ବାଉଁଶ ଦେଇଛି ଜୀବିକା

ଭୁବନେଶ୍ୱର,୧୮।୯(ଅନୁରାଧା ମହାରଣା): ବାଉଁଶ ଦେଇଛି ଜୀବିକା, ପାଲଟିଛି ବେସାହାରାଙ୍କ ସାହାରା। ଗାଁର ସୁରକ୍ଷା ବାଡ଼ଠାରୁ ଆରମ୍ଭ କରି ଘର ଛପର, ଘରୋଇ ଉପକରଣ ଓ ସାଜସଜ୍ଜା ସାମଗ୍ରୀଠାରୁ ସହରର ନଭଶ୍ଚୁମ୍ବୀ କୋଠା ନିର୍ମାଣ, ସବୁଥିରେ ବାଉଁଶର ବ୍ୟବହାର ହେଉଛି। ତେଣୁ ଭାରତରେ ସେପ୍ଟେମ୍ବର ୧୮କୁ ଜାତୀୟ ବାଉଁଶ ଦିବସ ଭାବେ ପାଳନ କରାଯାଉଛି। ବାଉଁଶର ବ୍ୟବହାର ଓ ରକ୍ଷଣାବେକ୍ଷଣା ଦିଗରେ ଲୋକଙ୍କୁ ଅବଗତ କରାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ।

ତାଟିବସ୍ତିରେ ଘରେ ଘରେ ବାଉଁଶ କାରିଗର

ରାଜଧାନୀରେ ଏମିତି ଏକ ବସ୍ତି ଅଛି, ଯେଉଁଠାରେ ଘରେ ଘରେ ବାଉଁଶ କାରିଗର ରହିଛନ୍ତି। ପ୍ରାୟ ୩୫ ପରିବାର ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି କରି ତାହାକୁ ବିକି ନିଜ ଗୁଜରାଣ ମେଣ୍ଟାଉଛନ୍ତି। ୟୁନିଟ୍‌-୧ ହାଟ ପାର୍ଶ୍ୱ ତାଟିବସ୍ତିର ମହିଳା ଓ ପୁରୁଷ ବାଉଁଶ ତିଆରି ଝୁଡ଼ି, ତାଟି, ପଟି, ପୂଜା ତୋରଣ ଓ ଘରସଜ୍ଜା ଜିନିଷ ତିଆରି କରି ରାଜଧାନୀବାସୀଙ୍କ ଆବଶ୍ୟକତାକୁ ମେଣ୍ଟାଉଛନ୍ତି। ପିଢ଼ି ପରେ ପିଢ଼ି ଏହି ପରିବାରଗୁଡିକ ବାଉଁଶକୁ ନେଇ କାର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ଏମାନଙ୍କ ପୂର୍ବ ପିଢ଼ି ୟୁନିଟ୍‌-୨ ଅଞ୍ଚଳରେ ରହି ଏହି କାର୍ଯ୍ୟ କରି ଆସୁଥିତ୍ବାବେଳେ ୧୯୯୯ ମସିହାଠାରୁ ଏଠାକୁ ସ୍ଥାନାନ୍ତରିତ ହୋଇ କଲୋନୀ ଭଳି ରହି ଆସୁଛନ୍ତି। ବାରିପଦାରୁ ଆସୁଥିବା ସ୍ବତନ୍ତ୍ର କିସମର କଞ୍ଚା ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରି ହେଉଥିବାବେଳେ କାରିଗରଙ୍କ ନିଖୁଣତା ସେଥିରେ ବାରି ହୋଇପଡୁଛି। ପ୍ରଥମେ ବାଉଁଶର ଉପର ଭାଗ ସଫା କରିବା ପରେ ମେଶିନ, କରତ କିମ୍ବା କଟୁରି ସାହାଯ୍ୟରେ ଚିରିବା ଓ କାଟିବା କାମ କରନ୍ତି। ସରୁ ସରୁ ପାତିଆ ପ୍ରସ୍ତୁତ କରି ପରସ୍ପର ସହ ଛନ୍ଦି ବିଭିନ୍ନ ଜିନିଷ ତିଆରି କରନ୍ତି। ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ କାରିଗରମାନେ ତୋରଣ ତିଆରିରେ ବ୍ୟସ୍ତ ଅଛନ୍ତି। ସାଧାରଣତଃ ବିଶ୍ୱକର୍ମା ପୂଜା, ଖୁଦୁରୁକୁଣୀ ପୂଜା, ଗଣେଶ ପୂଜା ଓ ସରସ୍ବତୀ ପୂଜା ଆଦି ସମୟରେ ବେପାର ଭଲ ହୋଇଥାଏ। ତାରା, ଘର ଆଦି ବିଭିନ୍ନ ଆକୃତିର ବାଉଁଶ ତୋରଣରେ ନଡ଼ା ଛପର କରି ବିକନ୍ତି। ୬୦୦ଟଙ୍କାରୁ ଆରମ୍ଭ କରି ଆକୃତି ଓ ବରାଦ ଅନୁସାରେ ଏମାନେ ପ୍ରତିବର୍ଷ ଏହି ତୋରଣ ପ୍ରସ୍ତୁତ କରନ୍ତି। ଏହାଛଡ଼ା ବର୍ଷସାରା ଘରୋଇ ସାମଗ୍ରୀ କାରବାର ହୋଇଥାଏ। କୁଲା, ଡାଲା ଆଦିର ଦାମ ୧୦୦ଟଙ୍କାରୁ ଆରମ୍ଭ ହୋଇଥାଏ। ସେହିପରି ଝୁଡ଼ି ଓ ପଟି, ତାଟି ଆଦିର ଦାମ ମଧ୍ୟ ଭିନ୍ନ ଭିନ୍ନ ରହିଛି। ଶ୍ରମିକ ଶ୍ରେଣୀର ଲୋକେ ଏଠାରୁ ବାଉଁଶ ଝୁଡ଼ି କିଣି ନେଉଥିବାବେଳେ ମେଳା ମହୋତ୍ସବରେ ମଧ୍ୟ ଷ୍ଟଲ ପକାଇ ଏମାନେ ବାଉଁଶ ତିଆରି ଜିନିଷ ବିକନ୍ତି।

ନଇଁଲା ଅଣ୍ଟାରେ ବଞ୍ଚାଇଛନ୍ତି କୌଳିକ ବୃତ୍ତି

ସ୍ତ୍ରୀକୁ ୭୦, ସ୍ବାମୀଙ୍କୁ ୮୦ ଡେଇଁଲାଣି। ନଇଁଗଲାଣି ଅଣ୍ଟା, ପଡ଼ିଗଲାଣି ଦାନ୍ତ। ତଥାପି ନିଜ କୌଳିକ ବୃତ୍ତିକୁ ଛାଡ଼ିପାରିନାହାନ୍ତି ତାଟିବସ୍ତିର ବୃଦ୍ଧ ଦମ୍ପତି ପି. ଅପନ୍ନା ଓ ପି. ପାର୍ବତୀ। ଆଖିରେ ଚଷମା ଲଗାଉଛନ୍ତି ସତ, ମାତ୍ର ଧ୍ୟାନ ବା ପଟି ବୁଣିବାରେ ଟିକେ ବି ଭୁଲ୍‌ ହେଉନି। ସେମାନଙ୍କର ଜଣେ ରୋଜଗାରକ୍ଷମ ପୁଅ ଅଛନ୍ତି। ମାତ୍ର ନିଜ କୌଳିକ ବୃତ୍ତି ପ୍ରତି ତାଙ୍କର ଏତେ ଭଲ ପାଇବା ରହିଛି ଯେ, ସେ ବାଉଁଶ ପାତିଆରେ ପାତିଆ ଛନ୍ଦି ଖୁବ୍‌ ସୁନ୍ଦର ପଟି ଓ ଅନ୍ୟାନ୍ୟ ଜିନିଷ ପ୍ରସ୍ତୁତ କରିପାରୁଛନ୍ତି। ବସ୍ତିରେ ଏପରି ଅନେକ ବୃଦ୍ଧ ଦମ୍ପତି ଅଛନ୍ତି ଯେଉଁମାନେ ବାଉଁଶ ତିଆରି କାମରେ ସକାଳରୁ ସଞ୍ଜ ଯାଏ ଲାଗିଥା’ନ୍ତି । ଏହା ତାଙ୍କୁ ରୋଜଗାର ସହ ମାନସିକ ଶାନ୍ତି ଦିଏ ବୋଲି ସେମାନେ କହନ୍ତି।

ସେମାନେ ଯାହା କୁହନ୍ତି.

ମୁଁ ଏହି ସାହିର ବୋହୂ। ଏଠାକୁ ଆସିବା ଦିନଠାରୁ ବାଉଁଶରେ ବିଭିନ୍ନ ପ୍ରକାର ଜିନିଷ ତିଆରି କରୁଛି। ଭଲ ଲାଗୁଛି। ଆମ ପରିବାରର ୬ଜଣ ଏହି କାମ କରୁଛୁ। ଆମ ପିଲାମାନେ ଯାହା ପାଠ ପଢ଼ିଲେ, ଯେଉଁ ଚାକିରି କଲେ ବି ଏହି କାମକୁ ସମସ୍ତେ ଭଲ ପାଆନ୍ତି।
– ଆର୍‌. ଲକ୍ଷ୍ମୀ
ଆଗରୁ ବାଉଁଶକୁ କେବଳ ହାତରେ କାଟି ପାତିଆ କରି ବିିଭିନ୍ନ ଜିନିଷ ତିଆରି କରୁଥିଲୁ। ଏବେ ମେଶିନରେ ଏସବୁ କରିପାରୁଛୁ। ଅନ୍ୟଦିନ ଅପେକ୍ଷା ପୂଜା ସମୟରେ ତୋରଣ ବେଶି ତିଆରି ହେଉଥିବାରୁ ଭଲ ରୋଜଗାର ହୁଏ।
– ଆର. ଧରମା
ଆମେ ପିଲାଦିନରୁ ଏହି କାମ କରୁଛୁ। ବାଉଁଶରେ ଆମେ ଅଧିକାଂଶ ଜିନିଷ ତିଆରି କରୁଥିଲେ ମଧ୍ୟ କିଛି କିଛି ବାଉଁଶ ତିଆରି ଜିନିଷ ବ୍ରହ୍ମପୁରରୁ ଆଣି ବିକ୍ରି କରୁଛୁ। ପିଲାମାନେ ପାଠ ପଢ଼ିବା ସହ ଆମର ଏହି କୌଳିକ ବୃତ୍ତି ଆଗକୁ ନେଲେ ଭଲ।
-ଆର୍‌. ରାମୁ
ମୁଁ ଅଲଗା କାମ କରେ। ମାତ୍ର ଏହି ତିନି ଚାରି ବର୍ଷ ହେଲା ବାଉଁଶ କାମ ବି କରୁଛି। ଘରେ ଏହି କାମ ହେଉଛି। ତେଣୁ ଯେତେବେଳେ ସମୟ ମିଳେ ଘର ଲୋକଙ୍କୁ ସାହାଯ୍ୟ କରେ।
-ପି.ସୀତାରାମ୍‌


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri