୍ୟାର ରାସ୍ତାରେ ଗୁଳି ଫୁଟିବ ନାହିଁ। ସରଯୁ କେବେ ବି ଗାଢ଼ ଲାଲବର୍ଣ୍ଣରେ ପ୍ଳାବିତ ହେବ ନାହିଁ। ଅଯୋଧ୍ୟା କେବେ କର୍ଫ୍ୟୁର ସାମ୍ନା କରିବ ନାହିଁ। ଏଠାରେ କେବଳ ରାମନାମ ଚାରିଆଡ଼ୁ ଉଚ୍ଚାରିତ ହେଉଥିବ। ଅଓ୍ବଧ ପୁରୀରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଉଛି ଭାରତରେ ରାମରାଜ୍ୟର ଘୋଷଣା।
ଶିଶୁରାମଙ୍କ ଏଠାରେ ପ୍ରତିଷ୍ଠା ଲୋକଙ୍କୁ ପ୍ରେରଣା ଦେଇଚାଲୁଥିବ। ଏହି ଅବସରରେ ମୁଁ ସମସ୍ତଙ୍କୁ ମୋର ହୃଦୟଭରା ଶୁଭେଚ୍ଛା ଜଣାଉଛି। ଆମେ ସନ୍ତୁଷ୍ଟ ଯେ, ଯେଉଁଠାରେ ମନ୍ଦିର ପ୍ରତିଷ୍ଠା କରିବାକୁ ଶପଥ ନେଇଥିଲୁ ସେହିଠାରେ ତାହା ଗଢ଼ିଉଠିଛି। ପ୍ରଭୁ ରାମ ସମସ୍ତଙ୍କ ଉପରେ ଆଶୀର୍ବାଦର ବର୍ଷା କରନ୍ତୁ। ସବୁ ସମୟ ପାଇଁ ମୋତେ ସେ ଶରଣାଶ୍ରୟ କରି ରଖିଥାଆନ୍ତୁ।
ଜୟ ଶ୍ରୀରାମ
ମୁଖ୍ୟମନ୍ତ୍ରୀ, ଉତ୍ତରପ୍ରଦେଶ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri