କ୍ଷେତକୁ ଯିବା ପାଇଁ ବାଉଁଶ ଚାର ଭରସା

ରାଜକନିକା, ୧୫।୪ (ଡି.ଏନ୍‌.ଏ.): ରାଜକନିକା ବ୍ଲକ ପେଗରପଡ଼ା ପଞ୍ଚାୟତ ବଳିଭଣ୍ଡା ଗଁା ପାଖ ଚାଷ ଜମିକୁ ଲାଗି ଥିବା ବୈତରଣୀ ନଦୀର ଶାଖା ଚଢେଇଖିଆ ନାଳ। ଗ୍ରାମବାସୀ ଏହି ନାଳ ପାରି ହୋଇ ଚାଷ କରିବାକୁ କ୍ଷେତକୁ ଯାଇଥାନ୍ତି। ନାଳ ଉପରେ ପ୍ରଶାସନ ପକ୍ଷରୁ କଲଭର୍ଟ କି ପୋଲଟିଏ କରାଯାଇନାହିଁ। ଗ୍ରାମବାସୀଙ୍କ ସହାୟତାରେ ଏକ ବାଉଁଶ ଚାର ନିର୍ମାଣ କରି ଚାଷ ପାଇଁ ଯାତାୟାତ କରିଥାନ୍ତି। ଏ ବାବଦରେ ଅନେକ ଥର ପ୍ରଶାସନକୁ ଗୁହାରି କରାଯାଇଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ବଳିଭଣ୍ଡା ଗଁା ଲୋକଙ୍କ କହିବା ଅନୁସାରେ, ଜମିରେ ଚାଷ କରି ଜୀବିକା ନିର୍ବାହ କରୁଛୁ। ଏହି ଚାଷରୁ ପିଲାଙ୍କ ପାଠପଢ଼ା, ଘର ଖର୍ଚ୍ଚ, ଔଷଧ, ଜାନିଯାତ୍ରା, ଭଲମନ୍ଦଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ କରିଥାଉ। ହେଲେ ବିଲକୁ ଚାଷ କାର୍ଯ୍ୟ ପାଇଁ ଯିବାକୁ ହେଲେ ସବୁଦିନ ବାଉଁଶ ଚାରକୁ ହିଁ ଭରସା କରିବାକୁ ପଡ଼ିଥାଏ।
ଗ୍ରାମର ଚାଷୀ ପଞ୍ଚାନନ ମଲିକ, ଜ୍ଞାନେନ୍ଦ୍ର ମଲିକ, ଅଭୟ ବେହେରା, ଅଭିରାମ ମଳିକ, ବୁଦ୍ଧିରାମ ମଲିକ, ବୈଷ୍ଣବ ମଲିକ, ସନାତନ ଶତପଥୀ, ବ୍ରଜକିଶୋର ଦାଶ, ଅକ୍ଷୟ ଦାସ, ମଦନ ମୋହନ ଦାସ, ଭାଗବତ ଦାସ, ପ୍ରେମାନନ୍ଦ ଦାସ, ଚନ୍ଦ୍ରମଣି ନାୟକ, ନିରନ ଦାସଙ୍କ ଅଭିଯୋଗକ୍ରମେ ୧୦ବର୍ଷରୁ ଊର୍ଦ୍ଧ୍ୱ ହେବ ଆମେ ପ୍ରଶାସନକୁ ଗୁହାରି କରି ଥକି ପଡ଼ିଲୁଣି। ହେଲେ ଏଇ ଛୋଟିଆ ଗୁହାରି ପ୍ରଶାସନ ହେଉ ଅବା ସରକାର କି ନିର୍ବାଚିତ ପ୍ରତିନିଧି କେହି ଶୁଣୁନାହାନ୍ତି। କେବଳ ଭୋଟ ସମୟରେ ସବୁ କରିଦେବୁ କହି ଭୋଟ ହାତଉଛନ୍ତି। ଏମିତିକି ଏହି ବାଉଁଶ ଚାର ଉପରୁ ଖସିପଡ଼ି ୨ ଜଣଙ୍କ ଜୀବନ ଯାଇଛି। ତଥାପି ସରକାର ନିଦାବିଷ୍ଣୁ ସାଜିଛନ୍ତି। ଯେହେତୁ ଏହି ନାଳ ବୈତରଣୀ ନଦୀକୁ ସଂଯୋଗ କରୁଛି କୁମ୍ଭୀର ଭୟ ସବୁବେଳେ ଲାଗିରହୁଛି। ଏହି ନାଳ ଉପରେ ପୋଲଟିଏ ହେଲେ ବଳିଭଣ୍ଡା, ପାତୁଳି, ଦେଉଳସାହି, ଓଳାଭର, ବସ୍ତି, ନରସିଂହପୁର ଆଦି ଗ୍ରାମର ଚାଷୀ ଉପକୃତ ହୋଇପାରନ୍ତେ ବୋଲି ସେମାନେ କହିଛନ୍ତି। କାରଣ ନାଳ ଅପରପାର୍ଶ୍ୱ ରହିଛି ଏହି ଗ୍ରାମବାସୀଙ୍କ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମି। ଜୁଆର ସମୟରେ କୁମ୍ଭୀର ଭୟରେ ଅପେକ୍ଷା କରିବାକୁ ପଡ଼େ। ଜୁଆର ଛାଡ଼ିବା ପରେ ଯାତାୟାତ ସ୍ବଭାବିକ ହୋଇଥାଏ। ଆଜିକା ଦୁନିଆରେ ଯୁବପିଢି ଚାଷ କାର୍ଯ୍ୟରୁ ମୁହଁ ଫେରାଉଥିବା ବେଳେ, ଏଠାରେ ଅଧିକ ମହିଳା ଚାଷ କରୁଥିବାରୁ ଚାଷକୁ ଚାଷୀ ଭରସା କରିଥାନ୍ତି। ମହିଳାମାନଙ୍କ ଇଚ୍ଛା ଶକ୍ତିକୁ ଦେଖି ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ସ୍ବରୂପ ଚାଷ କାର୍ଯ୍ୟ ପାଇଁ ସମସ୍ତ ସରାଞ୍ଜମ ଯୋଗାଇ ଦିଆଯାଉଛି। ହେଲେ ପୋଲ ନ ଥିବାରୁ ଯନ୍ତ୍ରାଂଶଗୁଡ଼ିକ ଚାଷଜମି ପର୍ଯ୍ୟନ୍ତ ପହଞ୍ଚତ୍ ପାରୁ ନାହିଁ ବୋଲି ମହିଳା ଚାଷୀ ଅଭିଯୋଗ କରିଛନ୍ତି। ଏମିତିକି ଆଗାମୀ ନିର୍ବାଚନ ମଧ୍ୟରେ ଯଦି ଆମ ଦୁଃଖ ଶୁଣି ସରକାର ପୋଲଟିଏ ନିର୍ମାଣ ନ କରନ୍ତି, ତେବେ ଆମେ କୌଣସି ନେତାଙ୍କୁ ଗଁାକୁ ପୂରାଇ ଦେବୁ ନାହିଁ। ଏଥିସହ ଭୋଟ ବର୍ଜନ କରିବୁ ବୋଲି ମହିଳା ଚାଷୀ ମିନତି ମଲିକ, ସନ୍ତୋଷୀ ମଲିକ, ରମଣୀ ମଲିକ, ଟୁନି ମଲିକ, କମଳିନୀ ମଲିକ, ଅନିତା ବେହେରା, ସାବିତ୍ରୀ ମଲିକ, ଅନସୂୟା ମଲିକ, ସତ୍ୟଭାମା ମଲିକ, ଜାନକୀ ମଲିକ, ପ୍ରମିଳା ମଲିକ ପ୍ରମୁଖ କହିଛନ୍ତି। ଏ ବାବଦରେ ପେଗରପଡ଼ା ସମିତି ସଭ୍ୟ ପ୍ରବେଶନ ମଲିକଙ୍କୁ ପଚାରିବାରୁ, ସେଠାରେ ପ୍ରକୃତରେ କୃଷି ପାଇଁ ଚାଷୀ ହଇରାଣ ହେଉଛନ୍ତି। ସେଠାରେ ପୋଲ ନିର୍ମାଣ ହେବା ନିହାତି ଆବଶ୍ୟକତା ଥିବା ଦୃଷ୍ଟିରୁ ଆମେ ପଞ୍ଚାୟତର ଜନ ପ୍ରତିନିଧି ଦୃଷ୍ଟିରୁ ବିଭାଗୀୟ ଅଧିକାରୀଙ୍କୁ ଭେଟି ଚାଷୀଙ୍କ ଦୁଃଖ ବାରମ୍ବାର ଜଣାଇଥିଲେ ମଧ୍ୟ ରାଜନୈତିକ ଫାଇଦା ଦୃଷ୍ଟିରୁ ଏହି ପୋଲ ନିର୍ମାଣ ହୋଇପାରୁନାହିଁ। ତେବେ ଚାଷୀଙ୍କ ହିତ ଦୃଷ୍ଟରୁ ଆସନ୍ତା ବର୍ଷାଦିନ ପୂର୍ବରୁ ଏହି ପୋଲ ନ ହେଲେ, ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜ୍ଜନ କରି ତା’ର ଦୃଢ ଜବାବ ଦେବୁ ବୋଲି କହିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ଧୀରେନ ସାହୁଙ୍କୁ ପଚାରିବାରେ ଡିଜାଇନ୍‌ ଦିଆଯାଇଛି ଓସିସି ଖୁବ୍‌ଶୀଘ୍ର କାର୍ଯ୍ୟ ଆରମ୍ଭ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri