ନବଜାତ ଶିଶୁ ୱାର୍ଡ ଭିତରେ ବାଉଁଶ

ନୟାଗଡ଼ ଅଫିସ, ୪।୬: ନୟାଗଡ ଜିଲା ମୁଖ୍ୟ ଚିକିସତ୍ାଳୟ ପରିସରରେ ଥିବା ମାତୃ ଓ ଶିଶୁ ଚିକିସତ୍ାଳୟର ନବଜାତ ଶିଶୁଙ୍କ ୱାଡର୍ର୍ର ଝରକା ଦେଇ ବାଉଁଶ ରହିଥିବାରୁ ମା ଓ ଶିଶୁ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ବର୍ଷା ହେଲେ ବର୍ଷା ଜଳ ବାଉଁଶ ଦେଇ ବେଡ୍‌ରେ ପଡୁଛି। ଗ୍ରୀଷ୍ମର ପ୍ରକୋପ ବଢ଼ି ଚାଲିଥିବାବେଳେ ନବଜାତ ଶିଶୁ ୱାର୍ଡରେ ଏସି ଲାଗି ପାରୁନି। ଝରକା ଖୋଲା ରହୁଥିବାରୁ ଏସି ଲଗା ଯାଇ ପାରୁନି । ମାତୃ ଓ ଶିଶୁ ଚିକିତ୍ସାଳୟାରେ ରଙ୍ଗ ଓ ବିଦ୍ୟୁତ୍‌ କାମ ପାଇଁ ବାଉଁଶ ପୋତି କାମ କରାଯାଉଥିଲା । ୩ ମାସ ହେଲା କାମ ଶେଷ ହୋଇଥିଲେ ମଧ୍ୟ ଜେନେରାଲ ଇଲେକ୍‌ଟ୍ରିକାଲ ଡିପାର୍ଟମେଣ୍ଟ (ଜିଇଡି) ବାଉଁଶ ଖୋଲୁ ନାହିଁ । ବାଉଁଶ ନ ଖୋଲିବାରୁ ମାତୃ ଓ ଶିଶୁ ଚିକିସତ୍ାଳୟରେ ଅବ୍ୟବସ୍ଥା ବଢ଼ି ଚାଲିଥିବାରୁ ବିଭିନ୍ନ ସମୟରେ ସିଡିଏମଓ ଜିଇଡିକୁ ଅବଗତ କରାଇଛନ୍ତି । ଏପରି କି ବାଉଁଶ ଖୋଲିବାକୁ ବାରମ୍ବାର ଅବଗତ କରାଇଛନ୍ତି । ହେଲେ ଜିଇଡି ପକ୍ଷରୁ ଖୋଲାଯିବ ଦର୍ଶାଯାଇ ବାଉଁଶ ଖୋଲିବାରେ ସମୟ ଗଢ଼ି ଚାଲିଛି । ଏନେଇ ଭାପୁରର ହେମଲତା ପ୍ରଧାନ କୁହନ୍ତି, ମୋର ଜଣେ ସମ୍ପର୍କୀୟଙ୍କ ମାତୃ ଓ ଶିଶୁ ଚିକିସତ୍ାଳୟରେ ଝିଅଟିଏ ହୋଇଛି । ତେବେ ନବଜାତ ଶିଶୁ ୱାର୍ଡରେ ବାଉଁଶ ଥିବା କାରଣରୁ ମା ଓ ଶିଶୁ ଗୁଳୁଗୁଳିରେ ସିଝୁଛନ୍ତି । ବର୍ଷା ହେଲେ ବର୍ଷା ପାଣି ବେଡ୍‌ ଉପରେ ପଡୁଛି । ବାଉଁଶ କଢ଼ାଯିବା ନେଇ ରୋଗୀଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନି । ଦଶପଲ୍ଲାର ମାଧବୀ ନାୟକ କୁହନ୍ତି, ବାଉଁଶ ଯୋଗୁ ମା ଓ ଶିଶୁ କିଭଳି ଅଭିଶପ୍ତ ଜୀବଯାପନ କରୁଛନ୍ତି ଅନୁଭବୀ ହିଁ କହିପାରିବ । ରଙ୍ଗ ଓ ବିଦ୍ୟୁତ୍‌ କାମ ଶେଷ ପରେ ପୋତା ଯାଇଥିବା ବାଉଁଶ ମାତୃ ଓ ଶିଶୁ ଚିକିସତ୍ାଳୟରୁ ହଟା ଯାଉ ନାହିଁ ତାର କାରଣ ଖୋଜା ଯାଉନି। ୩ମାସ ଧରି ବେଡ୍‌ ଉପରେ ବାଉଁଶ ଝୁଲୁଛି । ସେ ଦିଗରେ ପଦକ୍ଷେପ ନାହିଁ । ଏଥିରୁ ଜଣାପଡୁଛି ସରକାର ଓ ପ୍ରଶାସନ କେତେଦୁର ମା ଓ ଶିଶୁ ପାଇଁ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି । ଜିଲା ମୁଖ୍ୟ ଚିକିସତ୍ାଳୟରେ ଏପରି ଅବ୍ୟବସ୍ଥା ଶୋଭା ପାଉନି । ସିଡିଏମଓ ଜଦି ପାରୁ ନାହାନ୍ତି ଜିଲାପାଳଙ୍କୁ କାହିଁକି ଅବଗତ କରାଉ ନାହାନ୍ତି । ତୁରନ୍ତ ବାଉଁଶ ହଟାଇବା ଦରକାର ବୋଲି ମାଧବ କ୍ଷୋଭର ସହ କହିଛନ୍ତି । ଘଟଣା ସମ୍ପର୍କରେ ଜିଇଡିର ଏସଡିଓ ରାଜେଶ ବେହେୁରାଙ୍କ ୯୪୩୯୮ ୩୮୬୭୭ନଂ ଫୋନକୁ ଯୋଗାଯୋଗ କରାଯାଇଥିଲା । ହେଲେ ସେ ଫୋନ ଉଠାଇ ନଥିଲେ । ସିଡିଏମଓ ମକରନ୍ଦ ବେଉରା କୁହନ୍ତି ବାଉଁଶ କାମ ଶେଷ ହୋଇ ଯାଇଥିବାରୁ ଏହାକୁ ତୁରନ୍ତ ହଟାଇବାକୁ କୁହାଯାଇଛି । ହେଲେ ଜିଇଡି ଓ ଆନୁସଙ୍ଗିକ ବିଭାଗ ବାଉଁଶ ହଟାଉ ନାହାନ୍ତି। ଏଣୁ ରୋଗୀ ହଇରାଣ ହେଉଥିଲେ ମଧ୍ୟ କିଛି କରି ହେଉ ନାହିଁ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri