Categories: ଜାତୀୟ

ପରୀକ୍ଷା କେନ୍ଦ୍ରରେ ହିଜାବ ପିନ୍ଧିବା ଉପରେ ଜାରି ରହିବ ପ୍ରତିବନ୍ଧକ: ମନ୍ତ୍ରୀ

ବେଙ୍ଗାଲୁରୁ,୨।୩: କର୍ନାଟକ ଶିକ୍ଷା ମନ୍ତ୍ରୀ ବିସି ନଗେଶ ବୋର୍ଡ ପରୀକ୍ଷା ମଧ୍ୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ବୋର୍ଡ ପରୀକ୍ଷାରେ ହିଜାବ ପିନ୍ଧିବା ଉପରେ ପ୍ରତିବନ୍ଧକ ଲାଗୁରହିବ। ସରକାର ନିୟମ ସହିତ ଆପୋଷ ବୁଝାମଣା କରିବେ ନାହିଁ। ବୋର୍ଡ ପରୀକ୍ଷାରେ ଛାତ୍ରୀମାନେ ହିଜାବ ପିନ୍ଧି ପରୀକ୍ଷା କ୍ୟାମ୍ପସକୁ ଯିବାକୁ ଅନୁମତି ଦିଆଯାଇଛି କିନ୍ତୁ ସେମାନଙ୍କୁ ପରୀକ୍ଷା ହଲରେ ହିଜାବ କାଢିବାକୁ ପଡିବ। ହିଜାବ ମାମଲା ଏବେ ସୁପ୍ରିମକୋର୍ଟରେ ଚାଲିଛି। ତେଣୁ ବାର୍ଷିକ ପରୀକ୍ଷା କେନ୍ଦ୍ରରେ ହିଜାବ ପିନ୍ଧିବାକୁ ଅନୁମତି ଦେବା ଆଦୌ ପ୍ରଶ୍ନ ଉଠୁନାହିଁ।
ସୂଚନାଯୋଗ୍ୟ,ନିକଟରେ କର୍ନାଟକରେ ହିଜାବ ପିନ୍ଧିବାକୁ ନେଇ ଅନେକ କଲେଜ୍‌ କ୍ୟାମ୍ପସ୍‌ରେ ଗଣ୍ଡଗୋଳ ଘଟିଛି।

Share