ବାଉଁଶ ଦେଉଛି ସୁରକ୍ଷା

ଚମ୍ପୁଆ,୧ା୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ଗାନ୍ଧୀଛକଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ ଅସୁରକ୍ଷିତ ଅବସ୍ଥାରେ ରହିଛି। ଉପର ମହଲାର ସୁରକ୍ଷା ବାଡ଼ ଭାଙ୍ଗିଯାଇଥିବା ବେଳେ ସାହାରା ପାଇଁ ଏକ ବାଉଁଶ ବାନ୍ଧାଯାଇଛି। ଏହାର ପ୍ରତିକାର ନିମନ୍ତେ ଚମ୍ପୁଆ ଏନ୍‌ଏସିର ଆନ୍ତରିକତାର ଅଭାବ ଦେଖାଯାଇଛି। ଅଭିଯୋଗ ପରେ ଅଧିକାରୀମାନେ ବୁଲି ଦେଖିବା ସହ ଖର୍ଚ୍ଚ ଅଟକଳ କରୁଛନ୍ତି, ମାତ୍ର ମରାମତି ହେଉନାହିଁ।
ସୂଚନା ଅନୁସାରେ, ସରକାରଙ୍କ ନିୟମ ଅନୁସାରେ ରାସ୍ତାକଡ଼ ଉଚ୍ଛେଦ ଅଭିଯାନରେ ଭାଙ୍ଗିଥିବା ଦୋକାନୀଙ୍କୁ ୨୦୧୦/୧୧ରେ ଉକ୍ତ ମାର୍କେଟ କମ୍ପ୍ଲେସ ନିର୍ମାଣ କରାଯାଇ ଥଇଥାନ କରାଯାଇଥିଲା। ନିମ୍ନମାନର କାମ ଯୋଗୁ ମାତ୍ର ୧୨ ବର୍ଷରେ ଏହାର ଅବସ୍ଥା ବିଗିଡ଼ି ଗଲାଣି। କେତେକ ଦୋକାନ ଘର ଛାତରୁ ପ୍ଲାଷ୍ଟର ଖସୁଛି। ଗ୍ରାହକଙ୍କ ସୁରକ୍ଷା ଦୃଷ୍ଟିରୁ ଉପର ମହଲାରେ ନିର୍ମାଣ କରାଯାଇଥିବା ବାଡ଼ ଆଜକୁ ୪ବର୍ଷ ହେବ ଭାଙ୍ଗି ଯାଇଛି। ଗ୍ରାହକଙ୍କୁ ସୁରକ୍ଷା ଦୃଷ୍ଟିରୁ ଦୋକାନୀ ଏକ ବାଉଁଶ ବାନ୍ଧି ରଖିଛନ୍ତି। କେତେବେଳେ ଯେ ଅଘଟଣ ନ ଘଟିବ କହିହେବ ନାହିଁ। ଏ ନେଇ ଦୋକାନୀଙ୍କ ପକ୍ଷରୁ ଅଭିଯୋଗ ପରେ ତଦନ୍ତ ହେଉଛି। କିନ୍ତୁ ତିନି ତିନି ଜଣ ନିର୍ବାହୀ ଅଧିକାରୀଙ୍କ ବଦଳି ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ନିର୍ମାଣ ହୋଇପାରିନାହିଁ। ଦୋକାନ ଗୃହ ବାବଦକୁ ଦୋକାନୀଙ୍କ ନିକଟରୁ ମାସିକ ଭଡ଼ା ଆଦାୟ କରାଯାଉଥିଲେ ମଧ୍ୟ ଅଭିଯୋଗର ସମାଧାନ ହେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଦୋକାନୀମାନେ ଦାବି କରିଛନ୍ତି। ଏ ନେଇ ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁଙ୍କୁ ପଚାରିବାରୁ କହିଛନ୍ତି, ଏ ବିଷୟ ପ୍ରତି ଆମର ନଜର ରହିଛି। ଏକ ସପ୍ତାହ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri