ବାଉଁଶ ଟାୱାର, ଟ୍ରଲର ଗାଞ୍ଜ ଜାଲ କଇଁଛ ପାଇଁ ବିପଦ

ମହାକାଳପଡ଼ା,୩୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱପ୍ରସିଦ୍ଧ ଅଲିଭ୍‌ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ବୋଲି ଗହୀରମଥା ପରିଚିତ। ପ୍ରଶାନ୍ତମହାସାଗରରୁ ଯୋଜନ ଯୋଜନ ମାଇଲ ପଥ ଅତିକ୍ରାନ୍ତ କରି ନିଜ ଜନ୍ମମାଟି ଗହୀରମଥାକୁ ସେମାନେ ଛୁଟି ଆସନ୍ତି। ଏହି ସାମୁଦ୍ରିକ ଅଭୟାରଣ୍ୟ ଉଷ୍ମ ଜଳବାୟୁ ବାଲୁକା ଶଯ୍ୟାରେ ଏମାନେ ଖୁବ୍‌ ସୁରକ୍ଷିତ ଭାବେ ଅଣ୍ଡାଦାନ କରନ୍ତି। ସୂର୍ଯ୍ୟ ଉତ୍ତାପରେ କଇଁଛମାନଙ୍କ ଯେଉଁ ଅଣ୍ଡା ଫୁଟେ ସେଥିରୁ ମାଈଶାବକ ଜନ୍ମଗ୍ରହଣ କରିଥାଏ। ସେହିପରି ଶୀତଳ ବାୟୁରେ ବା ରାତି ସମୟରେ ଯେଉଁ ଅଣ୍ଡା ଫୁଟେ ସେଥିରୁ ଅଣ୍ଡିରା ଶାବକ ଜନ୍ମ ଗ୍ରହଣ କରିଥାଏ ବୋଲି କୁହାଯାଉଛି। ମହାକାଳପଡ଼ା ବ୍ଲକ ଅଞ୍ଚଳର ବହୁ ମତ୍ସ୍ୟଜୀବୀ ଘରେ ବାଉଁଶରେ ଟାଓ୍ବାର କରିଛନ୍ତି। ଏଥିରେ ଭିଏଚ୍‌ଏଫ୍‌ ଲଗାଯାଇଛି, ଯାହାକୁ ବନ ବିଭାଗ ସମୁଦ୍ରକୁ ପାଟ୍ରୋଲିଂରେ ଯିବା ପୂର୍ବରୁ ଟ୍ରଲରରେ ଥିବା ସମ୍ପର୍କୀୟଙ୍କୁ ଆଗୁଆ ସୂଚନା ଦିଆଯାଇଥାଏ। ଫଳରେ ଗଭୀର ସମୁଦ୍ରକୁ ଟ୍ରଲର ପଳାଇଯିବାରୁ ଆଉ ଧରାପଡ଼ନ୍ତି ନାହିଁ। ଅପରପେକ୍ଷ ଟ୍ରଲରରେ ଥିବା ଗାଞ୍ଜଜାଲ ମଧ୍ୟ କଇଁଛଙ୍କ ପାଇଁ ବିପଦ ସାଜିଛି।
ଅପରପକ୍ଷରେ ଧାମରା ମୁହାଣଠାରୁ ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ ୧୪୦୮ ବର୍ଗ କିମି ଗହୀରମଥା ଜଳପଥ କୂଳଠାରୁ ୨୦ କି.ମି.ଦୂର ନଭେମ୍ବର ୧ରୁ ଜୁନ ୧୫ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରବେଶ ବାରଣ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ କୁହାଯାଇଛି। ବିଶେଷକରି ଏହି ନିଷେଧ ଅଞ୍ଚଳରେ ଟ୍ରଲରଗୁଡ଼ିକ ବେଆଇନ ଭାବେ ପ୍ରବେଶ କରୁଥିବାରୁ ଗାଞ୍ଜଜାଲରେ ଛନ୍ଦି ହୋଇ କଇଁଛ ମୃତ୍ୟୁବରଣ କରନ୍ତି। ଟ୍ରଲରଗୁଡ଼ିକ ସୁରକ୍ଷା ବଳୟକୁ ଭେଦ କରି ଅନାୟାସରେ କୋଟି କୋଟି ଟଙ୍କାର ସାମୁଦ୍ରିକ ମାଛ ଧରି ମାଲିକମାନେ ମାଲାମାଲ ହେଉଛନ୍ତି। ଏହି ସାଢ଼େ ୭ ମାସ ସମୟରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ସୁରକ୍ଷା ଅଧିକାରୀ ତଥା ତଟରକ୍ଷୀ ବାହିନୀ, ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟଜୀବୀ ବିଭାଗ ଓ ସାମୁଦ୍ରିକ ପୋଲିସ ଟିମ୍‌ ୨୪ ଘଣ୍ଟିଆ ତୀକ୍ଷ୍ମ ନଜର ରହିଥାଏ। ଅପରପକ୍ଷରେ ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ବହୁସଂଖ୍ୟାରେ ଟ୍ରଲର ଚାଳଳ ବା ମୁଖ୍ୟ ମାଝି ନିୟନ୍ତ୍ରଣ କରିଥାନ୍ତି। ପଶ୍ଚିମବଙ୍ଗ, ଦୀଘା, ବାଲେଶ୍ୱର, ଭଦ୍ରକ, କଷାଫଳ, ବଡ଼ବାହଲ, ଧାମରା, ବଳରାମଗଡି, ପାରାଦୀପ, ଅସ୍ତରଙ୍ଗ, ତାଳଚୂଆ ଆଦି ଅଞ୍ଚଳର ସଂଖ୍ୟାଧିକ ଟ୍ରଲର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ବେଧଡକ ଭାବେ ସାମୁଦ୍ରିକ ମୂଲ୍ୟବାନ ମାଛ ମାରୁଛନ୍ତି। ଏହି ଟ୍ରଲରଗୁଡ଼ିକରେ ମହାକାଳପଡ଼ା ବ୍ଲକର ବତିଘର, ଖରିନାସୀ, ଜମ୍ବୁ, ପେଟଛେଲା, ସୁନୀତି, ରଟପଙ୍କ, ଶାସନ, ତନ୍ତିଆପାଳ, ଗୁଲଦିଆ ଆଦି ଅଞ୍ଚଳର ୫ ଶହରୁ ଅଧିକ ମାଝି ବା ମୁଖ୍ୟ ଡ୍ରାଇଭର ଭାବେ ନିୟୋଜିତ ଅଛନ୍ତି। ନିଷିଦ୍ଧାଞ୍ଚଳରେ ବନ ବିଭାଗ ପାଟ୍ରୋଲିଂ ଟିମ୍‌ ଚଢ଼ାଉ କରିବା ଉଦ୍ୟମ ଆରମ୍ଭ ହୋଇଥାଏ। ଏହି ସମୟରେ ବେଆଇନ ଭାବେ ପ୍ରବେଶ କରିଥିବା ଟ୍ରଲରମାନଙ୍କୁ ଜବତ କରିବା ପୂର୍ବରୁ ଡ୍ରାଇଭରଙ୍କ ପରିବାର ଲୋକମାନେ ଭିଏଚ୍‌ଏଫ୍‌ ମାଧ୍ୟମରେ ଆଗୁଆ ସୂଚନା ଦେବାରେ ସଫଳ ହୁଅନ୍ତି। ଫଳରେ ଟ୍ରଲରଗୁଡ଼ିକ କିଛି ଦୂରକୁ ଚାଲିଯିବାରେ ସକ୍ଷମ ହୁଅନ୍ତି। ଚଢ଼ାଉ ଟିମ୍‌ ନିରାଶରେ ଫେରିବାକୁ ପଡ଼ିଥାଏ। ଅପରପକ୍ଷରେ ଏହି ଅଞ୍ଚଳର କେତେଜଣ ଡ୍ରାଇଭର ନିଜ ଘରେ ସତର୍କତାମୂଳକ ବାଉଁଶ ଟାୱାରରେ ବେଆଇନ ଭାବେ ୫୦ରୁ ଅଧିକ ଭିଏଚ୍‌ଏଫ୍‌ ଲଗାଇବା ଯୋଗୁ ପୂର୍ବ ବର୍ଷଗୁଡ଼ିକରେ ପ୍ରଶାସନ ପକ୍ଷରୁ ବ୍ୟାପକ ଚଢାଉ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଚଳିତବର୍ଷ ମଧ୍ୟ କେତେଜଣ ଡ୍ରାଇଭରଙ୍କ ଘରେ ଏହି ମେଶିନ ସ୍ଥାପନ କରାଯାଇଥିବା ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ମତ୍ସ୍ୟଜୀବୀ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ କପିଳେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ବେଆଇନ ଟ୍ରଲର ଓ ଡଙ୍ଗା ଚଳାଚଳ ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି ବୋଲି ସେ କହିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri