ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଯୋଡ଼ିହେଲା ବଣାଇଁ ବ୍ଲକ

ସୁନ୍ଦରଗଡ,୨୬ା୮(ଡି.ଏନ.ଏ.):ଓଡିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ଚଳିତବର୍ଷ ସୁନ୍ଦରଗଡ ଜିଲାର ବଣାଇଁ ବ୍ଲକକୁ ସାମିଲ କରାଯାଇଛି। ଏଥିପାଇଁ ସୁନ୍ଦରଗଡ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ‘ଆତ୍ମା’, ବୈଷୟିକ ପରାମର୍ଶକାରୀ ସଂସ୍ଥା ୱାସନ ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ମଧ୍ୟରେ ଏକ ତ୍ରିପାକ୍ଷିକ ଏମଓୟୁ ସ୍ବାକ୍ଷର ହୋଇଛି। ଫଳରେ ମାଣ୍ଡିଆ ଏବଂ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଚାଷ ପାଇଁ ବଣାଇଁ ବ୍ଲକରେ ପ୍ରକ୍ରିୟା ଆରମ୍ଭ ହୋଇଛି।
ବଣାଇଁ ବ୍ଲକକୁ ମିଶାଇ ବର୍ତ୍ତମାନ ଜିଲାର ମୋଟ ୧୨ଟି ବ୍ଲକରେ ଏହି ଚାଷ କରାଯାଉଛି। ୨୦୨୨-୨୩ ଖରିଫ ଋ଼ତୁରେ ୬ ହଜାରରୁ ଅଧିକ ହେକ୍ଟର ଜମିରେ ପୁଷ୍ଟିଶସ୍ୟ ଚାଷ କରାଯାଉଥିବା ବେଳେ ଏଥିରେ ୧୩ ହଜାରରୁ ଅଧିକ ଚାଷୀଙ୍କୁ ଯୋଡା ଯାଇଛି ା ଓଡିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ବଣାଇଁ ବ୍ଲକ ନୂଆକରି ଯୋଡି ହୋଇଛି। ତେଣୁ ଏହି ବ୍ଲକରେ ଚଳିତ ବର୍ଷ ୧୦୦ ହେକ୍ଟର ଜମିରେ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ୨୫୦ରୁ ଅଧିକ ଚାଷୀଙ୍କୁ ଏଥିରେ ଯୋଡିବା ଲକ୍ଷ୍ୟ ରଖାଯାଇଛି। ମୋଟ ୧୨ଟି ବ୍ଲକ ଭିତରୁ ୮ଟି ବ୍ଲକରେ ପୁଷ୍ଟିଶସ୍ୟ ଚାଷ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।
ମାଣ୍ଡିଆରେ ପ୍ରଚୁର ମାତ୍ରାରେ ପୁଷ୍ଟିକର ଗୁଣ ଭରି ରହିଛି। ଏହା ଏକ ଲାଭଜନକ ଚାଷ ହୋଇଥିବାରୁ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲାରେ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ’ଓଡ଼ିଶା ପୁଷ୍ଟିଶସ୍ୟ ମିଶନ’ ଗଠନ କରାଯାଇ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି।୨୦୧୮-୧୯ରେ ସୁନ୍ଦରଗଡ଼ ଜିଲା ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ମାନଚିତ୍ରରେ ସ୍ଥାନ ପାଇଥିଲା। ଏହା ଅଧୀନରେ ପ୍ରଥମେ ୪ଟି ବ୍ଲକ କୁତ୍ରା, ନୂଆଗାଁ, କୁଅଁାରମୁଣ୍ଡା ଓ ରାଜଗାଙ୍ଗପୁରରେ ପୁଷ୍ଟିଶସ୍ୟ ଚାଷ ଆରମ୍ଭ କରାଯାଇଥିଲା।
୨୦୨୦-୨୧ରେ ଆଉ ୪ଟି ବ୍ଲକ ଟାଙ୍ଗରପାଲି, ହେମଗିର, ଲେଫ୍ରିପଡା ଏବଂ ବାଲିଶଙ୍କରାକୁ ଯୋଡ଼ା ଯାଇଥିଲା। ୨୦୨୧-୨୨ରେ ଗୁରୁଣ୍ଡିଆ, ଲାଠିକଟା ଏବଂ ଲହୁଣୀପଡ଼ା ବ୍ଲକକୁ ପୁଷ୍ଟିଶସ୍ୟ ମିଶନର କାର୍ଯ୍ୟକ୍ରମ ସଂପ୍ରସାରଣ କରାଯାଇଥିଲା। ପୁଷ୍ଟିଶସ୍ୟ ଚାଷ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଯୋଗାଇ ଦିଆଯାଉଥିବାରୁ ଯୁବ ଏବଂ ମହିଳା ଚାଷୀମାନେ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି।
ମାଣ୍ଡିଆକୁ ରାଜ୍ୟ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିଛନ୍ତି। ଏହାସହ ମାଣ୍ଡିଆରୁ ଭଳିକି ଭଳି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ତାଲିମ ଦିଆଯାଉଛି। ଏହି ଖାଦ୍ୟକୁ ଆହୁରି ଲୋକପ୍ରିୟ କରିବା ସହ ମିଶନଶକ୍ତି ମା’ମାନଙ୍କୁ ରୋଜଗାର ଦେବା ଲକ୍ଷ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ମିଲେଟ ଶକ୍ତି କିଓସ୍କ ଖୋଲାଯାଉଛି। ବର୍ତ୍ତମାନ ଜିଲାରେ ୨୧ଟି ମିଲେଟ ଶକ୍ତି କିଓସ୍କ ଏବଂ ରାଉରକେଲାରେ ଗୋଟିଏ କାଫେ ଖୋଲାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri