କ୍ଷେତକୁ ଯିବା ପାଇଁ ବାଉଁଶ ଚାର ଭରସା

ରାଜକନିକା, ୧୫।୪ (ଡି.ଏନ୍‌.ଏ.): ରାଜକନିକା ବ୍ଲକ ପେଗରପଡ଼ା ପଞ୍ଚାୟତ ବଳିଭଣ୍ଡା ଗଁା ପାଖ ଚାଷ ଜମିକୁ ଲାଗି ଥିବା ବୈତରଣୀ ନଦୀର ଶାଖା ଚଢେଇଖିଆ ନାଳ। ଗ୍ରାମବାସୀ ଏହି ନାଳ ପାରି ହୋଇ ଚାଷ କରିବାକୁ କ୍ଷେତକୁ ଯାଇଥାନ୍ତି। ନାଳ ଉପରେ ପ୍ରଶାସନ ପକ୍ଷରୁ କଲଭର୍ଟ କି ପୋଲଟିଏ କରାଯାଇନାହିଁ। ଗ୍ରାମବାସୀଙ୍କ ସହାୟତାରେ ଏକ ବାଉଁଶ ଚାର ନିର୍ମାଣ କରି ଚାଷ ପାଇଁ ଯାତାୟାତ କରିଥାନ୍ତି। ଏ ବାବଦରେ ଅନେକ ଥର ପ୍ରଶାସନକୁ ଗୁହାରି କରାଯାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ବଳିଭଣ୍ଡା ଗଁା ଲୋକଙ୍କ କହିବା ଅନୁସାରେ, ଜମିରେ ଚାଷ କରି ଜୀବିକା ନିର୍ବାହ କରୁଛୁ। ଏହି ଚାଷରୁ ପିଲାଙ୍କ ପାଠପଢ଼ା, ଘର ଖର୍ଚ୍ଚ, ଔଷଧ, ଜାନିଯାତ୍ରା, ଭଲମନ୍ଦଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ କରିଥାଉ। ହେଲେ ବିଲକୁ ଚାଷ କାର୍ଯ୍ୟ ପାଇଁ ଯିବାକୁ ହେଲେ ସବୁଦିନ ବାଉଁଶ ଚାରକୁ ହିଁ ଭରସା କରିବାକୁ ପଡ଼ିଥାଏ।
ଗ୍ରାମର ଚାଷୀ ପଞ୍ଚାନନ ମଲିକ, ଜ୍ଞାନେନ୍ଦ୍ର ମଲିକ, ଅଭୟ ବେହେରା, ଅଭିରାମ ମଳିକ, ବୁଦ୍ଧିରାମ ମଲିକ, ବୈଷ୍ଣବ ମଲିକ, ସନାତନ ଶତପଥୀ, ବ୍ରଜକିଶୋର ଦାଶ, ଅକ୍ଷୟ ଦାସ, ମଦନ ମୋହନ ଦାସ, ଭାଗବତ ଦାସ, ପ୍ରେମାନନ୍ଦ ଦାସ, ଚନ୍ଦ୍ରମଣି ନାୟକ, ନିରନ ଦାସଙ୍କ ଅଭିଯୋଗକ୍ରମେ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଆମେ ପ୍ରଶାସନକୁ ଗୁହାରି କରି ଥକି ପଡ଼ିଲୁଣି। ହେଲେ ଏଇ ଛୋଟିଆ ଗୁହାରି ପ୍ରଶାସନ ହେଉ ଅବା ସରକାର କି ନିର୍ବାଚିତ ପ୍ରତିନିଧି କେହି ଶୁଣୁନାହାନ୍ତି। କେବଳ ଭୋଟ ସମୟରେ ସବୁ କରିଦେବୁ କହି ଭୋଟ ହାତଉଛନ୍ତି। ଏମିତିକି ଏହି ବାଉଁଶ ଚାର ଉପରୁ ଖସିପଡ଼ି ୨ ଜଣଙ୍କ ଜୀବନ ଯାଇଛି। ତଥାପି ସରକାର ନିଦାବିଷ୍ଣୁ ସାଜିଛନ୍ତି। ଯେହେତୁ ଏହି ନାଳ ବୈତରଣୀ ନଦୀକୁ ସଂଯୋଗ କରୁଛି କୁମ୍ଭୀର ଭୟ ସବୁବେଳେ ଲାଗିରହୁଛି। ଏହି ନାଳ ଉପରେ ପୋଲଟିଏ ହେଲେ ବଳିଭଣ୍ଡା, ପାତୁଳି, ଦେଉଳସାହି, ଓଳାଭର, ବସ୍ତି, ନରସିଂହପୁର ଆଦି ଗ୍ରାମର ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସେମାନେ କହିଛନ୍ତି। କାରଣ ନାଳ ଅପରପାର୍ଶ୍ୱ ରହିଛି ଏହି ଗ୍ରାମବାସୀଙ୍କ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମି। ଜୁଆର ସମୟରେ କୁମ୍ଭୀର ଭୟରେ ଅପେକ୍ଷା କରିବାକୁ ପଡ଼େ। ଜୁଆର ଛାଡ଼ିବା ପରେ ଯାତାୟାତ ସ୍ବଭାବିକ ହୋଇଥାଏ। ଆଜିକା ଦୁନିଆରେ ଯୁବପିଢି ଚାଷ କାର୍ଯ୍ୟରୁ ମୁହଁ ଫେରାଉଥିବା ବେଳେ, ଏଠାରେ ଅଧିକ ମହିଳା ଚାଷ କରୁଥିବାରୁ ଚାଷକୁ ଚାଷୀ ଭରସା କରିଥାନ୍ତି। ମହିଳାମାନଙ୍କ ଇଚ୍ଛା ଶକ୍ତିକୁ ଦେଖି ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ସ୍ବରୂପ ଚାଷ କାର୍ଯ୍ୟ ପାଇଁ ସମସ୍ତ ସରାଞ୍ଜମ ଯୋଗାଇ ଦିଆଯାଉଛି। ହେଲେ ପୋଲ ନ ଥିବାରୁ ଯନ୍ତ୍ରାଂଶଗୁଡ଼ିକ ଚାଷଜମି ପର୍ଯ୍ୟନ୍ତ ପହଞ୍ଚତ୍ ପାରୁ ନାହିଁ ବୋଲି ମହିଳା ଚାଷୀ ଅଭିଯୋଗ କରିଛନ୍ତି। ଏମିତିକି ଆଗାମୀ ନିର୍ବାଚନ ମଧ୍ୟରେ ଯଦି ଆମ ଦୁଃଖ ଶୁଣି ସରକାର ପୋଲଟିଏ ନିର୍ମାଣ ନ କରନ୍ତି, ତେବେ ଆମେ କୌଣସି ନେତାଙ୍କୁ ଗଁାକୁ ପୂରାଇ ଦେବୁ ନାହିଁ। ଏଥିସହ ଭୋଟ ବର୍ଜନ କରିବୁ ବୋଲି ମହିଳା ଚାଷୀ ମିନତି ମଲିକ, ସନ୍ତୋଷୀ ମଲିକ, ରମଣୀ ମଲିକ, ଟୁନି ମଲିକ, କମଳିନୀ ମଲିକ, ଅନିତା ବେହେରା, ସାବିତ୍ରୀ ମଲିକ, ଅନସୂୟା ମଲିକ, ସତ୍ୟଭାମା ମଲିକ, ଜାନକୀ ମଲିକ, ପ୍ରମିଳା ମଲିକ ପ୍ରମୁଖ କହିଛନ୍ତି। ଏ ବାବଦରେ ପେଗରପଡ଼ା ସମିତି ସଭ୍ୟ ପ୍ରବେଶନ ମଲିକଙ୍କୁ ପଚାରିବାରୁ, ସେଠାରେ ପ୍ରକୃତରେ କୃଷି ପାଇଁ ଚାଷୀ ହଇରାଣ ହେଉଛନ୍ତି। ସେଠାରେ ପୋଲ ନିର୍ମାଣ ହେବା ନିହାତି ଆବଶ୍ୟକତା ଥିବା ଦୃଷ୍ଟିରୁ ଆମେ ପଞ୍ଚାୟତର ଜନ ପ୍ରତିନିଧି ଦୃଷ୍ଟିରୁ ବିଭାଗୀୟ ଅଧିକାରୀଙ୍କୁ ଭେଟି ଚାଷୀଙ୍କ ଦୁଃଖ ବାରମ୍ବାର ଜଣାଇଥିଲେ ମଧ୍ୟ ରାଜନୈତିକ ଫାଇଦା ଦୃଷ୍ଟିରୁ ଏହି ପୋଲ ନିର୍ମାଣ ହୋଇପାରୁନାହିଁ। ତେବେ ଚାଷୀଙ୍କ ହିତ ଦୃଷ୍ଟରୁ ଆସନ୍ତା ବର୍ଷାଦିନ ପୂର୍ବରୁ ଏହି ପୋଲ ନ ହେଲେ, ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜ୍ଜନ କରି ତା’ର ଦୃଢ ଜବାବ ଦେବୁ ବୋଲି କହିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ଧୀରେନ ସାହୁଙ୍କୁ ପଚାରିବାରେ ଡିଜାଇନ୍‌ ଦିଆଯାଇଛି ଓସିସି ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri