ପାଚିଲା କଦଳୀ ଖାଇଲେ ଦୂର ହେବ ଏସବୁ ସମସ୍ୟା

କଦଳୀ କଞ୍ଚା ହେଉ କି ପାଚିଲା, ଏଥିରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ପାଚିଲା କଦଳୀ ଖାଇଲେ ତାହା ପାଚନ କ୍ରିୟାକୁ ଆହୁରି ସକ୍ରିୟ କରାଇଥାଏ। ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ, ଯଦି ଜଣେ ଉଚ୍ଚ ରକ୍ତଚାପ ରୋଗୀ ନିୟମିତ ଦୁଇଟି ପାଚିଲା କଦଳୀ ଖାଆନ୍ତି, ତେବେ ତାଙ୍କର ରକ୍ତଚାପ ସନ୍ତୁଳିତ ରହିଥାଏ। ଆଉ ଏକ ଖାସ୍‌ କଥା ହେଲା ୟୁନିଭର୍ସିଟି ଅଫ୍‌ ଟୋକିଓର ପୁଷ୍ଟିବିଜ୍ଞାନୀମାନେ ଜାଣିପାରିଛନ୍ତି ଯେ ପାଚିଲା କଦଳୀ ଖାଇଲେ ତାହା ଅବସାଦଠାରୁ କେତେକାଂଶରେ ଦୂରେଇ ରଖିଥାଏ। କ୍ୟାଲସିୟମର ଅନ୍ୟତମ ପ୍ରମୁଖ ଉତ୍ସ ହେଲା ପାଚିଲା କଦଳୀ। ଏହା ମଧ୍ୟ ଶରୀରକୁ ସୁସ୍ଥ ରଖିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। କେବଳ ସେତିକି ନୁହେଁ, ହୃତ୍‌ପିଣ୍ଡର କାର୍ଯ୍ୟଧାରାକୁ ଆହୁରି ସକ୍ରିୟ କରେ। ଆନିମିଆ ସହ ଲଢ଼ିବା ଶକ୍ତି ମଧ୍ୟ ପାଚିଲା କଦଳୀ ପାଖରେ ରହିଛି। ଶରୀରରେ ଅମ୍ଳଜାନଜନିତ ପ୍ରଦାହ ସୃଷ୍ଟି କରିବାକୁ ଦେଇ ନ ଥାଏ ପାଚିଲା କଦଳୀ। ଏହା ମଧ୍ୟ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରେ।