Categories: ଜାତୀୟ

ପିଏଫଆଇ ବିରୋଧରେ ପ୍ରତିବନ୍ଧକ ଲାଗୁ କରନ୍ତୁ କେନ୍ଦ୍ର ସରକାର: ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଏକ ଇକୋ-ସିଷ୍ଟମ ସୃଷ୍ଟି କରୁଛି ବୋଲି କହିଲେ ହିମନ୍ତ ସରମା…

ଗୁଆହାଟୀ, ୨୪।୯ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ସରମା ଶନିବାର କହିଛନ୍ତି ଯେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ରକୁ ତାଙ୍କ ସରକାର ନିରନ୍ତର ଅନୁରୋଧ କରୁଛନ୍ତି। ଏହି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯିବା ଆବଶ୍ୟକ।

ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପିଏଫଆଇ ଏକ ଇକୋ-ସିଷ୍ଟମ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।

ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସଂଗଠନ ବିରୋଧରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନର ଏକ ଅଂଶ ଭାବରେ ଆସାମ ରାଜ୍ୟ ପୋଲିସ ୧୧ ଜଣ ପିଏଫଆଇ କର୍ମଚାରୀଙ୍କୁ ଗିରଫ କରିଛି। ଏହି ସଂଗଠନ ବିଷୟରେ ରାଜ୍ୟ ସରକାର କେନ୍ଦ୍ରକୁ ସୂଚନା ଦେଇଛନ୍ତି।

ସରମା କହିଛନ୍ତି ଯେ ସଂଗଠନର କିଛି ମଦ୍ରାସା ଏବଂ ମଡ୍ୟୁଲ ମଧ୍ୟରେ କୌଣସି ଲିଙ୍କ ଅଛି କି ନାହିଁ ପୋଲିସ ଅନୁସନ୍ଧାନ କରୁଛି। ପିଏଫଆଇଏକ ଇକୋ ସିଷ୍ଟମ ସୃଷ୍ଟି କରି ଲୋକଙ୍କୁ ଆଇଏସଆଇଏସ ଏବଂ ଅଲ କାଏଦାରେ ଯୋଗଦେବାକୁ ଉତ୍ସାହିତ କରୁଛି।

ନୂଚନାଯୋଗ୍ୟ, ଗୁରୁବାର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏକାସାଙ୍ଗରେ ପନ୍ଦରଟି ରାଜ୍ୟରେ ପିଏଫଆଇ ବିରୋଧରେ ଚଢ଼ାଉ କରିଥିଲା। ଏନେଇ ୧୦୬ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା।

 

Share