ନବଜାତ ଶିଶୁ ୱାର୍ଡ ଭିତରେ ବାଉଁଶ

ନୟାଗଡ଼ ଅଫିସ, ୪।୬: ନୟାଗଡ ଜିଲା ମୁଖ୍ୟ ଚିକିସତ୍ାଳୟ ପରିସରରେ ଥିବା ମାତୃ ଓ ଶିଶୁ ଚିକିସତ୍ାଳୟର ନବଜାତ ଶିଶୁଙ୍କ ୱାଡର୍ର୍ର ଝରକା ଦେଇ ବାଉଁଶ ରହିଥିବାରୁ ମା ଓ ଶିଶୁ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ବର୍ଷା ହେଲେ ବର୍ଷା ଜଳ ବାଉଁଶ ଦେଇ ବେଡ୍‌ରେ ପଡୁଛି। ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିଥିବାବେଳେ ନବଜାତ ଶିଶୁ ୱାର୍ଡରେ ଏସି ଲାଗି ପାରୁନି। ଝରକା ଖୋଲା ରହୁଥିବାରୁ ଏସି ଲଗା ଯାଇ ପାରୁନି । ମାତୃ ଓ ଶିଶୁ ଚିକିତ୍ସାଳୟାରେ ରଙ୍ଗ ଓ ବିଦ୍ୟୁତ୍‌ କାମ ପାଇଁ ବାଉଁଶ ପୋତି କାମ କରାଯାଉଥିଲା । ୩ ମାସ ହେଲା କାମ ଶେଷ ହୋଇଥିଲେ ମଧ୍ୟ ଜେନେରାଲ ଇଲେକ୍‌ଟ୍ରିକାଲ ଡିପାର୍ଟମେଣ୍ଟ (ଜିଇଡି) ବାଉଁଶ ଖୋଲୁ ନାହିଁ । ବାଉଁଶ ନ ଖୋଲିବାରୁ ମାତୃ ଓ ଶିଶୁ ଚିକିସତ୍ାଳୟରେ ଅବ୍ୟବସ୍ଥା ବଢ଼ି ଚାଲିଥିବାରୁ ବିଭିନ୍ନ ସମୟରେ ସିଡିଏମଓ ଜିଇଡିକୁ ଅବଗତ କରାଇଛନ୍ତି । ଏପରି କି ବାଉଁଶ ଖୋଲିବାକୁ ବାରମ୍ବାର ଅବଗତ କରାଇଛନ୍ତି । ହେଲେ ଜିଇଡି ପକ୍ଷରୁ ଖୋଲାଯିବ ଦର୍ଶାଯାଇ ବାଉଁଶ ଖୋଲିବାରେ ସମୟ ଗଢ଼ି ଚାଲିଛି । ଏନେଇ ଭାପୁରର ହେମଲତା ପ୍ରଧାନ କୁହନ୍ତି, ମୋର ଜଣେ ସମ୍ପର୍କୀୟଙ୍କ ମାତୃ ଓ ଶିଶୁ ଚିକିସତ୍ାଳୟରେ ଝିଅଟିଏ ହୋଇଛି । ତେବେ ନବଜାତ ଶିଶୁ ୱାର୍ଡରେ ବାଉଁଶ ଥିବା କାରଣରୁ ମା ଓ ଶିଶୁ ଗୁଳୁଗୁଳିରେ ସିଝୁଛନ୍ତି । ବର୍ଷା ହେଲେ ବର୍ଷା ପାଣି ବେଡ୍‌ ଉପରେ ପଡୁଛି । ବାଉଁଶ କଢ଼ାଯିବା ନେଇ ରୋଗୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନି । ଦଶପଲ୍ଲାର ମାଧବୀ ନାୟକ କୁହନ୍ତି, ବାଉଁଶ ଯୋଗୁ ମା ଓ ଶିଶୁ କିଭଳି ଅଭିଶପ୍ତ ଜୀବଯାପନ କରୁଛନ୍ତି ଅନୁଭବୀ ହିଁ କହିପାରିବ । ରଙ୍ଗ ଓ ବିଦ୍ୟୁତ୍‌ କାମ ଶେଷ ପରେ ପୋତା ଯାଇଥିବା ବାଉଁଶ ମାତୃ ଓ ଶିଶୁ ଚିକିସତ୍ାଳୟରୁ ହଟା ଯାଉ ନାହିଁ ତାର କାରଣ ଖୋଜା ଯାଉନି। ୩ମାସ ଧରି ବେଡ୍‌ ଉପରେ ବାଉଁଶ ଝୁଲୁଛି । ସେ ଦିଗରେ ପଦକ୍ଷେପ ନାହିଁ । ଏଥିରୁ ଜଣାପଡୁଛି ସରକାର ଓ ପ୍ରଶାସନ କେତେଦୁର ମା ଓ ଶିଶୁ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ଜିଲା ମୁଖ୍ୟ ଚିକିସତ୍ାଳୟରେ ଏପରି ଅବ୍ୟବସ୍ଥା ଶୋଭା ପାଉନି । ସିଡିଏମଓ ଜଦି ପାରୁ ନାହାନ୍ତି ଜିଲାପାଳଙ୍କୁ କାହିଁକି ଅବଗତ କରାଉ ନାହାନ୍ତି । ତୁରନ୍ତ ବାଉଁଶ ହଟାଇବା ଦରକାର ବୋଲି ମାଧବ କ୍ଷୋଭର ସହ କହିଛନ୍ତି । ଘଟଣା ସମ୍ପର୍କରେ ଜିଇଡିର ଏସଡିଓ ରାଜେଶ ବେହେୁରାଙ୍କ ୯୪୩୯୮ ୩୮୬୭୭ନଂ ଫୋନକୁ ଯୋଗାଯୋଗ କରାଯାଇଥିଲା । ହେଲେ ସେ ଫୋନ ଉଠାଇ ନଥିଲେ । ସିଡିଏମଓ ମକରନ୍ଦ ବେଉରା କୁହନ୍ତି ବାଉଁଶ କାମ ଶେଷ ହୋଇ ଯାଇଥିବାରୁ ଏହାକୁ ତୁରନ୍ତ ହଟାଇବାକୁ କୁହାଯାଇଛି । ହେଲେ ଜିଇଡି ଓ ଆନୁସଙ୍ଗିକ ବିଭାଗ ବାଉଁଶ ହଟାଉ ନାହାନ୍ତି। ଏଣୁ ରୋଗୀ ହଇରାଣ ହେଉଥିଲେ ମଧ୍ୟ କିଛି କରି ହେଉ ନାହିଁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?