Categories: ଜାତୀୟ

ଏକାଧିକ ଆସନରୁ ନିର୍ବାଚନ ଲଢ଼ିବା ଉପରେ ଲାଗୁ ରୋକ: ଆବେଦନ ଖାରଜ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨।୨ : ରାଜନେତାମାନଙ୍କୁ ଯେ କୌଣସି ଏକ ପଦବୀ ପାଇଁ ଗୋଟିଏରୁ ଅଧିକ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବାରଣ କରିବାକୁ ସୁପ୍ରିମକୋର୍ଟ କରାଯାଇଥିବା ଏକ ଆବେଦନ ଗୁରୁବାର ଖାରଜ ହୋଇଛି। ଶୀର୍ଷକୋର୍ଟ ଏହି ଆବେଦନକୁ ଖାରାଜ କରିଦେଇଛନ୍ତି। ଏହି ମାମଲା ଆଇନଗତ ନୀତି ସହ ଜଡିତ ବୋଲି କୋର୍ଟ କହିଛନ୍ତି। ସେଥିପାଇଁ ସଂସଦରେ ଏହି ବିଷୟରେ ନିଷ୍ପତ୍ତି ନେବାକୁ ପଡିବ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଜଣେ ପ୍ରାର୍ଥୀଙ୍କୁ ଗୋଟିଏରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଆଇନଗତ ନୀତିର ପ୍ରସଙ୍ଗ। ତେଣୁ ଏହି ବିକଳ୍ପ ରାଜନୈତିକ ଗଣତନ୍ତ୍ରରେ ଲୋକଙ୍କୁ ଦିଆଯିବା ଉଚିତ କି ନୁହେଁ ତାହା ସଂସଦର ନିଷ୍ପତ୍ତି ହେବ।

Share