ବନବାସୀ ସେବା ସମିତି ମହିଳା ହକି ଟିମ୍‌ ରାଜ୍ୟସ୍ତରକୁ ମନୋନୀତ

ବାଲିଗୁଡ଼ା,୧୦।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜଲା ବାଲିଗୁଡ଼ା ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ମହିଳା ହକି ଟିମ୍‌ ରାଜ୍ୟସ୍ତରକୁ ମନୋନୀତ ହୋଇଛି। ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ହେମନ୍ତ କୁମାର ପାତ୍ର ଓ ମହିଳା କ୍ରୀଡ଼ା ପ୍ରଶିକ୍ଷକ ସାରାଣୀ ଶବରଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ହକି ପ୍ରତିଯୋଗିତାରେ ଚଳିତ ମାସ ୧୧ ତାରିଖରେ ବନବାସୀ ସେବା ସମିତି ମହିଳା ହକି ଟିମ୍‌ ଅଂଶ ଗ୍ରହଣ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ଟିମ୍‌ର କ୍ୟାପଟେନ ପ୍ରିୟତମା ମଲ୍ଲିକ, ସହ କ୍ୟାପଟେନ ସୁମିତ୍ରା ଶବରଙ୍କ ସମେତ ୧୮ଜଣ ଖେଳାଳିଙ୍କୁ ଟିମ୍‌ରେ ସ୍ଥାନ ମିଳିଛି। ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା, ବିଶ୍ୱଜିତ ଜେନା, ଖଗେନ୍ଦ୍ର ନାୟକ, ଏନ୍‌ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଡା. ଅରବିନ୍ଦ ଖୁଣ୍ଟିଆ, ବନବାସୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ନାୟକ, ସହ ଶିକ୍ଷୟିତ୍ରୀ ସ୍ବର୍ଣ୍ଣପ୍ରଭା ପଣ୍ଡା, ତୁଷାର କାନ୍ତ ମହନ୍ତ, କେୟାର ଟେକର ଚମ୍ପିକା ବଡସେଟ ପ୍ରମୁଖ ସମସ୍ତ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଛନ୍ତି।