କରଡି ଲାଗି ପଦା ହେଉଛି ବାଉଁଶ ଜଙ୍ଗଲ

ବାଲିମେଳା,୨୭ା୭(ଶିବଦତ୍ତ ସାହୁ): ଦିନକୁ ଦିନ ବାଉଁଶ ଗଜା(କରଡି)ର ଚାହିଦା ସ୍ଥାନୀୟ ଅଞ୍ଚଳରେ ବଢୁଛି। ଲୋକେ ଏଥିରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଖାଉଥିବା ବେଳେ ଆଦିବାସୀମାନେ ଜଙ୍ଗଲରୁ ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି କରି ବେସ ଦି ପଇସା ମଧ୍ୟ ରୋଜଗାର କରୁଛନ୍ତି । ଅନ୍ୟପକ୍ଷରେ ପ୍ରତିଦିନ ଜଙ୍ଗଲରୁ ବିପୁଳ ପରିମାଣରେ କରଡି ସଂଗ୍ରହ ହେଉଥିବା ଯୋଗୁ ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ବାଉଁଶ ଜଙ୍ଗଲ ପଦା ହେବାରେ ଲାଗିଛି। ବନ ବିଭାଗର କର୍ତ୍ତୃପକ୍ଷ ଓ କର୍ମଚାରୀମାନେ ଏ ଦିଗରେ ନୀରବ ରହୁଥିବାରୁ ଲୋକେ ବେଧଡକ ଭାବେ ଜଙ୍ଗଲରୁ କରଡି ସଂଗ୍ରହ କରି ଚାଲିଛନ୍ତି ।

ସୂଚନାଯୋଗ୍ୟ, କରଡି ସଂଗ୍ରହକରି ବଜାରରେ ବିକ୍ରି କରିବା ମାଲକାନଗିରି ଜିଲା ଆଦିବାସୀ ଜନଜାତିଙ୍କର ଅନ୍ୟ ଏକ ରୋଜଗାର ପନ୍ଥା। ବର୍ଷା ଦିନେ ପ୍ରତିଦିନ ସକାଳେ ଆଦିବାସୀମାନେ ଜଙ୍ଗଲକୁ ଯାଇ ବାଉଁଶ ମୂଳରୁ କରଡି ସଂଗ୍ରହ କରିଥାନ୍ତି
ଉପରେ ଥିବା ଅଂଶରୁ ମୋଟା ଆବରଣକୁ କାଟି ବିଡା ବାନ୍ଧିଥାନ୍ତି। ପ୍ରତି ବିଡ଼ାରେ ୪ ରୁ ୫ ଟି ଲେଖାଏ କରଡି ଥାଏ । କରଡିରେ ନାନା ପ୍ରକାର ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ସାଧାରଣ ଲୋକେ ମଧ୍ୟ ଏହାକୁ ଖାଦ୍ୟ ଭବେ ଗ୍ରହଣ କରିଥାନ୍ତି। ଜଣେ ଆଦିବାସୀ ବଜାରରେ କରଡି ବିକ୍ରି କରି ଦିନକୁ ହାରାହାରି ୩୦୦ ଟଙ୍କା ରୋଜଗାର କରିଥାନ୍ତି। ମାଲକାନଗିରି ଜିଲା କୋରୁକୋଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, କୁଡୁମୁଳୁଗୁମ୍ମା, ଖଇରପୁଟ, ମାଥିଲି ଓ ଗୋବିନ୍ଦାପାଲ୍ଲୀ ଆଦି ବିଭିନ୍ନ ଅଞ୍ଚଳରେ କରଡି ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥାଏ।
ଏହି ସବୁ ଅଞ୍ଚଳର ନିକଟବର୍ତ୍ତୀ ଜଙ୍ଗଲ ଗୁଡିକରେ ବାଉଁଶ ଗଛ ଥିବାରୁ ଲୋକେ ଉକ୍ତ ଜଙ୍ଗଲରୁ ଅଧିକରୁ ଅଧିକ କରଡି ସଂଗ୍ରହ କରିଥାନ୍ତି । ତେବେ ପ୍ରତିବର୍ଷ ବର୍ଷା ଦିନେ ଜଙ୍ଗଲରେ ଥିବା ବାଉଁଶ ଗଛ ମୂଳରେ ଗଜା ବାହାରିବା ସମୟରେ ସେଠାରୁ ବିପୁଳ ପରିମାଣର କରଡି ସଂଗ୍ରହ ହେଉଥିବା ଯୋଗୁ ଜଙ୍ଗଲରେ ବାଉଁଶ ଜଙ୍ଗଲ ଲୋପ ପାଉଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?