କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍‌

ଭୁବନେଶ୍ୱର, ୨୧।୩(ଅସମାପିକା ସାହୁ)କଦଳୀ ଗଛର ତନ୍ତୁ ବା କଦଳୀ ପାଟୁଙ୍ଗାରୁ ସାନିଟାରି ପ୍ୟାଡ୍‌ ତିଆରି ହେଉଛି। ତା’ ପୁଣି ରିୟୁଜେବ୍‌ଲ। ଅର୍ଥାତ୍‌ ଏକାଧିକ ଥର ବ୍ୟବହାର କରି ହେବ। ଅତିକମ୍‌ରେ ୩ରୁ ୪ ବର୍ଷ ଯାଏ ଏହି ପ୍ୟାଡ୍‌ ବ୍ୟବହାର କରିହେବ। ‘ସୌଖ୍ୟମ୍‌ ରି-ୟୁଜେବଲ ପ୍ୟାଡ୍‌ସ’ ଅଭିଯାନରେ ମାତା ଅମୃତାନନ୍ଦମୟୀ ମଠ ପକ୍ଷରୁ ଏହି ପ୍ୟାଡ୍‌ ତିଆରି କରାଯାଉଛି। ଏହି ପ୍ୟାଡର ବଡ଼ ବିଶେଷତ୍ୱ ହେଉଛି, ଏହା ପରିବେଶ ଅନୁକୂଳ ଓ ସ୍ବାସ୍ଥ୍ୟ ଉପଯୋଗୀ। ଅନ୍ୟ ସାଧାରଣ ଡିସ୍‌ପୋଜେବଲ ପ୍ୟାଡ୍‌ରେ ବ୍ୟବହାର ହେଉଥିବା ସେଲ୍ୟୁଲାର ଫାଇବର ପାଇଁ ପ୍ରତିବର୍ଷ ହଜାର ହଜାର ଗଛ ବଳି ପଡ଼ୁଛି। ଏମିତିକି ସେଥିରେ କେମିକାଲ ବ୍ୟବହାର ହୁଏ, ଯାହା ଶରୀର ଉପରେ କୁପ୍ରଭାବ ପକାଇଥାଏ। ସାଧାରଣତଃ ପ୍ୟାଡ୍‌ ମାଟିରେ ମିଶିବାକୁ ଶହ ଶହ ବର୍ଷ ନେଇଥାଏ। କିନ୍ତୁ ସୌଖ୍ୟମ ପ୍ୟାଡ୍‌ସ କଦଳୀ ଗଛର ପାଟୁଙ୍ଗା ତନ୍ତୁରୁ ପ୍ରସ୍ତୁତ କରାଯାଉଥିବାରୁ ଏହା ଶରୀର ପ୍ରତି ଖରାପ ନୁହେଁ କି ଏହା ଯୋଗୁ ପରିବେଶ ନଷ୍ଟ ହେବାର ଆଶଙ୍କା ବି ନାହିଁ ବୋଲି ପ୍ୟାଡ୍‌ ଓମ୍ୟାନ ଭାବେ ପରିଚିତ ତଥା ‘ସୌଖ୍ୟମ୍‌ ରିୟୁଜେବଲ ପ୍ୟାଡ୍‌ସ’ର ପରିଚାଳନା ନିର୍ଦ୍ଦେଶିକା ଅଞ୍ଜୁ ବିଷ୍ଟ କହିଛନ୍ତି। ବୁଧବାର ସ୍ଥାନୀୟ ଏକ ହୋଟେଲରେ ‘ସୌଖ୍ୟମ୍‌’ ପକ୍ଷରୁ ଆୟୋଜିତ କର୍ମଶାଳାରେ ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
କହିଛନ୍ତି, ସାଧାରଣତଃ ଡିସ୍‌ପୋଜେବଲ ପ୍ୟାଡ୍‌ କିଣିବାକୁ ଜଣେ ମହିଳା ମାସକୁ ୪୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥାନ୍ତି। ଅର୍ଥାତ୍‌ ସାନିଟାରି ପ୍ୟାଡ ପାଇଁ ଜୀବନକାଳ ଭିତରେ ଜଣେ ମହିଳାଙ୍କୁ ପାଖାପାଖି ୪୦-୫୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ। ମାତ୍ର ୩୫୦ ଟଙ୍କାରେ ଉପଲବ୍ଧ କଦଳୀ ପାଟୁଙ୍ଗାରେ ତିଆରି ହେଉଥିବା ସୌଖ୍ୟମ୍‌ ରିୟୁଜେବଲ ସାନିଟାରି ପ୍ୟାଡ ସେଟ୍‌କୁ ଜଣେ ୩ରୁ ୪ ବର୍ଷ ବ୍ୟବହାର କରିପାରିବ। ଏବେ ଓଡ଼ିଶାରେ ବି କଦଳୀ ପାଟୁଙ୍ଗାରୁ ପ୍ୟାଡ୍‌ ତିଆରି କରିବା ପାଇଁ ସୌଖ୍ୟମ୍‌ ନିଷ୍ପତ୍ତି ନେଇଥିବା ଅଞ୍ଜୁ ବିଷ୍ଟ କହିଛନ୍ତି।
ମଧ୍ୟରେ ସଚେତନତା ସୃଷ୍ଟି ସହ ସ୍ଥାୟୀ ଋତୁସ୍ରାବ ସ୍ବଚ୍ଛତା ଅଭ୍ୟାସ ଜାଗୃତ କରିବା ପାଇଁ ‘ସୌଖମ୍‌’ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଏନ୍‌ଏସ୍‌ଏସ୍‌ ସହଭାଗିତାରେ କଟକ ଓ ଭୁବନେଶ୍ୱରର ବିଭିନ୍ନ କଲେଜରେ ସଚେତନତା ସଭା ଆୟୋଜନ କରିଥିଲା। ଏହିସବୁ କର୍ମଶାଳାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା। ଏ ବର୍ଷ ଆହୁରି ଅଧିକ କଲେଜରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବୁ ବୋଲି ଏନ୍‌ଏସ୍‌ଏସ୍‌ର ରାଜ୍ୟ କୋଅର୍ଡିନେଟର ରମେଶ ଚନ୍ଦ୍ର ବେହେରା କହିଛନ୍ତି। ଏହି କର୍ମଶାଳାରେ ଓଡ଼ିଶା ମେନ୍‌ଷ୍ଟ୍ରୁଆଲ୍‌ ହେଲ୍‌ଥ ଆଣ୍ଡ୍‌ ହାଇଜିନ୍‌ ଆଲିଆନ୍ସ ତରଫରୁ ସ୍ନେହା ମିଶ୍ର, ଜାତୀୟ କ୍ରୀଡ଼ାବିତ୍‌ ଶୁଭସ୍ମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri