Categories: ଜାତୀୟ

ଅଣବାସମତି ଚାଉଳ ରପ୍ତାନି ଉପରୁ କଟକଣା ହଟିଲା

ନୂଆଦିଲ୍ଲୀ,୩୦।୧୧: ଜୈବିକ ଅଣବାସମତି ଚାଉଳ ରପ୍ତାନି ଉପରେ କେନ୍ଦ୍ର ସରକାର ଲଗାଇଥିବା ନିଷେଧାଦେଶ ଉଠାଇନେବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ଦେଶରେ ଚାଉଳ ଉପଲବ୍ଧତା ବଢ଼ାଇବା ପାଇଁ ସରକାର ଗତ ସେପ୍ଟେମ୍ବରରେ ଭଙ୍ଗା ଚାଉଳ ରପ୍ତାନି ବନ୍ଦ କରିଥିଲେ। ଖୁଚୁରା ବଜାରରେ ଚାଉଳ ଦାମ୍‌ ବଢ଼ିବା ପରେ ଯୋଗାଣ ବୃଦ୍ଧି ନିମନ୍ତେ ଅଣବାସମତୀ ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଯାଇଥିଲା। ଏଣିକି ସେପ୍ଟେମ୍ବର ପୂର୍ବବର୍ତ୍ତୀ ନିୟମ ଅନୁଯାୟୀ ଅଣବାସମତୀ ଚାଉଳ ଓ ଭଙ୍ଗା ଚାଉଳ ରପ୍ତାନି ହେବ ବୋଲି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି।

Share