ସମସ୍ୟାଘେରରେ ବାଉଁଶ କାରିଗର

ପଟ୍ଟାମୁଣ୍ଡାଇ,୨୬।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାଉଁଶ କାରିଗରମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ସମୟ ସହ ତାଳ ଦେଇ ଉଭୟ ଗ୍ରାମ ଓ ସହରାଞ୍ଚଳରେ ଦିନକୁ ଦିନ ବାଉଁଶ ତିଆରି ଉପକରଣର ଚାହିଦା କମିବାରେ ଲାଗିଛି। ଆଜିର ପ୍ଲାଷ୍ଟିକ୍‌ ଯୁଗରେ ବାଉଁଶ ନିର୍ମିତ ସାମଗ୍ରୀର ବିକ୍ରିବଟା ପାଇଁ କୌଣସି ବଜାର ସୁବିଧା ନାହିଁ। ଫଳରେ କାରିଗରମାନେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଉନାହାନ୍ତି। ବଜାରରେ ବାଉଁଶ ଉପକରଣ ବଦଳରେ ଆଲୁମିନିୟମ, ଷ୍ଟିଲ୍‌, ପ୍ଲାଷ୍ଟିକ୍‌ ଓ ପଲିଥିନ ତିଆରି ସାମଗ୍ରୀ ସ୍ଥାନ ନେଇଛି। ଏଥିଯୋଗୁ କେତେଜଣ କୌଳିକ ଓ ପରମ୍ପରାଗତ ବୃତ୍ତିରୁ ଦୂରେଇଯାଇ ଅନ୍ୟ ବୃତ୍ତି ଆପଣେଇ ନେଉଛନ୍ତି। ଆଉ କେତେଜଣ ପରମ୍ପରାଗତ ବୃତ୍ତିକୁ ଛାଡ଼ି ନ ପାରି ବଞ୍ଚାଇବା ଲାଗି ସଂଘର୍ଷ କରିଛନ୍ତି। ଅନ୍ୟପକ୍ଷେ ଗଁା ଗହଳିରେ ଏବେ ବାଉଁଶ ଅଭାବ ଓ ବଜାର ଚାହିଦା କମିବା ଯୋଗୁ କାରିଗରମାନଙ୍କ ଜୀବନଜୀବିକା ଦୁର୍ବିଷହ ହେବାକୁ ବସିଲାଣି। ପଟ୍ଟାମୁଣ୍ଡାଇ ଅଞ୍ଚଳ ବକ୍ତାରପୁର, ବେଲତଳ, କାକୁଡିପଲ୍ଲୀ, ଓସଙ୍ଗରା, ଅଣ୍ଢରା, ଡାମରପୁର ଗଁାର ଏହି ସମ୍ପ୍ରଦାୟର ଲୋକଙ୍କ ପାଇଁ ବୃତ୍ତିକୁ ବଞ୍ଚାଇ ରଖିବା କଷ୍ଟକର ହୋଇପଡିଛି। ଅଞ୍ଚଳରେ ଏହି ସମ୍ପ୍ରଦାୟର ପ୍ରାୟ ୩୦୦ରୁ ଊଦ୍ଧର୍‌ବ ପରିବାର ବସବାସ କରୁଛନ୍ତି। ପୁରୁଷାନୁକ୍ରମେ ଏମାନେ ବାଉଁଶରେ ଟୋକେଇ, ପାଛିଆ, ଝୁଡ଼ି, କୁଲା, ଝାମ୍ପି, ଫୁଲଚାଙ୍ଗୁଡି, ଝାଡ଼ୁ, ଖଡ଼ିକା, ପାନଝୁଡି, ଭୋଗେଇ, ଡାଲା, ଗଉଣି ଆଦି ଗୃହ ଉପକରଣ ତିଆରି କରିଆସୁଛନ୍ତି। ମହିଳା ପୁରୁଷମାନେ ଏହି ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ବାଉଁଶକୁ ଚିରି ଛୋଟ ଛୋଟ ପାତିଆରେ ପରିଣତ କରିବା ପରେ ସେଥିରୁ ସାମଗ୍ରୀ ପ୍ରସ୍ତୁତ କରାଯାଏ। ଏପରି କି ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ବାଉଁଶ ପାତିଆକୁ ରଙ୍ଗ ବେରଙ୍ଗ କରି ସୁନ୍ଦର ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ପରେ ଏହାକୁ ପୁରୁଷମାନେ ନିକଟସ୍ଥ ହାଟବଜାରକୁ ନେଇ ବିକ୍ରି କରିଥାନ୍ତି। କଞ୍ଚାମାଲ ସଂଗ୍ରହ, ସାମଗ୍ରୀ ପ୍ରସ୍ତୁତି ଓ ଜିନିଷ ବିକ୍ରିରେ ପରିଶ୍ରମ ତୁଳନାରେ ସେମାନେ ଉପଯୁକ୍ତ ମୂଲ୍ୟ ପାଇ ନ ଥାନ୍ତି।
ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଆଉ ବାଉଁଶ ବୁଦା ଦେଖିବାକୁ ମିଳୁନି। ଫଳରେ କାରିଗରମାନେ ବାହାରୁ ସ୍ବଳ୍ପ ପରିମାଣର ବାଉଁଶକୁ ଅଧିକ ଦାମ୍‌ ଦେଇ କିଣୁଛନ୍ତି। ସାମଗ୍ରୀ ତିଆରି ପରେ ମଧ୍ୟ ତାହାକୁ ଅଧିକ ଦରରେ ବିକ୍ରି କରିବା ସମ୍ଭବ ହେଉନାହିଁ। ସ୍ବଳ୍ପ ରୋଜଗାରରେ ଆଜିକାଲିର ବ୍ୟୟବହୁଳ ସମାଜରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି ବୋଲି ବାଉଁଶ କାରିଗର ହଳଧର ଯେନା କହିଛନ୍ତି। ଅନ୍ୟ ଜଣେ କାରିଗର ଅନନ୍ତ ମଳିକ କୁହନ୍ତି, ପୂର୍ବରୁ ଓଡ଼ିଆ ପରମ୍ପରାରେ ବିବାହ ତଥା ଅନ୍ୟ ପୂଜା ପାର୍ବଣରେ ଆମେ ତିଆରି କରୁଥିବା ବାଉଁଶ ସାମଗ୍ରୀର ବହୁତ ଚାହିଦା ରହୁଥିଲା। ନୂଆ ବୋହୂଟିଏ ଶାଶୁଘରକୁ ଯିବା ସମୟରେ ବାପଘର ପକ୍ଷରୁ ଅନ୍ୟ ଜିନିଷ ସହ ବାଉଁଶ ତିଆରି ବିଭିନ୍ନ ସାମଗ୍ରୀ ଦିଆଯାଉଥିଲା। ଏବେ କିନ୍ତୁ ଏସବୁ ଖୁବ୍‌ କମ୍‌ ସ୍ଥାନରେ ଦେଖିବାକୁ ମିଳୁଛି। ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ଯୋଗୁ ଗ୍ରାହକମାନେ ବାଉଁଶ ତିଆରି ସାମଗ୍ରୀକୁ ନେଇ ଆଗ୍ରହ ଦେଖାଉ ନାହାନ୍ତି। ଯଦି ସରକାର ଆମକୁ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ଓ ଏହାର ବିକ୍ରି ନିମନ୍ତେ ବ୍ୟବସ୍ଥା କରନ୍ତେ ତେବେ ଆମେ ଉପକୃତ ହୋଇପାରନ୍ତୁ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସାମାଜିକ କର୍ମୀ ନରେନ୍ଦ୍ର ଧଳ କହିଛନ୍ତି, ଅଞ୍ଚଳର ଶତାଧିକ ପରିବାର କେବଳ ବାଉଁଶ କାରିଗରି କାମକରି ପେଟ ପୋଷନ୍ତି। ସେମାନଙ୍କ ପାଇଁ କୌଣସି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଇନାହିଁ। ଜିଲା ପ୍ରଶାସନ ସେମାନଙ୍କୁ ସହାୟତାର ହାତ ବଢ଼ାଇ ବିଭିନ୍ନ ଗୃହୋପକରଣର ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିବାକୁ ପ୍ରଶିକ୍ଷଣ ଯୋଗାଇଦେଲେ ସାମଗ୍ରୀର ଚାହିଦା ବୃଦ୍ଧି ପାଆନ୍ତା ଓ ଆର୍ଥିକ ଉନ୍ନତି ସମ୍ଭବ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri