ବାଉଁଶ ଦେଉଛି ସୁରକ୍ଷା

ଚମ୍ପୁଆ,୧ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ଗାନ୍ଧୀଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ ଅସୁରକ୍ଷିତ ଅବସ୍ଥାରେ ରହିଛି। ଉପର ମହଲାର ସୁରକ୍ଷା ବାଡ଼ ଭାଙ୍ଗିଯାଇଥିବା ବେଳେ ସାହାରା ପାଇଁ ଏକ ବାଉଁଶ ବାନ୍ଧାଯାଇଛି। ଏହାର ପ୍ରତିକାର ନିମନ୍ତେ ଚମ୍ପୁଆ ଏନ୍‌ଏସିର ଆନ୍ତରିକତାର ଅଭାବ ଦେଖାଯାଇଛି। ଅଭିଯୋଗ ପରେ ଅଧିକାରୀମାନେ ବୁଲି ଦେଖିବା ସହ ଖର୍ଚ୍ଚ ଅଟକଳ କରୁଛନ୍ତି, ମାତ୍ର ମରାମତି ହେଉନାହିଁ।
ସୂଚନା ଅନୁସାରେ, ସରକାରଙ୍କ ନିୟମ ଅନୁସାରେ ରାସ୍ତାକଡ଼ ଉଚ୍ଛେଦ ଅଭିଯାନରେ ଭାଙ୍ଗିଥିବା ଦୋକାନୀଙ୍କୁ ୨୦୧୦/୧୧ରେ ଉକ୍ତ ମାର୍କେଟ କମ୍ପ୍ଲେସ ନିର୍ମାଣ କରାଯାଇ ଥଇଥାନ କରାଯାଇଥିଲା। ନିମ୍ନମାନର କାମ ଯୋଗୁ ମାତ୍ର ୧୨ ବର୍ଷରେ ଏହାର ଅବସ୍ଥା ବିଗିଡ଼ି ଗଲାଣି। କେତେକ ଦୋକାନ ଘର ଛାତରୁ ପ୍ଲାଷ୍ଟର ଖସୁଛି। ଗ୍ରାହକଙ୍କ ସୁରକ୍ଷା ଦୃଷ୍ଟିରୁ ଉପର ମହଲାରେ ନିର୍ମାଣ କରାଯାଇଥିବା ବାଡ଼ ଆଜକୁ ୪ବର୍ଷ ହେବ ଭାଙ୍ଗି ଯାଇଛି। ଗ୍ରାହକଙ୍କୁ ସୁରକ୍ଷା ଦୃଷ୍ଟିରୁ ଦୋକାନୀ ଏକ ବାଉଁଶ ବାନ୍ଧି ରଖିଛନ୍ତି। କେତେବେଳେ ଯେ ଅଘଟଣ ନ ଘଟିବ କହିହେବ ନାହିଁ। ଏ ନେଇ ଦୋକାନୀଙ୍କ ପକ୍ଷରୁ ଅଭିଯୋଗ ପରେ ତଦନ୍ତ ହେଉଛି। କିନ୍ତୁ ତିନି ତିନି ଜଣ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ନିର୍ମାଣ ହୋଇପାରିନାହିଁ। ଦୋକାନ ଗୃହ ବାବଦକୁ ଦୋକାନୀଙ୍କ ନିକଟରୁ ମାସିକ ଭଡ଼ା ଆଦାୟ କରାଯାଉଥିଲେ ମଧ୍ୟ ଅଭିଯୋଗର ସମାଧାନ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଦୋକାନୀମାନେ ଦାବି କରିଛନ୍ତି। ଏ ନେଇ ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କୁ ପଚାରିବାରୁ କହିଛନ୍ତି, ଏ ବିଷୟ ପ୍ରତି ଆମର ନଜର ରହିଛି। ଏକ ସପ୍ତାହ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri