‘ଲଘୁ ବନଜାତ ଦ୍ରବ୍ୟ ବିକ୍ରିରେ ବନାନୀ ସତନ୍ତ୍ର ପରିଚୟ ସୃଷ୍ଟି କରିଛି’

ଭଞ୍ଜନଗର,୧୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ହାର୍ଟ ନଗରରେ ବନ ବିଭାଗ ପକ୍ଷରୁ ବନାନୀ କେନ୍ଦ୍ର ଖୋଲିଛି। ଉକ୍ତ କେନ୍ଦ୍ରରେ ଲଘୁ ବନଜାତ ଦ୍ରବ୍ୟ ସମେତ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ବିକ୍ରି ହେଉଛି। ୨୦୦୫ ମସିହାରେ ତତ୍କାଳୀନ ଡିଏଫଓ ସୁଶାନ୍ତ ନନ୍ଦଙ୍କ ପ୍ରଚେଷ୍ଟାରେ ବନାନୀ ଖୋଲିଥିଲା। ଏହାପରେ ତାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଆଗକୁ ନେବାରେ ତତ୍କାଳୀନ ରେଞ୍ଜର ତଥା ବର୍ତ୍ତମାନର ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଅବସରପ୍ରାପ୍ତ ଡିଏଫଓ ଶରତ ମିଶ୍ର ପ୍ରମୁଖଙ୍କ ଅବଦାନ ଅତୁଳନୀୟ ଥିଲା। ଏହି ସଂସ୍ଥା ଖୋଲିବାର ମୂଳ ଲକ୍ଷ୍ୟ ଥିଲା ଉତ୍ତର ଘୁମୁସର ବନଖଣ୍ଡରେ ଥିବା ଶତାଧିକ ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ମାନେ ଜଙ୍ଗଲରୁ ସଂଗୃହିତ କରୁଥିବା ଲଘୁ ବନଜାତ ଦ୍ରବ୍ୟ ବିକ୍ରୀ କରିବା। ବନ ସୁରକ୍ଷା ସମିତି କର୍ମକର୍ତ୍ତା ମାନେ ଏଠାରେ ନିଜର ଦ୍ରବ୍ୟ ବିକ୍ରି କରି ଲାଭବାନ ହେବା ସହ ଲୋକେ ଉପଯୁକ୍ତ ମାନର ଜିନିଷ ପାଉଥିଲେ।

ବନାନୀର ପ୍ରଚାର ଏତେ ଅଧିକ ହେଲା ଯେ ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ମେଳାରେ ବନ ବିଭାଗ ପକ୍ଷରୁ ବନାନୀର ଷ୍ଟଲ ଖୋଲିଥିଲା। ବନାନୀ ବନ ବିଭାଗର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ବହୁବର୍ଷ ଭଲରେ ଚାଲିଥିଲା ବନାନୀ। କିନ୍ତୁ ଆଜକୁ ପ୍ରାୟ ୫ ବର୍ଷରୁ ଉଦ୍ଧର୍‌ବ ଦିନ ହେବ ଉକ୍ତ ସଂସ୍ଥାର ବିକାଶ ପ୍ରତି ଧ୍ୟାନ ଦିଆ ଯାଇନଥିଲା। ତେଣୁ ପୂର୍ବଭଳି ଲାଭ କମି ଯାଇଥିଲା ସଂସ୍ଥାର। ବର୍ତ୍ତମାନ ଉକ୍ତ ସଂସ୍ଥାର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ତେଣୁ ପୁରୁଣା କୋଠାକୁ ଆଧୁନିକୀକରଣ କରାଯାଇ ତାହାର ଉଦ୍‌ଘାଟନ ସୋମବାର ସାରେ କରାଯାଇଛି । ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ ଅତିଥି ଭାବେ ଯୋଗଦେଇ ତାହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଡିଏଫଓ କହିଥିଲେ ଯେ ବନାନି ଲଘୁ ବନଜାତ ଦ୍ରବ୍ୟ ବିକ୍ରିରେ ସତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଗାମୀ ଦିନରେ ଉକ୍ତ ସଂସ୍ଥାର ଆହୁରି ବିକାଶ କରାଯିବ। ଏସିଏଫ ରଶ୍ମି ରଞ୍ଜନ ସାଇଁ, ବିବେକ ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ, ପରିବେଶପ୍ରେମୀ ରମେଶ ପାତ୍ର,ବନପାଳ ଜୀନ ତ୍ରିପାଠୀ, ଅନୁପ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri